ସ୍ପେଶାଲ

ହାତୀଟି ଶୁଣ୍ଢରେ ଧକ୍କା ଦେଉଛି ପର୍ଯ୍ୟଟକଙ୍କ ଟ୍ରକକୁ, ଭାଇରାଲ ହେଉଛି ଭିଡିଓ

ଲୋକମାନେ ପ୍ରାୟତଃ ସମସ୍ତ ପ୍ରକାରର ଜୀବଜନ୍ତୁକୁ ଦେଖିଲେ ଭୟାଭୀତ ହୋଇଯାଆନ୍ତି । ତାମଧ୍ୟରେ ହାତୀ ଅନ୍ୟତମ ହୋଇଥାନ୍ତି । ପ୍ରାୟତଃ ହାତୀଙ୍କୁ ଦେଖିଥିବେ ସେମାନେ ଶାନ୍ତ ରହିଥାନ୍ତି । କିନ୍ତୁ ଯେତେବେଳେ ସେମାନେ ରାଗି ଯାଆନ୍ତି, ସେମାନେ ନିଜକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ । ସେମାନଙ୍କର ରାଗ ବହୁତ ଭୟାନକ ହୋଇଥାଏ । ଏହା ସହ ହାତୀମାନେ ରାଗରେ ସବୁକିଛି ନଷ୍ଟ କରିଦିଅନ୍ତି । ସୋସିଆଲ ମିଡିଆରେ ଆପଣ ପ୍ରାୟତଃ ଏହି ଭଳି ହାତୀମାନଙ୍କର ଭିଡିଓ ଦେଖିଥିବେ । କିନ୍ତୁ ନିକଟରେ ଏପରି ଏକ ଭିଡିଓ ପୁଣି ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହାତୀର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଏକ ହାତୀ ନିଜ ଶୁଣ୍ଢରେ ପର୍ଯ୍ୟଟକଙ୍କ ଟ୍ରକକୁ ଉଠାଇ ଧକ୍କା ଦେଉଛି । ହାତୀ ସେହି ଟ୍ରକ୍‌କୁ ସମ୍ପୂର୍ଣ୍ଣ ବଳ ସହିତ ଆକ୍ରମଣ କରୁଛି । ତେବେ ଏହି ଘଟଣାରେ କୌଣସି ପର୍ଯ୍ୟଟକଙ୍କ ଜୀବନ ଯାଇନାହିଁ । ତେବେ ଏହି ଭିଡିଓରେ କୌଣସି ଦୁର୍ଘଟଣା ମଧ୍ୟ ହୋଇନାହିଁ । ଏପରି ଭାବେ ସମସ୍ତ ଲୋକ ରକ୍ଷା ପାଇଯାଇଛନ୍ତି ।

ଭିଡିଓରେ ଆପଣ ଦେଖିପାରିବେ ଯେ ପର୍ଯ୍ୟଟକଙ୍କ ଗାଡି ରାସ୍ତାର ଏକ ପାର୍ଶ୍ୱରେ ଅଟକି ରହିଛି । ଏହାପରେ ସେହି ଗାଡି ଆଗରେ ଏକ ବିରାଟ ହାତୀ ଦେଖିବାକୁ ମିଳିଛି । ତେବେ ଅଳ୍ପ ସମୟ ମଧ୍ୟରେ ହାତୀ ଗାଡି ଉପରେ ଆକ୍ରମଣ କରିଛି । ହାତୀ ଗାଡିଟିକୁ ଶୁଣ୍ଢ ଦ୍ୱାରା ଉଠାଇ ପୂରା ବଳ ସହିତ ଫୋପାଡିବାକୁ ଚେଷ୍ଟା କରୁଛି । ଏପରି ଭାବେ ସେ ପୁଣି ଗାଡିଟିକୁ ଓଲଟାଇବାକୁ ଚେଷ୍ଟା କରୁଛି । ତେବେ ଗାଡି ଭିତରେ ଥିବା ଲୋକମାନେ ଚିତ୍କାର ମଧ୍ୟ କରୁଛନ୍ତି । ଏହା ପରେ ହାତୀ ଗାଡି ଛାଡି ଦେଇଛି ଏବଂ ପୁଣି ଟ୍ରକକୁ ମୁଣ୍ଡରେ ଠେଲି ଦେଇଛି । ଏହି ଭିଡିଓରେ ହାତୀକୁ ଦେଖିଲେ ଲାଗୁଥିଲା ଯେପରି ଏହା ପର୍ଯ୍ୟଟକମାନଙ୍କୁ ଭିତରକୁ ଯିବାକୁ ଅଟକାଇବାକୁ ଚାହୁଁଛି । ଶେଷରେ ସେହି ଗାଡିଟି ସେଠାକୁ ନଯାଇ ପଳାଇ ଆସୁଛି । ଯାହାଫଳରେ ହାତୀ ଶାନ୍ତ ହୋଇଯାଇଥିଲା ଏବଂ ସମସ୍ତ ଲୋକ ବଞ୍ଚି ଯାଇଥିଲେ ।

ଏହି ଭିଡିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟ Mike Holston ସେୟାର କରାଯାଇଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୩ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି ଏବଂ ୫୦ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି । ଏଥି ସହିତ ଅନେକ ଲୋକ ମଧ୍ୟ ଏହି ଭିଡିଓ ଉପରେ କମେଣ୍ଟ ମଧ୍ୟ ଦେଇଛନ୍ତି । ଏପରି ଭାବେ ଜଣେ ୟୁଜର ଲେଖିଛନ୍ତି, ଯେ ଏହି ଘଟଣା କାଟୋ ରିଜ୍ ପାର୍କର ନେସ୍‌ନାଲ ପାର୍କରେ ଘଟିଛି । ଏହି ଭଳି ଅନେକ କମେଣ୍ଟ ଆସିଛି ଏବଂ ଭିଡିଓଟି ସୋସିଆଲ ଭିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago