ଦରମା ନ ମିଳିବାରୁ ଗୋଟିଏ ପରେ ଗୋଟିଏ ଟ୍ରକକୁ ଭାଙ୍ଗିଲେ ଜେସିବି କର୍ମଚାରୀ
ରାଗରେ ମଣିଷ କିଛି ବି କରିବାକୁ ପଛଘୁଞ୍ଚା ଦେଇନଥାଏ । ରାଗରେ ଥିବା ସମୟରେ ନିଜର ହିତାହିତ ଜ୍ଞାନ ଭୁଲିଯାଏ ମଣିଷ। କଣ କରେ ନ କରେ ହଠାତ୍ କିଛି ଚିନ୍ତା କରିପାରନେ। ଆଉ ଏହି ରାଗ ସମୟରେ ସେ ଏମିତି କିଛି କରିପକାଏ ଯେ ପର ମୁହୂର୍ତ୍ତରେ କେବଳ ପଶ୍ଚାତାପ କରିବା ଛଡା ଆଉ କିଛି ନଥାଏ। ଆମେ ଆପଣଙ୍କୁ ଏଥିପାଇଁ କହୁଛୁ କାରଣ ଏବେ ସେହିପରି ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେଜଣେ କର୍ମଚାରୀ ଜେସିବି ଧରି ଟ୍ରକ ଗୁଡିକୁ ଭାଙ୍ଗି ଚୁରମାର କରୁଥିବାର ଦେଖିବାକୁ ମିଳିଛି । ଜେସିବିରେ ସେ ଗୋଟିଏ ପରେ ଗୋଟିଏ ଗାଡ଼ିକୁ ନଷ୍ଟ କରିଚାଲିଛି। ଆଉ ଏ ଚିତ୍ର ଦେଖିଲେ ଲାଗୁଛି ଯେମିତି ଜେସିବିର ମୁଣ୍ଡ ମାଡ ହେଇଯାଇଛି। କିନ୍ତୁ ଏଠାରେ ଜେସିବି ଚାଳକଙ୍କ ମୁଣ୍ଡ ଗରମ ହୋଇଯାଇଛି, ସେ ଭୀଷଣ ରାଗି ଯାଇଛନ୍ତି।
ଜେସିବି ଧରି ଗୋଟିଏ ପରେ ଗୋଟିଏ ଟ୍ରକକୁ ଏପରି ଚୁରମାର କରୁଥିବା ଏ ବ୍ୟକ୍ତିଙ୍କ ନାମ ହେଉଛି ହାକନ ଏମ। ସେ କୋଇଲା ଖଣିରେ କାମ କରନ୍ତି। ତେବେ ମାଲିକ ଦରମା ନଦେବାରୁ ରାଗରେ ଆସି କର୍ମଚାରୀ ଜଣକ ଏପରି ତାଣ୍ଡବ ରଚିଛନ୍ତି। କୋଇଲା ଖଣିର ମାଲିକ କୌଣସି କାରଣରୁ ସେହି କର୍ମଚାରୀଙ୍କୁ ମାସକର ଦରମା ଦେବାକୁ ମନା କରିଦେଇଥିଲେ। ଯାହାପରେ କର୍ମଚାରୀଙ୍କ ରାଗ ଏମିତି ଚରମ ସୀମାରେ ପହଁଚିଥିଲା। ତେବେ ମାଲିକ ଜଣକ ଆଉ କେହି ନୁହନ୍ତି, ବରଂ ସେହି ବ୍ୟକ୍ତିଙ୍କର ଦାଦା। ଦରମା ଦେବାକୁ ମନା କରିବାରୁ କର୍ମଚାରୀ ଜଣକଙ୍କର ରାଗ ବଢ଼ିଯାଇଥିଲା । ଫଳରେ ସେ ଜେସିବିରେ ଲଗାତାର ଭାବେ ୫ଟି ଟ୍ରକକୁ ନିମିଷକ ମଧ୍ୟରେ ଭାଙ୍ଗି ଚୁରମାର୍ କରିଦେଲେ । ପାଖରେ ଥିବା ଅନ୍ୟ କର୍ମଚାରୀମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇଗଲେ ।
ଆଉ ଦୌଡି ଯାଇ ତୁରନ୍ତ ହାକନଙ୍କୁ ଅନ୍ୟ କର୍ମଚାରୀମାନେ ଧରିଥିଲେ ଓ ଜେସିବିରୁ ବାହରରକୁ ଆଣିଥିଲେ । ଅନେକ ବୁଝାସୁଝା ପରେ ହାକନ ମାନିଥିଲେ ସତ, କିନ୍ତୁ ସେତେବେଳକୁ ସେ ଅନେକ ଟ୍ରକକୁ ନଷ୍ଟ କରିସାରିଥିଲା। ତେଣୁ କୁହାଯାଏ ରାଗ ହେଉଛି ବାତ୍ୟା ଭଳି। ବାତ୍ୟା ଯେମିତି ଆସେ ନିଜ ସହ ସବୁକିଛିକୁ ଭାଙ୍ଗି ରୁଜି ନେଇଯାଏ, ରାଗ ମଧ୍ୟ ଠିକ୍ ସେମିତି ରାଗ ସମୟରେ ମଣିଷ କଣ କରେ କିଛି ଜାଣିପାରେନା ଆଉ ଯେତେବେଳେ ରାଗ ଥଣ୍ଡା ହୁଏ ସେତେବେଳେ ଜଣାପଡେ କେତେ କଣ କ୍ଷତି ହୋଇଛି।
When the Boss refuses to pay up pic.twitter.com/Bw7LeQVglW
— Best Videos 🎥🔞 (@CrazyFunnyVidzz) September 14, 2021