ସ୍ପେଶାଲ

ଆମ ପୃଥିବୀ ପୂର୍ବ ଆଡ଼କୁ ଢଳି ଯାଉଛି : ବିନାଶର ଆଉ ଏକ କାରଣ ନୁହେଁ ତ ?

ପୃଥିବୀ ଧ୍ୱଂସ ହୋଇଯିବ । ଏ ପ୍ରାଣୀ ଜଗତର ବିନାଶ ହେବ । ଏଭଳି ଅନେକ ଆଲୋଚନା, ଗୁଜବ ମଝିରେ ମଝିରେ ଜାରି ରହିଛି ଆମ ସମସ୍ତଙ୍କ ଭିତରେ । କିଛି ତଥ୍ୟ ଭିତ୍ତିକ ଆଉ କିଛି କେବଳ ଶୁଣା କଥା । ତେବେ ଯାହା ବୈଜ୍ଞାନିକମାନେ କୁହନ୍ତି ଆମେ ତାକୁ ନିଶ୍ଚିତ ଭାବେ ବିଶ୍ୱାସ କରୁ । ଗବେଷଣା ପରେ ସେହିଭଳି ଏକ କଥା ସାମନାକୁ ଆସିଛି । ଯାହା ନିଶ୍ଚିତ ଭାବେ ଚିନ୍ତାଜନକ । ପୃଥିବୀ ଢଳୁଛି ପୂର୍ବ ଆଡ଼କୁ । ଆଉ ବେଶି ବେଶି ଢଳୁଛି । ତେବେ ତାର କାରଣ କଣ ଏବଂ ପୃଥିବୀ ଢଳିଲେ କଣ ହେବ ଆସନ୍ତୁ ଜାଣିବା ବୈଜ୍ଞାନିକଙ୍କ ମତାମତ ।
ଧୀରେ ଧୀରେ ପୃଥିବୀରେ ଥିବା ପ୍ରାକୃତିକ ଉତ୍ସ ସବୁ ଶେଷ ହେବାକୁ ବସିଲାଣି । ମଣିଷ ନିଜର ସ୍ୱାର୍ଥ ପାଇଁ ଏସବୁକୁ ଶେଷ କରି ଚାଲିଛି । ଠିକ୍‌ ସେମିତି ବର୍ତ୍ତମାନ ଭୂତଳ ଜଳକୁ ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ବୈଜ୍ଞନିକମାନେ । ସାରା ଦୁନିଆରେ ଭୂତଳ ଜଳର ଏତେ ବ୍ୟବହାର ହେଉଛି କି ଯାହାଫଳରେ ପୃଥିବୀ ନିଜର ଭାରସାମ୍ୟ ହରାଇବା ଆରମ୍ଭ କଲାଣି । ଅର୍ଥାତ୍‌ ପୃଥିବୀ ଗୋଟିଏ ଆଡ଼କୁ ଅଧିକ ଡଲିବାରେ ଲାଗିଛି ।
ବୈଜ୍ଞାନିକଙ୍କ କହିବା କଥା ପୃଥିବୀ ପୂର୍ବ ପାର୍ଶ୍ୱକୁ ପ୍ରାୟ ୮୦ ସେଣ୍ଟିମିଟର ଢଳି ଯାଇଛି । ସୂର୍ଯ୍ୟ ଚାରିପଟେ ଘୂରୁଥିବା ଆମ ପୃଥିବୀ ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ହୋଇଛି । ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ଏହା ଉପରେ ଅଧିକ ପ୍ରଭାବ ପଡ଼ିଛି । ଭୂତଳ ଜଳ ପୃଥିବୀର ଭାରସାମ୍ୟ ରକ୍ଷା କରିଥାଏ । ତେବେ ୧୯୯୩ରୁ ୨୦୧୦ ମଧ୍ୟରେ ଏତେ ମାତ୍ରରେ ଭୂତଳ ଜଳ ବାହାର କରାଯାଇଛି ଯେ ତାରି ଫଳରେ ପୃଥିବୀ ପୂର୍ବ ଆଡ଼କୁ ଢଳିବାରେ ଲାଗିଛି ।

ଦ ଜର୍ଣ୍ଣାଲ ଅଫ୍‌ ଆମେରିକାନ୍‌ ଜିଓ ଫିଜିକାଲ ୟୁନିୟନ ତରଫରୁ ପ୍ରକାଶିତ ଲେଖାରେ ଭୂତଳ ଜଳ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ତେବେ ଯଦି ଭୂତଳ ଜଳ ଉତ୍ତୋଳନ କମ୍‌ କରି ଦିଆଯାଏ ଏବଂ ବିଶେଷ କରି ସମ୍ବେଦନଶୀଳ ଅଞ୍ଚଳରେପ୍ରତି ଧ୍ୟାନ ଦିଆଯାଏ ତାହା ହେଲେ ପୃଥିବୀ ଭାରସାମ୍ୟ ପୁଣି ବଦଳି ପାରିବ ବୋଲି ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି । ଏକ ସର୍ଭେରୁ ଜଣାପଡ଼ିଛି କି ଗତ ୫୦ ବର୍ଷ ମଧ୍ୟରେ ମଣିଷ ୧୮ ଟ୍ରିଲିଅନ ଟନ୍‌ ବା ୧୮ ହଜାର ବିଲିଅନ୍‌ ଟନ୍‌ ପାଣି ଉତ୍ତୋଳନ କରି ସାରିଛି । ହେଲେ ସେହି ଖାଲି ଜାଗା ଭରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାର ଫଳାଫଳ ଅତ୍ୟଧିକ ପ୍ରଭାବ ପଡ଼ିଛି ପୃଥିବୀ ଉପରେ । ତେଣୁ ସତର୍କତାର ଇଏ ହେଉଛି ଚେତାବନୀ । ଯାହାକୁ ମଣିଷ ଗୁରୁତ୍ୱର ସହ ନେବା ଉଚିତ ।

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

16 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago