କରୋନାକୁ ହରେଇ ଦେଲା କୁନି ହାତୀ, କେମିତି ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

କରୋନା ମହାମାରୀ ଲୋକଙ୍କ ଠାରୁ ଯେମିତି ସବୁକିଛି ଛଡାଇ ନେଇଛି । ଯେଉଁଠି ଦେଖିବତ କୁଢ଼ କୁଢ଼ ଶବ, ଶୁଭୁଛି ଖାଲି ହାହାକାର ଶବ୍ଦ । କେଉଁଠି ହସ୍ପିଟାଲରେ ଲୋକେ ଟେଷ୍ଟ କରିବାକୁ ଲମ୍ବା ଧାଡିରେ ଛିଡା ହୋଇଛନ୍ତିତ କେଉଁଠି ଅକ୍ସିଜେନ ସିଲିଣ୍ଡର ଟିଏ ପାଇବା ପାଇଁ । ଏମିତିକି ଭ୍ୟାକସିନ ନେବା ପାଇଁ ଖରା ତରାରେ ଲୋକେ ଲମ୍ବା ଲାଇନ ଦେଉଛନ୍ତି । ଏମିତି ଏକ ଦୁଃସ୍ଥିତିରେ ଲୋକଙ୍କୁ ଗୋଟିଏ ମାତ୍ର ପରାମର୍ଶ ଦିଆଯାଉଛିଯେ, “ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ” । ଜ୍ଞାତି ପରିଜନ, ସାଙ୍ଗସାଥିଙ୍କ ଠାରୁ ଦୂରେଇ ରୁହନ୍ତୁ । ଘରେ ନିଜ ଲୋକଙ୍କ ଧ୍ୟାନ ରଖନ୍ତୁ । ଏମିତି ଏକ ସମୟରେ ଏକ ଛୋଟ ହାତୀର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଛୋଟ ହୋଇଥିଲେ ମଧ୍ୟ ଏହା ସମାଜକୁ ଏକ ବଡ ବାର୍ତ୍ତା ଦେଉଛି ।

ଦେଶର ଅନ୍ୟତମ ବରିଷ୍ଠ ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦା ହିଁ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତିକି “ଅଲଗା ରୁହନ୍ତୁ,ଏକା ଖେଳନ୍ତୁ” । ଏହି ଭିଡିଓଟିକୁ ଯଦି ଧ୍ୟାନ ଦେଇ ଦେଖିବେ ତେବେ ଜାଣି ପାରିବେଯେ, ଗୋଟେ ଛୋଟ ହାତୀଟିଏ ମଜା ନେଇ ନେଇ ଏକଲା ଖେଳି ଚାଲିଛି । ମନଭରି ମସ୍ତି କରୁଛି ସେ ପୁଣି ଏକଲା । ଏହି ଛୋଟ ହାତୀଟି ସୂଚନା ଦେଉଛିକି କରୋନା ସମୟରେ ନିଜ ନିଜ ଭିତରେ ଦୂରତା ରଖିବା ନିହାତି ଦରକାର । ଯାହାକି କରୋନା ଚେନ ଭାଙ୍ଗିବାର ସବୁଠୁ ଭଲ ଉପାୟ । ଭିଡିଓଟି ଖୁବ ଲୋକପ୍ରିୟତା ହାସଲ କରିଥିବା ବେଳେ ୟୁଜର୍ସ ମାନେ ବି ନିଜ ନିଜ ମତ ରଖିଛନ୍ତି । ଭିଡିଓଟି ଛୋଟ ହୋଇଥିଲେ ମଧ୍ୟ ଏ ସଭ୍ୟ ମଣିଷ ସମାଜକୁ ଏକ ବାର୍ତ୍ତା ଦେଉଛି । ଥରେ ଭାବନ୍ତୁତ ଯଦି ଗୋଟେ ଜଙ୍ଗଲୀ ଜନ୍ତୁ ଟିଏ କରୋନା କଟକଣାକୁ ନିଷ୍ଠାର ସହ ମାନି ପାରୁଛି ତେବେ ଆମେ କାହିଁକି ପାରିବନି । ଛୋଟ ନିୟମ ଟିଏ ମାନି ଆମେ ନିଜକୁ ତଥା ପରିଜନଙ୍କ ଜୀବନକୁ ରକ୍ଷା କରିପାରିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.