ପୃଥିବୀର ଅଛନ୍ତି ତିନିଟି ଚନ୍ଦ୍ର, ୫୦ ବର୍ଷ ପରେ ମିଳିଲା ପ୍ରମାଣ

ପୃଥିବୀରେ ଗୋଟିଏ ନୁହେଁ ଅଛି ତିନିଟା ଚନ୍ଦ୍ର । ଏହି ଅତିରିକ୍ତ ଦୁଇଟି ଚନ୍ଦ୍ର ବିଷୟରେ ୫୦ ବର୍ଷ ପୂର୍ବରୁ ଚାଲିଥିଲା ବିତର୍କ । କିନ୍ତୁ ଏହାକୁ ପ୍ରମାଣ କରିବା ପାଇଁ ଏବେ ବୈଜ୍ଞାନିକଙ୍କ ନିକଟରେ ରହିଛି ଉପଯୁକ୍ତ ପ୍ରମାଣ । ଅର୍ଥାତ୍ ଆମେ ଦେଖୁଥିବା ଜହ୍ନ ମାମୁଁଙ୍କର ଅଛନ୍ତି ଅନ୍ୟ ଦୁଇଟି ସାଥୀ ଯାହା ସମ୍ପୂର୍ଣ୍ଣ ଧୂଳିରେ ତିଆରି । ଯାହାର ନାଁ ହେଉଛି ଡଷ୍ଟ ମୁନ୍ ବା Kordylewski clouds ।

ଏହି ଦୁଇଟି ଚନ୍ଦ୍ରଙ୍କର ପ୍ରାୟ ୨୫୦,୦୦୦ ମାଇଲ ଦୂରରୁ ଫଟୋ ମଧ୍ୟ ଉଠାଇଛନ୍ତି ଗବେଷକ । ଏହାକୁ ଧୂସର ଜହ୍ନ କୁହାଯାଉଛି । ତେବେ ଏହି ଜହ୍ନକୁ ୧୯୬୧ରେ ପ୍ରଥମେ ଆବିଷ୍କାର କରିଥିଲେ Kazimierz Kordylewski , ଯାହାଙ୍କ ନାମ ପରେ ଏହି ଜହ୍ନର ନାମକାରଣ କରାଯାଇଛି ।

ଏବେ  ଗବେଷକଙ୍କ ମତରେ ଏହି ଧୂସର ଜହ୍ନ ୧୫ରୁ ୧୦ ଡିଗ୍ରୀ ଚଉଡା । ଆଉ ଏହା ପୃଥିବୀର ୯ ଗୁଣା ଅଧିକ । ଛୋଟ ଛୋଟ ଧୂଳି କଣିକାରେ ତିଆର ଏହି ଡଷ୍ଟ ଚନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.