ସୂର୍ଯ୍ୟ ବିସ୍ଫୋରଣ ପାଇଁ ବଢ଼ୁଛି ପୃଥିବୀର ତାପମାତ୍ରା, ଚିନ୍ତାରେ ବୈଜ୍ଞାନିକ

ଚଳିତ ବର୍ଷର ଅସହ୍ୟ ଗରକୁ ମଣିଷ ସହି ପାରୁନି, ଆଗାମୀ ବର୍ଷରେ ହେବାକୁ ଥିବା ଗରମକୁ ମଣିଷ କେମିତି ବା ସହିବ । ସମଗ୍ର ପୃଥିବୀର ଭୟଙ୍କର ଗରମ ଲୋକଙ୍କ ନିଦ ହଜାଇଲାଣି । ତେବେ ଏହି ଗରମ ପଛର କାରଣ ହେଉଛି ସୂର୍ଯ୍ୟରେ ହେଉଥିବା ବଡ଼ ବିସ୍ଫୋରଣ ।

ଅସହ୍ୟ ଗରମ ପାଇଁ ମଣିଷର ବଞ୍ଚିବା ମୁସ୍କିଲ ହୋଇପଡ଼ୁଛି । ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା । ଏହି ତାପମାତ୍ରା ବଢ଼ିବା ପଛରେ ମଣିଷର ହାତ ଅଛି ତାହା ତ ସତ । କିନ୍ତୁ ଆଜି ଆମେ ଆପଣଙ୍କୁ ତାପମାତ୍ରା ବଢ଼ିବା ପଛରେ ଆଉ ଏକ କାରଣ ଜଣାଇବୁ । ଯାହା ବିଷୟରେ ଆପଣ ହୁଏତ ପୂର୍ବରୁ କେବେ ଶୁଣିନଥିବେ । ଦର୍ଶକ ବନ୍ଧୁ ସୂର୍ଯ୍ୟରେ ହେଉଛି ବଡ଼ ବଡ଼ ବିସ୍ଫୋରଣ । ଯାହା ଫଳରେ ଦିନକୁ ଦିନ ବଢ଼ୁଛି ପୃଥିବୀର ତାପମାତ୍ରା । ତେବେ ଏହି ବିସ୍ଫୋରଣ ପୃଥିବୀରେ କିପରି ପ୍ରଭାବ ପକାଉଛି ? ଏମିତି କିଛି ପ୍ରଶର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ ।

ଚଳିତ ବର୍ଷର ଅସହ୍ୟ ଗରକୁ ମଣିଷ ସହି ପାରୁନି, ଆଗାମୀ ବର୍ଷରେ ହେବାକୁ ଥିବା ଗରମକୁ ମଣିଷ କେମିତି ବା ସହିବ । ସମଗ୍ର ପୃଥିବୀର ଭୟଙ୍କର ଗରମ ଲୋକଙ୍କ ନିଦ ହଜାଇଲାଣି । ତେବେ ଏହି ଗରମ ପଛର କାରଣ ହେଉଛି ସୂର୍ଯ୍ୟରେ ହେଉଥିବା ବଡ଼ ବିସ୍ଫୋରଣ । ତେବେ ଓଡ଼ିଶାର ତାପମାତ୍ରା ତ ୪୪ରୁ ୪୫ ରହିଛି କିନ୍ତୁ ସୂର୍ଯ୍ୟର ତାପମାତ୍ରା ବିଷୟରେ ଆପଣମାନେ କେବେ ବି ଅନୁମାନ କରିପାରିବେନି । ପଥିବୀ ଠାରୁ ଲକ୍ଷ ଲକ୍ଷ ଗୁଣା ଅଧିକ ରହିଛି ସୂର୍ଯ୍ୟର ତାପମାତ୍ରା ।

ସୂର୍ଯ୍ୟ ପୃଷ୍ଠରେ ଲଗାତାର ଭାବେ ବିସ୍ଫୋରଣ ହେଉଛି, ଯେଉଁଥିପାଇଁ ବୈଜ୍ଞାନିକ ମାନେ ଚିନ୍ତାରେ ଅଛନ୍ତି । ବୈଜ୍ଞାନିକମାନେ ଆକଳନ କରିବା ଆରମ୍ଭ କରିଛନ୍ତି କି ଜିଓମ୍ୟାଗ୍ନେଟିକ୍ ସୌର ଝଡ଼ର କିଛି ଅଂଶ ପୃଥିବୀରେ ପହଞ୍ଚିବ ଏବଂ ଏହାର ପ୍ରଭାବ ପୃଥିବୀରେ ପଡିବ ।
ଆର୍ଯ୍ୟଭଟ୍ଟ ଅବଜରଭେସନ୍ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଏରିଜର ନିର୍ଦ୍ଦେଶକ ତଥା ଆଦିତ୍ୟ ଏଲ୍- 1 ର ସହ-ଚେୟାରମ୍ୟାନ୍ ପ୍ରଫେସର ଦୀପଙ୍କର ବାନାର୍ଜୀଙ୍କ ଅନୁଯାୟୀ ସୂର୍ଯ୍ୟ ପୃଷ୍ଠରେ ସବୁବେଳେ ବିସ୍ଫୋରଣ ଘଟୁଛି, କିନ୍ତୁ ଏହାର ପ୍ରଭାବ ପୃଥିବୀ କିମ୍ବା ଅନ୍ୟ ଗ୍ରହରେ ସହଜରେ ପହଞ୍ଚି ନଥାଏ । ଯେତେବେଳେ ବିସ୍ଫୋରଣର ମାତ୍ରା ବଢ଼େ ସେତେବେଳେ ହିଁ ଏହାର ପ୍ରଭାବ ପୃଥିବୀ ସହ ଅନ୍ୟ ଗ୍ରହମାନଙ୍କରେ ପଡ଼ିଥାଏ ।

ସେ କହିଛନ୍ତି ଯେ ସୌର ଝଡର ପ୍ରଭାବ ଅନେକ ପ୍ରକାରର ହୋଇପାରେ । ସୌର ଝଡ଼ ହେଲେ ପୃଥିବୀର ଉପର ସ୍ତର ପ୍ରଭାବିତ ହୋଇଥାଏ, ପୃଥିବୀର କକ୍ଷପଥରେ ଘୂରୁଥିବା ଉପଗ୍ରହ ମଧ୍ୟ ପ୍ରଭାବିତ ହୁଏ ଏବଂ ସେଗୁଡ଼ିକ ଠିକ୍‌ ଭାବେ କାମ କରେ ନାହିଁ । ପୃଥିବୀର ତାପମାତ୍ରା ଦ୍ରୁତଗତିରେ ବୃଦ୍ଧି ପାଏ, ଟେଲି କମ୍ୟୁନିକେସନରେ ସମସ୍ୟା ଆସେ । ଯାହା ଦ୍ୱାରା ସାଧାରଣ ମଣିଷ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ନାସାର ସୋଲାର ଡାଇନାମିକ୍ ଅବଜରଭେଟୋରୀ କ୍ୟାମେରା ଏହି ବିସ୍ଫୋରଣର ଚିତ୍ର କଏଦ କରିଥିବାବେଳେ ଅଷ୍ଟ୍ରେଲିଆର ନ୍ୟାସନାଲ ସୋଲାର ଅବଜରଭେଟୋରୀ ଟେଲିସ୍କୋପ ମଧ୍ୟ ଏହି ଦୃଶ୍ୟକୁ ରେକର୍ଡ କରିଛି । ବର୍ତ୍ତମାନ ସମଗ୍ର ବିଶ୍ୱରେ ସୌର ବୈଜ୍ଞାନିକମାନଙ୍କ ଆଖି ସୂର୍ଯ୍ୟ ଉପରେ ରହିଛି ।

ଡାକ୍ତରର ବାନାର୍ଜୀଙ୍କ କହିବା ଅନୁଯାୟୀ ୧୧ ବର୍ଷର ଏକ ସୌର ଚକ୍ର ଥାଏ । ଏହି ସମୟରେ ସୌର ମ୍ୟାକ୍ସିମା ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଥାଏ, ଅର୍ଥାତ୍ ଏହି ସମୟ ମଧ୍ୟରେ ସୂର୍ଯ୍ୟ ପୃଷ୍ଠରେ ଭୟଙ୍କର ବିସ୍ଫୋରଣ ଘଟିଥାଏ । ଏହା ପରେ, ସୌର ଝଡ଼ କମିବା ଆରମ୍ଭ କରେ ଏବଂ କିଛି ବର୍ଷ ପରେ, ସୌର ମିନିମା ଆରମ୍ଭ ହୁଏ । ମିନିମା ସମୟରେ ସୂର୍ଯ୍ୟ ବହୁତ ଶାନ୍ତ ରହିଥାଏ ।