ଏଠି ହାତୀ ଆଦାୟ କରୁଛନ୍ତି ଆୟ କର, କେମିତି ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ       

ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଏକ ହାତୀ ପରିବାରଙ୍କ କୌତିକିଆ ଦୃଶ୍ୟର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦଳବଦ୍ଧ ଭାବେ ଯାଉଥିବା ଏକ ହାତୀ ପଲ ରାସ୍ତାରେ ଯାଉଥିବା ଏକ ଟ୍ରକକୁ ଅଟକାଇ ସେଥିରେ ଥିବା ଆଖୁକୁ ଟାଣି ଟାଣି ଖାଉଥିବାର ନଜର ଆସୁଛନ୍ତି । ଅନେକ ସମୟ ଧରି ଟ୍ରକ ସଡକ ମଝିରେ ଛିଡ଼ା ହୋଇଥିବା ବେଳେ ଖୁବ ମଜାର ସହ ହାତୀ ମାନେ ମୌକାର ଫାଇଦା ନେବା ସହ ମନ ଆନନ୍ଦରେ ଆଖୁ ଖାଇ ଚାଲିଛନ୍ତି । ଭିଡିଓ ଟିକୁ ସେୟାର କରିଛନ୍ତି ଟ୍ୱିଟର ଯୋଗେ ସେୟାର ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ କୁମାର ନନ୍ଦା । ଭିଡିଓ ଟିରେ ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ହାତୀର ପୁରା ପରିବାର ଏକ ଟ୍ରକ ସାମ୍ନାରେ ଛିଡା ହୋଇଛନ୍ତି ।

ତାମଧ୍ୟରୁ ପୁରୁଷ ହାତୀଟି ଟ୍ରକରୁ ଶୁଣ୍ଢ ସାହାଯ୍ୟରେ ଆଖୁ ଟାଣି ବାହାର କରୁଛି ଓ ତାପରେ ସଡ଼କ ଉପରେ ଢାଳି ଦେଉଛି । ପରିବାରର ବାକି ସଦସ୍ୟ ମାନେ ସଡ଼କରୁ ସେଗୁଡିକୁ ଉଠାଉଛନ୍ତି ମଜାର ସହ ଖାଇ ଚାଲିଛନ୍ତି ।ଏସମୟରେ ଟ୍ରକ ଭିତରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ହାତୀ ମାନଙ୍କ ଏହି କୌତିକିଆ ଦୃଶ୍ୟକୁ ରେକର୍ଡ କରୁଛନ୍ତି । ସୁଶାନ୍ତ ନନ୍ଦା ଭିଡିଓ ଟିକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିକି, “ହାତୀ ମାନେ ସଠିକ ଉପାୟରେ ଆୟକର ହାସଲ କରୁଛନ୍ତି |” ଭିଡିଓ ଟିକୁ ଅକ୍ଟୋବର ୧ରେ ସେୟାର କରାଯାଇଥିବା ବେଳେ ଏଯାବତ ୧୬ ହଜାରରୁ ଅଧିକ ଜଣ ଦେଖିସାରିଲେଣି । ଏହା ସହ ୮୦୦ ଲାଇକ୍ସ ମିଳିବା ସହ ୧୦୦ରୁ ଅଧକ ଥର ରି ଟ୍ୱିଟ କରାଯାଇସାରିଲାଣି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.