Categories: ସ୍ପେଶାଲ

ସଂସାରରେ ବଢ଼ି ବଢ଼ି ଚାଲିଛି ଅଧର୍ମ, କଳିଯୁଗରେ ଲୋକମାନଙ୍କ ଉପରେ କ’ଣ ରହିଛି କାଳର ପ୍ରଭାବ, ଜାଣିବାକୁ ପଢ଼ନ୍ତୁ

ଶାସ୍ତ୍ର ଅନୁସାରେ ୪ଟି ଯୁଗ ରହିଛି। ସତ୍ୟଯୁଗ, ଦ୍ୱାପର ଯୁଗ, ତ୍ରେତୟା ଯୁଗ ଓ କଳିଯୁଗ। ପ୍ରତିଟି ଯୁଗରେ ଯେବେ ଯେବେ ଧର୍ମ ଉପରେ ସଙ୍କଟ ଆସିଛି ଓ ଅଧର୍ମ ବଢ଼ିଛି, ସେବେ ସେବେ ଧର୍ମ ରକ୍ଷା କରିବାକୁ ସ୍ୱୟଂ ଭଗବାନ ବିଭିନ୍ନ ଅବତାର ଗ୍ରହଣ କରି ପୃଥିବୀପୃଷ୍ଠରେ ଅବତରଣ କରିଛନ୍ତି। ପୁରାଣ ଅନୁସାରେ ବର୍ତ୍ତମାନ କଳି ଯୁଗରେ ମଧ୍ୟ ଅଧର୍ମ ଯେଉଁଭଳି ଭାବେ ବଢ଼ି ବଢ଼ି ଚାଲିଛି ଖୁବ୍‌ଶୀଘ୍ର ଭଗବାନ କଲ୍‌କୀ ଅବତାରରେ ଦୁଷ୍ଟ ସଂହାର କରିବାକୁ ଅବତରଣ କରିବେ। କଳିଯୁଗରେ ଲୋକମାନେ ଧର୍ମ ଅପେକ୍ଷା ଅଧିକ ଅଧର୍ମ କରୁଛନ୍ତି। ଏହି ଭୁଲ କରିବାକୁ ଲୋକଙ୍କୁ କାଳ ହିଁ ପ୍ରବର୍ତ୍ତାଉଛି। ଲୋକମାନେ ବୁଦ୍ଧିବିଚାରି କାମ ନ କରି ଅନ୍ୟର କ୍ଷତି କରି ଉନ୍ନତି କରିବାକୁ ଚାହୁଁଛନ୍ତି। ଫଳରେ ଦୁଃଖ, ଶୋକ ଭୋଗ କରୁଛନ୍ତି। ଆସନ୍ତୁ ଜାଣିବା କଳିଯୁଗରେ କାଳର କେତେକ ପ୍ରଭାବ ସମ୍ପର୍କରେ…


୧. କଳିଯୁଗରେ ତମଗୁଣଯୁକ୍ତ ବ୍ୟକ୍ତି ତପସ୍ୱୀ ଓ ମହାତ୍ମାଙ୍କୁ ହତ୍ୟା କରିବେ।
୨.ସବୁବେଳେ ଦୁର୍ଭିକ୍ଷ ଆଶଙ୍କା ରହିବ।
୩.ଭୟଙ୍କର ଅନାବୃଷ୍ଟିର ଭୟ ରହିବ।
୪.ସବୁ ଦେଶରେ ବିଭିନ୍ନ ସମସ୍ୟା ଲାଗି ରହିବ।
୫.ଅଧର୍ମ ଏତେ ମାତ୍ରାରେ ବଢ଼ିଯିବ ଯେ ଲୋକେ ଆଉ ବେଦକୁ ସମ୍ମାନ କରିବେ ନାହିଁ।
୬.ଲୋକମାନେ ନାସ୍ତିକ, ଦୁରାଚାରୀ, କ୍ରୋଧୀ ହୋଇଯିବେ।
୭.ମନୁଷ୍ୟ ଲୋଭର ବଶବର୍ତ୍ତୀ ହୋଇ ମିଛ କହିବେ ଓ ନାରୀସୁଲଭ ବ୍ୟବହାର କରିବେ।
୮.ଚୋର ରାଜା ଭଳି ବ୍ୟବହାର କରିବେ।
୯.ରାଜାମାନେ ଚୋର ଭଳି ଦେଶକୁ ଲୁଟି ଚାଲିବେ।
୧୦.ବେଲଜ୍ଜା ଓ କୁଳଟା ନାରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବ।


୧୧.ରାଜା ବା ଉଚ୍ଚ ପଦପଦବୀରେ ଥିବା ଲୋକେ ନିର୍ଭୟରେ ପାପ କରିଚାଲିବେ।
୧୨.ରକ୍ଷକ ହିଁ ରାଜାଙ୍କ ସମ୍ପତ୍ତି ଲୁଟିବେ।
୧୩.ମ୍ଲେଚ୍ଛ ବାଦବିବାଦ କରିବେ।
୧୪.ସତ୍‌ପୁରୁଷଙ୍କ ସାମ୍ନାରେ ମ୍ଲେଚ୍ଛମାନେ ଉଚ୍ଚ ଆସନରେ ଅଧିଷ୍ଠିତ ହେବେ ଓ ବେଦବାକ୍ୟକୁ ନିନ୍ଦା କରିବେ।
୧୫.ଅଧର୍ମୀମାନେ ନିଜେ ନିଜ ଗ୍ରନ୍ଥ ରଚନା କରିବେ ଓ ତାହାକୁ ହିଁ ପ୍ରମାଣ ସ୍ୱରୂପ ଗ୍ରହଣ କରାଯିବ।

ଏହାସହ ପଢନ୍ତୁ: ମୃତ୍ୟୁ ସମୟ ଆଗତ ହେଲେ ସବୁ ବ୍ୟକ୍ତିଙ୍କ ଠାରେ ଦେଖାଯାଏ ଏହି ୧୦ଟି ସଙ୍କେତ, ଶୁଣିଲେ ଥରିଯିବ ଛାତି

୧୬.ପୃଥିବୀରେ ହିଂସ୍ର ଜୀବଙ୍କ ସଂଖ୍ୟା ବୃଦ୍ଧି ପାଇବ, ଫଳରେ ଗୋ-ବଂଶ କ୍ଷୟ ହେବ।
୧୭.ପ୍ରାୟ ଅଧିକାଂଶ ଲୋକ ବାଣିଜ୍ୟ ବୃତ୍ତି କରିବେ।
୧୮.ଅଧିକାଂଶ ଲୋକ ପରଧନ ହଡ଼ପ କରିବେ ଓ ପରସ୍ତ୍ରୀଙ୍କ ଇଜ୍ଜତ ଲୁଟିବେ।
୧୯.ଚୋର ଘରେ ଚୋରି ହେବ; ଜ୍ଞାନ ଓ କର୍ମ ଦାନର ଅଭାବ ପରିଲକ୍ଷିତ ହେବ।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

20 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

25 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago