ମଣିଷଙ୍କ ପରି ହାତୀ ମାନେ ମଧ୍ୟ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ପାରନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓରେ ଏହାର ଉଦାହରଣ ଦେଖିବାକୁ ମିଳୁଛି । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କିଭଳି ଏକ ହାତୀ ନିଜ କାନରେ ହେଉଥିବା କୁଣ୍ଡିଆକୁ ସହି ନ ପାରି ନିଜ ସୁଣ୍ଢ ସାହାଯ୍ୟରେ ଏକ ପତଳା କାଠିକୁ ନେଇ କାନ କୁଣ୍ଡାଉଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ଲୋକେ ଏହାକୁ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ (ANI) ଏହି ଭିଡିଓକୁ ନିଜ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ କରିଛି।
ତେବେ ଏହି ଦୃଶ୍ୟଟି କର୍ଣ୍ଣାଟକ ରାଜ୍ୟର ବେଙ୍ଗଲୁରୁରେ ସ୍ଥିତ ବାୟୋଲୋଜି ପାର୍କର ହୋଇଥିବାର ସୂଚନା ମିଳିଛି । ଏହି ଭିଡିଓ କ୍ଳିପରେ ଆପଣ ଜଣେ ନୁହେଁ, ଦୁଇ ଜଣ ହାତୀକୁ ଦେଖିବାକୁ ପାଇବେ। ଜଣେ ହାତୀ ପତଳା କାଠି ସାହାଯ୍ୟରେ ନିଜ କାନକୁ କୁଣ୍ଡାଉ ଥିବା ବେଳେ ଆଉ ଏକ ହାତରେ ପାଟିକୁ କୁଣ୍ଡାଉଥିବା ନଜର ଆସୁଛି।
ସେହିପରି ହାତୀ କିମ୍ବା ହାତୀର ଛୁଆର ଭାଇରାଲ ହେଉଥିବା ସମସ୍ତ ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ଖୁବ ପସନ୍ଦ କରିଥାନ୍ତି । ୪୨ ସେକେଣ୍ଡର ଏହି ଭିଡିଓଟିରେ ହାତୀ ଦୁହେଁ ବିଶ୍ରାମ କରିବା ସହିତ କାନ ଓ ପାଟିକୁ କାଠି ସାହାଯ୍ୟରେ କୁଣ୍ଡାଉ ଥିବାର ଦେଖିବାକୁ ମିଳୁଛି।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…