ଶ୍ରାବଣ ମାସ ଟିପ୍ସ : ଅଳେଇଚର ଏହି ପ୍ରତିକାର ଧନ ସମସ୍ୟା କରିପାରେ ଦୂର

ଧନର ଦେବୀ ଲକ୍ଷ୍ମୀ ଯାହାଙ୍କ ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତାଙ୍କର ଦିନ ସଫଳ ହୋଇଯାଏ । ମା’ ଲକ୍ଷ୍ମୀଙ୍କୁ ବହୁତ ଚଞ୍ଚଳ ମନାଯାଏ । ଶ୍ରାବଣ ଶୁକ୍ରବାର ମହାଦେବଙ୍କ ପୂଜା ସହ ମା’ ଲକ୍ଷ୍ମୀଙ୍କ ପୂଜା ବହୁତ ଲାଭକାରୀ ହୋଇଥାଏ । ଶୁକ୍ରବାର ଦିନ ଶୁକ୍ର ଗ୍ରହଙ୍କର ମଧ୍ୟ ମନାଯାଇଥାଏ । ଶାସ୍ତ୍ରରେ ଶ୍ରାବଣ ଶୁକ୍ରବାରରେ କିଛି ତୁଟୁକା ବିଷୟରେ କୁହାଯାଇଛି,ଯାହାକୁ ବ୍ୟବହାର କରି ଆପଣ ଜୀବନକୁ ସଫଳ ଓ ସୁନ୍ଦର କରିପାରିବେ । ଆସନ୍ତୁ ଜାଣିବା ଅଳେଇଚର କୌଣସି ତୁଟୁକା ବଦଳାଇପାରେ ଆପଣଙ୍କ ଭାଗ୍ୟ ।

ଚାକିରି ପାଇଁ :

କେବେ କେବେ କଠିନ ପରିଶ୍ରମ ପରେ ମଧ୍ୟ ଚାକିରିରେ ଉନ୍ନତି ମିଳିପାରେ ନାହିଁ । କାର୍ଯ୍ୟ ବିଫଳ ହୋଇଯାଏ । ଏଥିପାଇଁ ଶୁକ୍ରବାର ଦିନ ୪ ଅଳେଇଚକୁ ଏକ ସବୁଜ କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାକୁ ଆପଣଙ୍କ ତକିଆ ତଳେ ରଖି ଶୋଇ ଯାଆନ୍ତୁ । ପରଦିନ ସକାଳେ ଏହାକୁ କୌଣସି ବ୍ୟକ୍ତିଙ୍କୁ ଦାନ କରନ୍ତୁ । ଏହି ଉପାୟ ଲଗାତାର ୫ ଶୁକ୍ରବାର ଯାଏ କରନ୍ତୁ । ମାନ୍ୟତା ଯେ ଏହା ଦ୍ୱାରା ଚାକିରିରେ ପଦୋନ୍ନତି ସମ୍ଭାବନା ବଢ଼ିଯାଇଥାଏ ।

ଧନ ଲାଭ :

ବହୁତ ରୋଜଗାର ପରେ ବି ଯଦି ଟଙ୍କା ସଂଚୟ ହେଉନି । ତେବେ ଅଳେଇଚର ଏହି ଉପାୟ ବହୁତ ଲାଭକାରୀ । ଶ୍ରାବଣ ଶୁକ୍ରବାର ଦିନ ୫ ଛୋଟ ଅଳେଇଚ ପର୍ସ ବା ଧନ ସ୍ଥାନରେ ରଖି ଦିଅନ୍ତୁ । ଏମିତି କରିବା ଦ୍ୱାରା ଧନର ସଂଚୟ ବି ହେବ ଓ ଆୟରେ କେବେ ବି କମ ହେବ ନାହିଁ ।

ବିବାହ ବିଳମ୍ବ :

ବିବାହ ଯୋଗ୍ୟ ଯୁବକଙ୍କ ବିବାହ ଯଦି ବିଳମ୍ବ ହେଉଛି କିମ୍ବା ପ୍ରସ୍ତାବ ଆସୁ ଆସୁ ଭାଙ୍ଗି ଯାଉଛି । ତେବେ ଏଥିପାଇଁ ଶ୍ରାବଣ ଶୁକ୍ଳ ପକ୍ଷ ଶୁକ୍ରବାରରେ ଶିବ ଲିଙ୍ଗରେ ଜଳ ଅର୍ପଣ କରନ୍ତୁ । ଏଥିସହ ଦୁଇଟି ଅଳେଇଚ ସହ ୫ ପ୍ରକାର ମିଠାରେ ଭୋଗ ଲଗାନ୍ତୁ । ଶିବ-ପାର୍ବତୀଙ୍କ ଆଗରେ ଘିଅ ଦୀପ ଜାଳି ଶିବ ଚାଳିଶା ପାଠ କରନ୍ତୁ ।

ବିନା ବାଧାରେ କାମ ପାଇଁ :

କୌଣସି ଶୁଭ କାମ ପାଇଁ ଯାଉଛନ୍ତି ତ ୩ ଅଳେଇଚ ହାତରେ ନେଇ ଶ୍ରୀ ଶ୍ରୀ କହିବା ପରେ ଏହାକୁ ଖାଇକରି ଘରୁ ବାହାରନ୍ତୁ । ବିନା ବାଧାରେ କାର୍ଯ୍ୟ ସମ୍ପନ୍ନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.