୧୩୦୬ ଗୋଡିଆ ଜୀବ, ରହେ ୨୦୦ ଫୁଟ୍ ତଳେ; ଜାଣନ୍ତୁ ମିଲିପେଡିସ୍ ବିଷୟରେ

ଦୁନିଆରେ ଅନେକ ବିରଳ ପ୍ରାଣୀ ଅଛନ୍ତି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ବର୍ତ୍ତମାନ ଏପରି ଏକ ପ୍ରାଣୀ ମିଳିଛି, ଯାହା ବିଷୟରେ ଜାଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଜୀବଟିର ୧୩୦୬ ଟି ଗୋଡ ଅଛି ଏବଂ ଏହା ଭୂମି ଭିତରେ ବହୁତ ଗଭୀରରେ ବାସ କରେ । ଅଷ୍ଟ୍ରେଲିଆ ବୈଜ୍ଞାନିକ ମାନେ ଦୁନିଆର ପ୍ରଥମ ମିଲିପେଡିସ୍ ଆବିଷ୍କାର କରିଛନ୍ତି, ଯାହା ଅତ୍ୟନ୍ତ ବିରଳ ଅଟେ । ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ପୃଥିବୀରେ ୭୫୦ ରୁ ଅଧିକ ଗୋଡ ବିଶିଷ୍ଟ ଏକ ଜୀବ ଦେଖିବାକୁ ମିଳିଥିଲା ​​। କିନ୍ତୁ ୧୩୦୬ ଟି ଗୋଡ ଥିବା ପ୍ରାଣୀ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ବିଷୟରେ ।

ବୈଜ୍ଞାନିକଙ୍କ ହାତରେ ଲାଗିଥିବା ଏହି ଜୀବ ଦୁନିଆର ପ୍ରଥମ ଏଭଳି ଏକ ମିଳିପିଡ ବୋଲି କୁହାଯାଉଛି ଯାହାର ଏକ ହଜାରରୁ ଅଧିକ ଗୋଡ଼ ରହିଛି ଏହା ଦ୍ୱାରା ସେ ଚାଲି ମଧ୍ୟ ପାରୁଛି । ମିଲିପିଡ ଶବ୍ଦ ହିଁ ହଜାର ଗୋଡ଼କୁ ବୁଝାଏ । ଏମିତିରେ ଏହି ନୂଆ ଜୀବକୁ ମିଲିପିଡ କହିବା ଯୁକ୍ତି ଯୁକ୍ତ ବୋଲି କୁହାଯାଇପାରିବ । ବର୍ଜିନିଆର ଟେକ ୟୁନିଭର୍ସିଟି ଆଣ୍ଟୋମୋଲଜିଷ୍ଟ ପଲ ମାରେକଙ୍କ କହିବା ଅନୁଯାୟୀ ଆଜି ପର୍ଯ୍ୟନ୍ତ ହଜାରେ ଗୋଡ଼ ଥିବା ମିଲିପଡ ଖୋଜାଯାଇନଥିଲା । ୧୦୦ ଗୋଡ଼ ଥିବା ମିଲିପିଡ ଅଧିକ ମିଳୁଥିଲେ ଯାହାକୁ ସେଣ୍ଟିପେଡ କୁହାଯାଏ । ଇଲାକ୍ମେ ପ୍ଲେନିସ୍ ନାମକ ମିଲିପିଡ ନାମରେ ସବୁଠୁ ଅଧିକ ୭୫୦ ଗୋଡ଼ ଥିବା ରେକର୍ଡ କରାଯାଇଥିଲା । ୧୩୦୬ ଗୋଡ଼ ଥିବା ମିଲିପିଡର ପ୍ରଜାତିର ନାମ ୟୁମିଲିପ୍ସ ପର୍ସେଫୋନ ଅଟେ । ଏହା ଭୁପୃଷ୍ଠରୁ ୨୦୦ ଫୁଟ୍ ତଳେ ରହିଥାନ୍ତି ଏବଂ ବୈଜ୍ଞାନିକଙ୍କ ଅନୁଯାୟୀ ମିଳିଥବା ମିଲିପିଡର ବୟସ ୫-୧୦ ବର୍ଷ ହୋଇଥାଏପାରେ ।

ଏହି ଜୀବଟି ଅଷ୍ଟ୍ରେଲିଆର ଖଣିଜ ସମ୍ପଦ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ କ୍ରମାଗତ ଭାବରେ ଖଣି କାର୍ଯ୍ୟ ଚାଲିଛି । ଖଣି କାର୍ଯ୍ୟ ଚାଲୁଥିବା ସମୟରେ ଦୁଇଟି ମହିଳା ଏବଂ ଦୁଇଟି ପୁରୁଷ ମିଲିପେଡ୍ ପାଇଛନ୍ତି । ମହିଳା ମିଲିପେଡ୍ସର ୧୩୦୬ ଗୋଡ ଏବଂ ପୁରୁଷମା ମିଲିପେଡ୍ସ ୯୯୮ ଗୋଡ ଅଛି ।ବୈଜ୍ଞାନିକ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଏହି ଜୀବ ଉପରେ ଗବେଷଣା କରିଛନ୍ତି ଏବଂ ସେମାନଙ୍କର ଚିତ୍ର ଦେଖାଇଛନ୍ତି ।

ଏହି ଜୀବର ରଙ୍ଗ ହାଲୁକା ହଳଦିଆ ହୋଇଥାଏ । ଏହାର ଆଖି ନାହିଁ । ଏହା ଏକ ସୂତା ଭଳି ଦେଖିବାକୁ । ୟୁମିଲିପ୍ସ ପର୍ସେଫୋନର ମୁଣ୍ଡ ଉପରେ ଆଇସକ୍ରିମ୍ କାଠି ପରି ଆଣ୍ଟିନା ରହିଛି ଯାହା ଏହାକୁ ଅନ୍ଧାରରେ ଚାଲିବାକୁ ସହଯୋଗ କରେ । ଏହି ଜୀବ ଫଙ୍ଗସ୍ ଖାଇ ଜୀବିତ ରହିଥାଏ । ପଲ ମାରେକ କହିଛନ୍ତି ଏହି ଜୀବର ଗୋଡ଼ ଗଣିବା ସହଜ ନଥିଲା । କାରଣ ଏହା ନିଜକୁ ଗୋଲ ଗୋଲ ଆକାରରେ ଗୁଡ଼ାଇ ନେଇଥିଲା । ଏହି ପ୍ରଜାତି ଅଧିକ ବର୍ଷ ବଞ୍ଚୁଥିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.