ବସ୍ ଉପରେ ଆକ୍ରମଣ କରୁଥିଲା ହାତୀ, ଡ୍ରାଇଭର ଉପସ୍ଥିତ ବୁଦ୍ଧି ଯୋଗୁଁ ଶାନ୍ତ ହୋଇ ଫେରିଗଲା ହାତୀ

ଲୋକମାନେ ହାତୀ ମାନଙ୍କର ମଜାଳିଆ ଭିଡିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବେଳେବେଳେ ହାତୀମାନେ ମଣିଷ ମାନଙ୍କ ପାଇଁ ବିପଜ୍ଜନକ ବୋଲି ପ୍ରମାଣିତ ହୋଇଥାନ୍ତି । ଠିକ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଯାତ୍ରୀ ପୂର୍ଣ୍ଣ ବସ୍ ଉପରେ ଆକ୍ରମଣ କରିଥିଲା। ଏହି ସମୟରେ ବସ୍ ଡ୍ରାଇଭର ନିଜର ବୁଦ୍ଧି ବଳରେ ହାତୀର କ୍ରୋଧକୁ ଶାନ୍ତ କରିଥିଲା । ଯାହା ପରେ ଲୋକମାନେ ବର୍ତ୍ତମାନ ଏହି ଡ୍ରାଇଭରର ସାହାସିକତାକୁ ପ୍ରଶଂସା କରୁଛନ୍ତି।
ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।

ଭାଇରାଲ୍ ହେଉ ଥିବା ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁପ୍ରିୟା ସାହୁ ୨୫ ସେପ୍ଟେମ୍ବରରେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣା ନୀଳଗିରିରୁ ଆସିଛି। ଯେଉଁଠାରେ ବସ୍ ଡ୍ରାଇଭର, ବସ୍ ଉପରେ ଆକ୍ରମଣ କରିଥିବା କ୍ରୋଧିତ ହାତୀକୁ ଭୟଭୀତ ଓ ବିବ୍ରତ କରିବା ପରିବର୍ତ୍ତେ ହାତୀର କ୍ରୋଧକୁ ଶାନ୍ତ କରି ଯାତ୍ରୀମାନଙ୍କୁ ସୁରକ୍ଷା ଦେଇଥିଲା। ଏହି ବସ୍ ଡ୍ରାଇଭରର ବୁଦ୍ଧିକୁ ଦେଖିଲେ ପ୍ରଶଂସାର ପରିମାଣ ମଧ୍ୟ କମ୍ ଅଟେ ।

ଭିଡିଓର କ୍ୟାପସନରେ ସୁପ୍ରିୟା ସାହୁ ଲେଖିଛନ୍ତି, ମୁଁ ନୀଳଗିରିସର ଏହି ସରକାରୀ ବସ୍ ଡ୍ରାଇଭରକୁ ମୋର ହୃଦୟରୁ ସମ୍ମାନ ଜଣାଉଛି । ହାତୀଟି ବସର ଗ୍ଲାସ ଭାଙ୍ଗି ଆକ୍ରମଣ କଲାବେଳେ ମଧ୍ୟ ଡ୍ରାଇଭର ନିଜର କ୍ରୋଧ ହରାଇ ନଥିଲେ। ଏହି ଘଟଣା ସମୟରେ ସେ ଯାତ୍ରୀମାନଙ୍କୁ ସୁରକ୍ଷିତ ରହିବାକୁ ସାହାଯ୍ୟ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ୬୮ ହଜାରରୁ ଅଧିକ ଥର ଦେଖାଯାଇଛି ।

ଏହି ୧ ମିନିଟର ଭିଡିଓରେ, ଆପଣ ଦେଖିପାରିବେ ଯେ ଡ୍ରାଇଭର ହାତୀକୁ ଦେଖିବା ମାତ୍ରେ ସେ ବସକୁ ଅଟକାଇ ଗୋଟିଏ ପାର୍ଶ୍ୱରେ ଠିଆ କରିଦେଲା । କିନ୍ତୁ, ହାତୀ ବସ୍ ପଛରେ ଆସି ବସ୍ ଉପରେ ଆକ୍ରମଣ କରି ଏହାର କାଚକୁ ଭାଙ୍ଗିଦେଲା । ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ଏହି ଘଟଣାକୁ ଦେଖି ଭୟଭୀତ ହେଇଯାଇଥିଲେ । କିନ୍ତୁ, ଡ୍ରାଇଭର ସାହସ ଜୁଟାଇ ନିଜ ସିଟରୁ ଉଠି ବାକି ଯାତ୍ରୀଙ୍କ ସହିତ ବସ୍‌ର ପଛ ଆଡ଼କୁ ପଳାଇଯାଇଥିଲେ । ଯାହାଦ୍ୱାରା ହାତୀ ଲୋକମାନଙ୍କୁ ଦେଖି ନ ପାରି ଶାନ୍ତ ଭାବରେ ଫେରିଯାଇଥିଲା ।

Leave A Reply

Your email address will not be published.