ଷ୍ଟୋନ ସମସ୍ୟାରେ ଦରକାର ନାହିଁ ଅସ୍ତ୍ରୋପଚାର, ଆସିଲାଣି ସହଜ ଉପାୟ !

ବର୍ତ୍ତମାନ ସମୟରେ ରୋଗ ଆଉ ଔଷଧ ଏକ ଛୋଟକଥା ଯେମିତି ହୋଇଗଲାଣି । କେତେବେଳେ କଣ ଯେ ରୋଗ ହେଉଛି ତାହା କେହି କହିବା ମୁସ୍କିଲ । ପ୍ରତିଦିନ ଯାହା ଆମେ ଖାଦ୍ୟରେ ଗ୍ରହଣ କରୁଛୁ ତାହା କେତେଦୂର ହିତକର ସେ ବି ଜଣାନାହିଁ । କିନ୍ତୁ ହଁ କୁହାଯାଉଛି କି ଦୌନନ୍ଦିନ ଜୀବନ ଓ ଖାଦ୍ୟପେୟ ଠିକ ରହିଲେ ରୋଗଠୁ ଆପଣ ଦୂରେଇ ରହିବେ । କିନ୍ତୁ ଆପଣ ଜାଣନ୍ତି ବର୍ତ୍ତମାନ ସବୁଠୁ ବଡ ସମସ୍ୟା ହୋଇ ଉଭା ହେଲାଣି କିଡନି ରୋଗ । ଆଜିକାଲି ଛୋଟଠୁ ବଡ ସମସ୍ତଙ୍କଠାରେ ଯେମିତି ଏହା ସାଧାରଣ ପାଲଟିଗଲାଣି ଏହି ରୋଗ । କେଉଁଠି କିଡନୀ ଫେଲ ତ କେଉଁଠି କିଡନୀରେ ଷ୍ଟୋନ । ଏମିତିରେ ଯେତେ ଯାହା କର ଚିକିତ୍ସା ତ ହେବାକୁ ପଡିବ । ସେପୁଣି ବୟବହୁଳ । କାରଣ ଚିକିତ୍ସା ନହେଲେ ତାହା ଜଟିଳ ସ୍ଥିତି ଉପୁଜାଇବ । କିନ୍ତୁ ଏବେ ଏ ରୋଗର ଅନ୍ୟ ଏକ ବିକଳ୍ପ ଆସିଲାଣି ବୋଲି କୁହାଯାଉଛି, ଜାଣିବା କଣ ସେହି ଉପାୟ ।

ଷ୍ଟୋନ ଚିକିତ୍ସା ପାଇଁ ସର୍ଜରୀ ଶେଷ ବିକଳ୍ପ ନୁହେଁ । କିଡନିରେ ଷ୍ଟୋନ ଏକ ଅନ୍ୟ ଉପାୟରେ ମଧ୍ୟ ଚିକିତ୍ସା କରାଯାଇପାରିବ । ଯାହାର ନାମ ଶବ୍ଦ ତରଙ୍ଗ । ସିଏଟଲ ୱାଶିଙ୍ଗଟନ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଦ୍ୱାରା ଏହି ଦାବି କରାଯାଇଛି । ଅନୁସନ୍ଧାନକାରୀ ଷ୍ଟୋନ ସମସ୍ୟାର ଏପରି ଏକ ଚିକିତ୍ସା ପଦ୍ଧତି ପ୍ରସ୍ତୁତ କରିଛନ୍ତି ଯାହା ପଥର ଗୁଡିକୁ ଛୋଟ ଖଣ୍ଡରେ ଭାଙ୍ଗିପାରେ । ଯାହାର ନାମ ହେଉଛି ବର୍ଷ୍ଟ ୱେଭ ଲିଥେଟ୍ରିପ୍ସି । ଏହି ଚିକିତ୍ସା ପଦ୍ଧତି ସାହାଯ୍ୟରେ ପଥର ଗୁଡିକ ଭାଙ୍ଗିଯାଇ ଶରୀରରୁ ସହଜରେ ବାହାରିଯିବେ । ଏହିଭଳି ଭାବରେ ପଥରର ଚିକିତ୍ସା ସହଜରେ କରାଯାଇପାରିବ ।

ଅନୁସନ୍ଧାନକାରୀ ମାନେ କହିଛନ୍ତି କି ଏହି ପଦ୍ଧତିକୁ ସାଧାରଣ ଭାଷାରେ ଶବ୍ଦ ତରଙ୍ଗ ଚିକିତ୍ସା କୁହାଯାଏ । ଏହି ଉପାୟରେ ଚିକିତ୍ସା ପାଇଁ ୧୦ ମିନିଟ ସମୟ ଲାଗେ । ଧ୍ୱନୀ ତରଙ୍ଗ ଚିକିତ୍ସା କେତେ ପ୍ରଭାବଶାଳୀ ତାହା ପରୀକ୍ଷା କରିବା ପାଇଁ ଗବେଷକମାନେ ୧୯ଜଣ ରୋଗୀଙ୍କୁ ମନୋନୀତ କଲେ । ଯାହାଙ୍କ ମଧ୍ୟରେ ଫୁଲ ୨୫ଟି ଷ୍ଟୋନ ରହିଥିଲା । ପ୍ରତ୍ୟେକ ରୋଗୀଙ୍କୁ ଏହି ପଦ୍ଧତି ସହିତ ଚିକିତ୍ସା କରାଯାଉଥିଲା । ଚିକିତ୍ସା ସମୟରେ ଏହା ଜଣାପଡିଥିଲା ଯେ ଶବ୍ଦ ତରଙ୍ଗ ପଥର ଉପରେ ଏହାର ପ୍ରଭାବ ପକାଇଥାଏ ଏବଂ ଏହାକୁ ଛୋଟ ଖଣ୍ଡରେ ଭାଙ୍ଗି ଦେଇଥାଏ । ଅନୁସନ୍ଧାନ ସମୟରେ ଏହି ଚିକିତ୍ସା ଫଳପ୍ରଦ ପ୍ରମାଣିତ ହେଲା । ଅନୁସନ୍ଧାନକାରୀଙ୍କ କହିବା କଥା କି ପରୀକ୍ଷଣରେ ପଥରକୁ ନିଶ୍ଚିନ୍ତ କରିବା ପରେ ପୂନର୍ବାର ଯନ୍ତ୍ରଣା ହେବା ପୂର୍ବରୁ ପଥରକୁ ବାହାର କରାଯାଇପାରିବ । ତେଣୁ ଏହି ଚିକିତ୍ସା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ ।

ଜର୍ଣ୍ଣାଲ ଅଫ ୟୁରୋଲୋଜି ରିପୋର୍ଟ ଅନୁଯାୟୀ ଏହି ଚିକିତ୍ସା ପଦ୍ଧତି ଅସ୍ତ୍ରୋପଚାର ଅପେକ୍ଷା ବହୁତ ହି ସରଳ ଓ ଉନ୍ନତ ଅଟେ । ଏହା ଦାବି କରାଯାଉଛି ଯେ ଏହି ଚିକିତ୍ସା ଦ୍ୱାରା ୯୦ପ୍ରତିଶତ ପର୍ଯ୍ୟନ୍ତ ପଥର ଖଣ୍ଡରେ ପରିଣତ ହୋଇପାରେ ଏବଂ ଅତି କମ ଯନ୍ତ୍ରଣା ସହ ଶରୀରରୁ ଏହି ଷ୍ଟୋନକୁ ବାହାର କରି ଦିଆଯାଇପାରେ । ଏପର୍ଯ୍ୟନ୍ତ ଏହି ଚିକିତ୍ସାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ । ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି କି ଯଦି ଏହି ଚିକିତ୍ସା ପଦ୍ଧତି ସାରା ବିଶ୍ୱରେ ଗ୍ରହଣ କରାଯାଏ ତେବେ ଏହା ରୋଗୀଙ୍କ ପାଇଁ ଏକ ବଡକଥା ହେବ ।

ପ୍ରତିବର୍ଷ ଆମେରୀକାରେ ଜନସଂଖ୍ୟାର ୧୦ପ୍ରତିଶତ ଷ୍ଟୋନ ଡିଜିଜ ସହ ସଂଘର୍ଷ କରୁଛନ୍ତି । ଯେତେବେଳେ କିଡନୀରେ ଖଣିଜ ପଦାର୍ଥ ଜମା ହୁଏ ଏବଂ ତାହା କଠିନ ହେବାକୁ ଲାଗିଥାଏ ତାହା ପଥରର ଅବସ୍ଥା ହୋଇଥାଏ । ଏହି ଷ୍ଟୋନଗୁଡିକ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ଯେଉଁମାନେ ମେଦବହୁଳତା ସହ ଲଢୁଛନ୍ତି , କମ ପାଣି ପିଉଛନ୍ତି, ପର୍ଯ୍ୟାପ୍ତ ପରିମାଣର ପୃଷ୍ଟିକର ଖାଦ୍ୟ ଗ୍ରହଣ କରୁନାହାନ୍ତି ସେମାନଙ୍କ ମଧ୍ୟରେ ଏହି ରୋଗ ଦେଖାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.