ଇଏ ବିଜ୍ଞାନର କଥା ନା ଚମତ୍କାର, ଜାଣନ୍ତୁ ପୃଥିବୀର ପାଣି କାହିଁକି ମହାକାଶକୁ ଖସୁ ନାହିଁ

ପୃଥିବୀର ମଡେଲ ଦେଖିବା ବେଳେ ଆପଣ ନିଶ୍ଚୟ ଦେଖିଥିବେ ଯେ ବିଭିନ୍ନ ଦେଶ ପୃଥିବୀରେ ରହିଛି । ଏହାଛଡା ଆପଣ ଜାଣନ୍ତି କି ପୃଥିବୀ ମହାକାଶରେ ଅଛି । ଏବଂ ଏହାର ଅକ୍ଷରେ ଘୂର୍ଣ୍ଣନ କରିବା ସହ ସୂର୍ଯ୍ୟ ଚାରିପଟେ ଘୂରିବୁଲୁଛି । ଏପରି ପରିସ୍ଥିତିରେ ଅନେକ ଲେକଙ୍କ ମନରେ ଏ ପ୍ରଶ୍ନ ଆସେ ଯେ ପୃଥିବୀ ଗୋଲାକାର ହୋଇ ମହାକାଶରେ ଘୂରିବୁଲୁଥାଏ କିନ୍ତୁ ଏ ଜଳ ପୃଥିବୀ ପୃଷ୍ଠରେ କିପରି ରହେ । ଲୋକମାନେ ଜାଣିବାକୁ ଚାହାନ୍ତି କାହିଁକି ଏହି ଜଳ ମହାକାଶରେ ତଳକୁ ପଡେ ନାହିଁ ।

ପୃଥିବୀରେ ଉପସ୍ଥିତ ଥିବା ଜଳ ତଳେ ନପଡିବାର କାରଣ ହେଉଛି ମାଧ୍ୟାକର୍ଷଣ ଶକ୍ତି । ବାସ୍ତବରେ ମାଧ୍ୟକର୍ଷଣ ଶକ୍ତି ହେତୁୁ ପୃଥିବୀ ସବୁକିଛି ନିଜ ଆଡକୁ ଆକର୍ଷିତ କରେ । ଏପରି ପରିସ୍ଥିତିରେ ଯାହା ଘଟେ ତାହା ହେଉଛି ପୃଥିବୀର କେନ୍ଦ୍ରବିନ୍ଦୁ ଯାହା ସବୁକିଛି ସଂଲଗ୍ନ ରଖେ । ଏହା ନୁହେଁ ଯେ ମାଧ୍ୟକର୍ଷଣ କେବଳ ତଳକୁ ରଖିବାକୁ କାମ କରେ କିନ୍ତୁ ଏହା ପୃଥିବୀ ଆଡକୁ ସବୁ ଦିଗରୁ ଜିନିଷ ଆକର୍ଷିତ କରେ । କାରଣ ମାଧ୍ୟକର୍ଷଣ ପୃଥିବୀର ପ୍ରତ୍ୟେକ ଭାଗରେ କାମ କରେ ତେଣୁ ସବୁକିଛି ଭୂମିରେ ଲାଗି ରୁହେ । ଏହି ଜଳ ବି ସେହିପରି ଭୂମି ସହ ଲାଗି ରହିଥାଏ ।

ତେବେ ଜଳ ଭାଗ ଅଧିକ ଥିବାରୁ ଏଭଳି ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । କହିରଖୁଛୁ ଆପଣ ଜାଣିବା ଭିତରେ ୯୭ପ୍ରତିଶତ ଜଳ ସମୁଦ୍ରରେ ରହିଛି । କିନ୍ତୁ ୧.୬ପ୍ରତିଶତ ଜଳ ଭୂତଳ ହୋଇଥିବା ବେଳେ ୦.୦୦୧ ପ୍ରତିଶତ ବାଷ୍ପ ଏବଂ ମେଘ ଆକାରରେ ରହିଛି । କେବଳ ତିନି ପ୍ରତିଶତ ଜଳ ପାନୀୟ ଜଳ ଯେଉଁଥିରୁ ୨.୪ ପ୍ରତିଶତ ଗ୍ଲେସିୟର ଏବଂ ଉତ୍ତର ଦକ୍ଷିଣ ପୋଲରେ ଗଚ୍ଛିତ । ଅନ୍ୟପଟେ କେବଳ ୦.୬ ପ୍ରତିଶତ ଜଳ ନଦୀ, ହ୍ରଦ ଏବଂ ପୋଖରୀରେ ରହିଛି ଯାହା ବ୍ୟବହାର ଉପଯୋଗୀ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.