ପୋଷା କୁକୁର ଫ୍ଲୋକୀ ଟ୍ଵିଇଟର ନୂଆ ସିଇଓ, ଟ୍ଵିଟକରି ମସ୍କ ଲେଖିଲେ The new CEO of Twitter is amazing

ପୋଷା କୁକୁରକୁ କମ୍ପାନୀର ସିଇଓ । ଟ୍ଵିଟରର ସିଇଓ ଏଲନ ମସ୍କ ଏକ କୁକୁରକୁ ଟ୍ଵିଟରର ସିଇଓ ବନେଇ ଦେଇଛନ୍ତି । ମସ୍କ ନିଜର ପୋଷା କୁକୁରକୁ ଟ୍ଵିଟରର ସିଇଓ ପଦରେ ବସେଇଛନ୍ତି । ଯାହାର ନା ଫ୍ଲୋକୀ । ଟ୍ଵିଟକରି ଲେଖିଥିଲେ ସେ ଜଣେ ବୋକାକୁ ଖୋଜୁଛନ୍ତି ଟ୍ଵିଟର ସିଇଓ ପାଇଁ । ମସ୍କ ବୋଧେ ଜଣେ ବୋକାକୁ ପାଇ ଯାଇଛନ୍ତି । ସେ ଆଉ କେହି ନୁହେଁ ତାଙ୍କ ପୋଷା କୁକୁର ଫ୍ଲୋକୀ ।

କେନୁଜ୍‌(ବ୍ୟୁରୋ): ଆପଣ କେବେ କୌଣସି ପଶୁକୁ ଏକ କମ୍ପାନୀର ସିଇଓ ହେବାର ଦେଖିଛନ୍ତି? ନିହାତି ଭାବେ ଆପଣ କେବେବି ଦେଖି ନଥିବେ । କଣ କେବେ ଏକ ପୋଷା କୁକୁରକୁ କମ୍ପାନୀର ସିଇଓ ହେବାକଥା ଶୁଣିଛନ୍ତି? ଏହାବି ଶୁଣି ନଥିବେ? କୁକୁର କଣ କେବେ କୌଣସି କମ୍ପାନୀର ସିଇଓ ହୋଇପାରେ! ଏଇଆ ହିଁ ଆପଣ ଚିନ୍ତା କରୁଥିବେ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଟ୍ଵିଟରର ସିଇଓ ଏଲନ ମସ୍କ ଏକ କୁକୁରକୁ ଟ୍ଵିଟରର ସିଇଓ ବନେଇ ଦେଇଛନ୍ତି । ମସ୍କ ନିଜର ପୋଷା କୁକୁରକୁ ଟ୍ଵିଟରର ସିଇଓ ପଦରେ ବସେଇଛନ୍ତି । ଯାହାର ନା ଫ୍ଲୋକୀ ।

ଏହା ପୂର୍ବରୁ ପରାଗ ଅଗ୍ରଓ୍ଵାଲ ଟ୍ଵିଟରର ସିଇଓ ଥିଲେ । ମକ୍ସ ଟ୍ଵିଟରକୁ କିଣିବା ପରେ ପରାଗ ଓଗ୍ରଓ୍ଵାଲଙ୍କୁ ଟ୍ଵିଟରର ସିଇଓ ପଦରୁ ହଟାଇ ଦେଇଥିଲେ । ଏହାପରେ ଟ୍ଵିଇଟରର ସିଇଓ ପଦ ନିଜେ ସମ୍ଭାଳୁଥିଲେ ମସ୍କ । ମସ୍କ ଏହା ପୂର୍ବରୁ ଟ୍ଵିଟରରେ ପୋଲ ଜାରି କରି ପଚାରିଥିଲେ କି ସେ ସିଇଓ ପଦକୁ ଛାଡ଼ିଦେବା ଉଚ୍ଚିତ କି? ଅଧିକାଂଶ ୟୁଜର ମକ୍ସ ସିଇଓ ପଦ ଛାଡ଼ିଦେବା ଉଚ୍ଚିତ ବୋଲି ପୋଲରେ ମତ ଦେଇଥିଲେ । ଏପରି ମତ ଆସିବା ପରେ ମତକୁ ଗ୍ରହଣ ନକରି କେବଳ ବ୍ଲିଉଟିକ୍‌ ୟୁଜରଙ୍କୁ ଭୋଟିଂ ଆକ୍ସେସ ଦେଇ ଆଉ ଥରେ ପୋଲ ଜାରି କରିଥିଲେ ମସ୍କ । ଏଥିରେ ବି ସେଇ ସମାନ ମତ ପ୍ରକାଶ ପାଇଥିଲା । ଏହାପରେ ମସ୍କ ଟ୍ଵିଟକରି ଲେଖିଥିଲେ ସେ ଜଣେ ନୂଆ ବ୍ୟକ୍ତିଙ୍କୁ ଖୋଜୁଛନ୍ତି, ଯେବେ ତାଙ୍କୁ ପାଇଯିବେ ସେ ସିଇଓ ପଦରୁ ଇସ୍ତଫା ଦେଇଦେବେ । ଏହାପରେ ପୁଣି ଟ୍ଵିଟକରି ଲେଖିଥିଲେ ସେ ଜଣେ ବୋକାକୁ ଖୋଜୁଛନ୍ତି ଟ୍ଵିଟର ସିଇଓ ପାଇଁ । ମସ୍କ ବୋଧେ ଜଣେ ବୋକାକୁ ପାଇ ଯାଇଛନ୍ତି । ସେ ଆଉ କେହି ନୁହେଁ ତାଙ୍କ ପୋଷା କୁକୁର ଫ୍ଲୋକୀ ।

ଟ୍ଵିଟରର ମାଲିକ ଏଲନ ମସ୍କ ତାଙ୍କ କୁକୁର ଫ୍ଲୋକୀକୁ ଅନ୍ୟ ସିଇଓଙ୍କ ତୁଳନାରେ ଅଧିକ ସକ୍ଷମ ବୋଲି ଭାବୁଛନ୍ତି । ଏଠାରେ ତାଙ୍କ ଇସାରା ସିଧା ପରାଗ ଅଗ୍ରଓ୍ଵାଲଙ୍କ ଆଡ଼କୁ ରହିଛି । ଯେବେ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟ୍ଵିଇଟରକୁ କିଣିଥିଲେ ସେ ଟ୍ଵିଇଟର ପୂର୍ବ ସିଇଓ ପରାଗ ଅଗ୍ରଓ୍ଵାଲଙ୍କୁ ବାହାର କରିଦେଇଥିଲେ । ମସ୍କ ଏହାସହ ବହୁ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିଦେଇଥିଲେ । ଏବେ ମସ୍କ ଟ୍ଵିଇଟରର ସିଇଓର ଚଉକିରେ ନିଜର ପୋଷା କୁକୁର ଫ୍ଲୋକୀକୁ ବସାଇ ଦେଇଛନ୍ତି ।

ମସ୍କ ସିଇଓ ଚଉକିରେ ବସିଥିବା ନିଜର ପୋଷା କୁକୁର ଫ୍ଲୋକୀର ଫଟୋ ଟ୍ଵିଟକରି ସେୟାର କରିଛନ୍ତି । ଫଟୋରେ ଫ୍ଲୋକୀ ବ୍ରାଣ୍ଡେଡ କଳା ରଙ୍ଗର ଟି-ସାର୍ଟ ପିନ୍ଧିଛି । ସାର୍ଟ ଉପରେ ସିଇଓ ଲେଖା ହୋଇଛି । ଟେବୁଲରେ ଫ୍ଲୋକୀର ସାମନାରେ କିଛି ଡକ୍ୟୁମେଣ୍ଟ ରଖିଥିବାର ନଜର ଆସୁଛି । ଯେଉଁଥିରେ ଫ୍ଲୋକୀର ପଞ୍ଝାର ଚିହ୍ମ ଓ ଟ୍ଵିଇଟରର ଲୋଗୋ ରହିଛି । ଫ୍ଲୋକୀର ସାମନାରେ ଏକ ଛୋଟ ଲାପଟପ ବି ରହିଛି । ଯେଉଁଥିରେ ଟ୍ଵିଇଟରର ଲୋଗୋ ରହିଛି । ମସ୍କ ଫ୍ଲୋକୀର ୩ଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଟ୍ଵିଟରେ ସେ ଲେଖିଛନ୍ତି The new CEO of Twitter is amazing । ଏହାର ତଳେ ଆଉଏକ ଟ୍ଵିଟରେ ଲେଖିଛନ୍ତି So much better than that other guy! ଏହାସହ ଲେଖିଛନ୍ତି He’s great with numbers! ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.