ସାଙ୍ଗରେ ଖେଳିବା ପାଇଁ ଯୁବକଙ୍କୁ ମନାଉଛି ଛୁଆ ହାତୀ, ଭାଇରାଲ ଭିଡିଓ ଦେଖିଲେ ଆପଣ ହୋଇଯିବେ ଚକିତ

ନୂଆଦିଲ୍ଲୀ : ଆପଣ ‘ହାତୀ ମେରା ସାଥୀ’ ଫିଲ୍ମରେ ହାତୀର କମାଲ ଦେଖିଥିବେ । ହେଲେ ନିଜ ଆଖିରେ ହାତୀର ଏପରି କମାଲ କେବେ ଦେଖି ନଥିବେ । ହେଲେ ସୋସିଆଲ ମିଡିଆରେ ଏକ ଛୁଆ ହାତୀର କମାଲ ଭିଡିଓ ଦେଖିବାକୁ ମିଳିଛି । ଯେଉଁଠି ହାତୀ ଛୁଆଟି ଖେଳିବା ପାଇଁ ଜଣେ ଯୁବକଙ୍କୁ ଡାକୁଛି ।

ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ପଶୁ-ପକ୍ଷୀଙ୍କ ଭିଡିଓ ଦେଖିବାକୁ ମିଳିଥାଏ । ଯେଉଁଥିରେ ସେମାନଙ୍କର ବିଭିନ୍ନ ପ୍ରକାର ଖେଳକୁଦର ଭିଡିଓ ଦେଖିବାକୁ ମିଳିଥାଏ । ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି,ଯେଉଁଠି ଗୋଟିଏ ହାତୀ ଛୁଆ ନିଜ ସହ ଖେଳିବା ପାଇଁ ଜଣେ ଯୁବକଙ୍କୁ ମନାଇବାକୁ ଚେଷ୍ଟା କରୁଛନ୍ତି । ଭିଡିଓରେ ଯୁବକ ଜଣଙ୍କ ନିଜ ପେଟିଂ କାମରେ ବ୍ୟସ୍ତ ରହିଛନ୍ତି ।

ଏହି ସମୟରେ ଗୋଟିଏ ହାତୀ ଛୁଆ ଯୁବକଙ୍କୁ ପଛରୁ ନିଜ ଶୁଣ୍ଢରେ ଟାଣୁଥିବାର ଦେଖାଯାଉଛି । ବ୍ୟକ୍ତି ଜଣକ ଯେତେବେଳେ ହାତୀ ଛୁଆକୁ ଯିବା ପାଇଁ ମନା କରୁଛି । ହାତୀଛୁଆ ପୁଣି ନିଜର ଦୁଇ ଗୋଡ ବାଡ ଉପରେ ରଖି ବ୍ୟକ୍ତିକୁ ମନାଇବା ପାଇଁ ଚେଷ୍ଟା କରୁଛି । ବ୍ୟକ୍ତି ଜଣକ ଏବେ କାମରେ ବହୁତ ବ୍ୟସ୍ତ ଅଛି ବୋଲି କହି ହାତୀ ଛୁଆକୁ ବୁଝାଉଛି ଯେ ସେ ଏବେ ତା ସହ ଖେଳି ପାରିବ ନାହିଁ ।

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଜିନ୍ଦେଗୀ ଗୁଲଜାର ହେ’ ବୋଲି ସେୟାର କରାଯାଇଛି । ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ୮ ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଏହି ଭିଡିଓକୁ ୪.୫ ହଜାର ଲାଇକ ମିଳିଛି । ଏହି ଭିଡିଓକୁ ୩୦୦ରୁ ଅଧିକ ଲୋକ ସେୟାର କରିଛନ୍ତି । ଭିଡିଓଟିକୁ ସୋସିଆଲ ମିଡିଆରେ ବହୁତ କମେଣ୍ଟ ମିଳିଛି । ହାତୀ ଛୁଆର ଏପରି ପ୍ରେମ ଦେଖିଲେ ଆପଣ ବି ଥରୁଟେ ନହସି ରହି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.