ମେଳାକୁ ଆସିଥିବା ଦୁଇଟି ହାତୀ ମଧ୍ୟରେ ସଂଘର୍ଷ, ଭାଇରାଲ ହେଉଛି ଭିଡିଓ

ହାତୀର ଆକାର ଏପରି ଯେ ଏହାର ସାମ୍ନାରେ ଜଣେ ମଣିଷ ପିମ୍ପୁଡ଼ି ସହିତ ସମାନ ଦେଖାଯାଏ । କେବେ ଚିନ୍ତା କରିଛନ୍ତି ଯେ ହାତୀ ମଣିଷ ମଧ୍ୟରେ ଥିବା ସମୟରେ ଯଦି ପାଗଳ ହୋଇଯାଉଛି, ତେବେ ସେହି ପରିସ୍ଥିତିରେ କ’ଣ ହେବ ? ଆପଣମାନେ ତ ଜାଣିଥିବେ ଯେ ହାତୀ ତା’ର ପାଗଳାମିରେ ସମସ୍ତ ଜିନିଷକୁ ନଷ୍ଟ କରିଦିଏ । ତେବେ କେରଳର ଥ୍ରୀସୁର ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଛି ।

ହାତୀ ଜଙ୍ଗଲର ସବୁଠାରୁ ବଡ ପଶୁ ବୋଲି କୁହାଯାଏ । ତେବେ ହାତୀର ଆକାର ଏପରି ଯେ ଏହାର ସାମ୍ନାରେ ଜଣେ ମଣିଷ ପିମ୍ପୁଡ଼ି ସହିତ ସମାନ ଦେଖାଯାଏ । କେବେ ଚିନ୍ତା କରିଛନ୍ତି ଯେ ହାତୀ ମଣିଷ ମଧ୍ୟରେ ଥିବା ସମୟରେ ଯଦି ପାଗଳ ହୋଇଯାଉଛି, ତେବେ ସେହି ପରିସ୍ଥିତିରେ କ’ଣ ହେବ ? ଆପଣମାନେ ତ ଜାଣିଥିବେ ଯେ ହାତୀ ତା’ର ପାଗଳାମିରେ ସମସ୍ତ ଜିନିଷକୁ ନଷ୍ଟ କରିଦିଏ । ତେବେ କେରଳର ଥ୍ରୀସୁର ଜିଲ୍ଲାରେ ମଧ୍ୟ ଏଭଳି ଘଟଣା ଘଟିଛି । ଏଠାରେ ଥିବା ଥାର୍କକାଲ ମନ୍ଦିର ମହୋତ୍ସବ ର ‘ଉପାଚରାମ ଚୋଲାଲ’ର ସମାପନ ସମାରୋହରେ ଏକ ହାତୀ ଉତ୍ପାତ ସୃଷ୍ଟି କରି ଅନେକ ଲୋକଙ୍କୁ ଆହତ କରିଥିଲା । ଏବେ ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଶୁକ୍ରବାର ରାତି ୧୦:୩୦ ରେ ଏହି ଘଟଣା ଘଟିଛି । ଥ୍ରୀସୁରରେ ଥିବା ଥାର୍କକାଲ ମନ୍ଦିର ମହୋତ୍ସବରେ ‘ଅମ୍ମାଥିରୁବାଡି’ ଦେବତାଙ୍କ ଶୋଭାଯାତ୍ରାରେ ହାତୀ ଯାଇ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ପାତ ସୃଷ୍ଟି କରିଥିଲା । ତେବେ ହାତୀର ମହୋତ୍ସବରେ ଶ୍ରୀକୁମାର ମଧ୍ୟ ହାତୀର ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଯଦିଓ ସେ ସାମାନ୍ୟ ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ କୋରକାନଚେରୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁସାରେ, ଆରତପୁଜା ଦେବତାଙ୍କ ଶୋଭାଯାତ୍ରାରେ ଭାଗ ନେଉଥିବା ଅନ୍ୟ ଏକ ହାତୀ ପୁଥୁପାଲ୍ଲୀ ଅର୍ଜୁନଙ୍କୁ ମଧ୍ୟ ଟାର୍ଗେଟ କରିଥିଲା । ଏହାଦ୍ୱାରା ଦୁଇଟି ହାତୀ ମଧ୍ୟରେ ଲଢେଇ ହୋଇଥିଲା । ଏହି ପରିସ୍ଥିତିରେ ହାତୀ ଚାରିପାଖରେ ଲୋକମାନେ ତଳେ ପଡ଼ିଯାଇ ଆହତ ହୋଇଥିବାବେଳେ ଅନ୍ୟମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ ବିଶୃଙ୍ଖଳାରେ ଆହତ ହୋଇଥିଲେ । ଆହତ ହାତୀ ଅର୍ଜୁନନ୍ ହାତୀ ଦଳ ଦ୍ୱାରା ଅଟକାଯିବା ପୂର୍ବରୁ ପ୍ରାୟ ୧ କିମି ପର୍ଯ୍ୟନ୍ତ ସହରକୁ ଦୈଡିବାକୁ ଲାଗିଥିଲା । ଏପରି ଭାବେ ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷତି ହୋଇନାହଁ । ଯାହା ଫଳରେ ସମସ୍ତ ଲୋକ ବଞ୍ଚି ଯାଇଛନ୍ତି । କିନ୍ତୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।