ସ୍ପେଶାଲ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ହାତୀର ହେଡ଼ଷ୍ଟଣ୍ଟ, ଆପଣ ବି ଥରେ ଦେଖନ୍ତୁ ତ ଏହି ମଜାଦାର ଭିଡିଓ

ଆପଣ ନିଶ୍ଚିତ ରୂପେ କେବେ ନା କେବେ ହାତୀ ହେଡ଼ ଷ୍ଟଣ୍ଟ କରୁଥିବାର ଦେଖିଥିବେ । ସେ ସର୍କରସରେ ହେଉ ଅବା ସିନେମା ହେଉ ହାତୀର ଷ୍ଟଣ୍ଟ ଦେଖିବାକୁ ଖୁବ ମଜା ଲାଗେ । ଠିକ ଏମିତି ଏକ ଭିଡିଓ କ୍ଲିପ ଟିକୁ ଏକ ଟ୍ୱିଟର ଆକାଉଣ୍ଟ ରେ ସେୟାର କରିଛନ୍ତି । ଆପଣଙ୍କୁ ଏହି ଭିଡିଓ କ୍ଲିପ ଟି ଖୁବ ମଜା ଦେବା ସହ ମନୋରଞ୍ଜନ ବି ଦେବ । ଭିଡିଓ ଟିରେ ଆପଣ ଦେଖୀପାରିବେ ହାତୀଟି କେମିତି ଖୁବ ମଜାର ସହ ମୁଣ୍ଡକୁ ତଳକୁ ଆଉ ବାକି ଶରୀରକୁ ଉପରକୁ କରି ହେଡ଼ ଷ୍ଟଣ୍ଟ କରୁଛି । ଆଉ ଏହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ଏକ ପାଇପ ଲଗାଇ ତାକୁ ସଫା କରି ଧୋଇ ଦେଉଛନ୍ତି । ହାତୀ ଟିକୁ ଏମିତି କରିଥିବାର ଯିଏ ବି ଦେଖୁଛନ୍ତି ହସି ହସି ଗଡ଼ି ଯାଉଛନ୍ତି | ଆଉ କିଛି ଜଣ ତ ଏମିତି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତିଯେ ନିଜ ମଥାକୁ ଧରି ବସି ଯାଉଛନ୍ତି । ଇଣ୍ଟରନେଟରେ ଏହି ଭିଡିଓଟି ପୋଷ୍ଟ ହୋଇଥିବାବେଳେ ଏହାକୁ ନେଇ ଚର୍ଚ୍ଚ ବେଶ ଜୋର ଧରିଛି ।

 

ଭିଡିଓଟିକୁ MorissaSchwatz ନାମକ ଜଣେ ବ୍ୟକ୍ତି ଜୁନ 1 ତାରିଖରେ ସେୟାର କରିଥିବା ବେଳେ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ମୋତେ ଜଣା ନଥିଲା କି ହାତୀ ମାନେ ବି ଏମିତି କରିପାରନ୍ତି….।” ଏହି ଭିଡିଓ କ୍ଲିପଟି ମାତ୍ର 7 ସେକେଣ୍ଡର ହୋଇଥିବା ବେଳେ ମାତ୍ର କିଛି କ୍ଷଣ ଭିତରେ ଆପଣ ଏକ ବିଶାଳକାୟ ହାତୀକୁ ହେଡ଼ ଷ୍ଟଣ୍ଟ କରୁଥିବାର ଦେଖିପାରିବେ । ଏହା ସହିତ ମଜା ବି ନେଇପାରିବେ । ଆଶା କରୁଛୁ ଏହି ଭିଡିଓଟି ଆପଣଙ୍କୁ ମଜା ଦେବା ସହ ମନୋରଞ୍ଜନ କରିପାରିବେ ।

ଭିଡିଓକୁ ଖବର ଲେଖାଯିବା ଭିତରେ 3 ଲକ୍ଷ ଅଧିକ ଥର ଦେଖାଯିବା ସହ 11 ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି ।ଏହା ସହ ୟୁଜର୍ସ ମାନେ ବି ଏହା ଉପରେ ମନ ଭରି ପ୍ରତିକ୍ରିୟା ଦେଇଛନ୍ତି ।

KNews Bureau

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

22 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

25 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

29 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

42 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

59 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago