ସାବଧାନ୍ ଯାତ୍ରାରେ ବାଜିବ ଠେଙ୍ଗା ପାହାର, ଖଣ୍ଡଗିରି ଯାତ୍ରା ପାଇଁ ପୂଜା ହୋଇ ଆସିଛି ବଡ଼ ଠେଙ୍ଗା

ଭୁବନେଶ୍ବର : ଆପଣ ଦେଖିପାରୁଛନ୍ତି ଏହି ଠେଙ୍ଗାକୁ ।  ସ୍ବତନ୍ତ୍ର ପୂଜା ହୋଇକି ଆସିଛି ଏହି ଠେଙ୍ଗା । ଆଉ କଣ ପାଇଁ ଏହି ଠେଙ୍ଗା ପୂଜା ହୋଇଛି ତା’ର କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଯାତ୍ରାରେ ଅଶ୍ଲିଳତା ନୃତ୍ୟ ପ୍ରଦର୍ଶନ କଲେ ବାଜିବ ଠେଙ୍ଗା ପାହାର । ଏକଥା ଶୁଣି ଆପଣଙ୍କୁ ଝଟ୍ କା ଲାଗିଲା ନା । କିନ୍ତୁ ଏକଥାକୁ ନେଇ ବତ୍ତର୍ମାନ ଜୋର ଧରିଛି ଚର୍ଚ୍ଚା । ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଲିଳ ନୃତ୍ୟ । ଯାତ୍ରାରେ ଅଶ୍ଳିଳତାକୁ ସମ୍ପୂର୍ଣ୍ଣ ରୂପେ ମନା କରିବା ପାଇଁ ଏକାମ୍ର ବିଧାୟକଙ୍କ ଠେଙ୍ଗା ଅଭିଯାନ ।

ତେବେ ଆଗକୁ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା । ଯାତ୍ରାରେ ଅଶ୍ଲିଳତାର ପରିମାଣ ଧୀରେ ଧୀରେ ବଢ଼ି ଗଲାଣି । ପରିବାର ସହ ଆସି ଯାତ୍ରା ଦେଖି ହେବ ନାହିଁ । ଏହାକୁ ରୋକିବା ପାଇଁ ଆଜି ଏକାମ୍ର ବିଧାୟକଙ୍କର ଠେଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି ।ଏହି ଅଭିଯାନ ପାଇଁ ଆଜି ଖଣ୍ଡଗିରିରେ ହୋଇଛି ଠେଙ୍ଗା ପୂଜା । ଯଦି ଯାତ୍ରାରେ ଅଶ୍ଲିଳତା ଦେଖାଦେବ ତେବେ ଠେଙ୍ଗା ବୁଲିବ ।

ଖଣ୍ଡଗିରି ଯାତ୍ରାରୁ ଏହି ଅଭିଯାନ ଆରମ୍ଭ ହେବ ଏହା ଧୀରେ ଧୀରେ ସବୁ ଆଡ଼େ ବ୍ୟାପିବ । ଯାତ୍ରାରେ ଯେଉଁ ନଗ୍ନତା ଅଶାଳୀନ ଭାଷାର ବ୍ୟବହାର କରାଯାଉଛି ଏହାକୁ ରୋକିବ ଏହି ଠେଙ୍ଗା ବୋଲି ସାମ୍ବାଦିକ ସମ୍ମିଳନୀରେ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା ରୋକଠୋକ କହିଛନ୍ତି ଏଥର ଖଣ୍ଡଗିରି ଯାତ୍ରାରେ ଯିଏ ଅଶ୍ଲିଳ ନୃତ୍ୟ କରିବ ତାକୁ ମାଡ଼ ହେବ । ଖାଲି ମାଡ଼ ହେବ ତାହା ନୁହେଁ ସିରିୟସ୍‌ ମାଡ଼ ହେବ ବୋଲି କହିଛନ୍ତି ବାବୁ ସିଂ । ଏହି ମାଡ଼ ପାଇଁ କୁଆଡ଼େ ୧୦୦ ଠେଙ୍ଗା କିଣାଯାଇଛି ।

ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିଶନର ଦେଲେ କଡା ଚେତାବନୀ। ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ହେବ ।

You might also like