ବନ୍ଦ କୋଠରୀରେ ଛତୁ ଚାଷ କରି ଚର୍ଚ୍ଚାରେ ବ୍ରଜରାଜନଗର ପୌରାଞ୍ଚଳର ମହିଳା, ସମାଜ ପାଇଁ ସୃଷ୍ଟି କଲେ ଅନନ୍ୟ ଉଦାହଣର

ଝାରସୁଗୁଡା(କେନ୍ୟୁଜ୍): ଆଜିକାଲି ମହିଳା ମାନେ ଚାରି କାନ୍ଥ ଭିତରେ ହାତେ ଓଢଣା ଦେଇ ନିବୁଜ ହୋଇ ରହିବାକୁ ପସନ୍ଦ କରୁନଥିବାବେଳେ, ଆତ୍ମନିର୍ଭରଶୀଳ ହୋଇ ସମାଜରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ସେମାନେ ସବୁ କ୍ଷେତ୍ରରେ ନିଜର ଉପସ୍ଥିତିକୁ ଜାହିର ମଧ୍ୟ କରୁଛନ୍ତି। ଏହି କ୍ଷେତ୍ରରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳର ମହିଳାମାନେ କୌଣସିଥିରେ ପଛରେ ନାହାନ୍ତି । ଏକ ଅଭିନବ ଉପାୟରେ ଛତୁ ଚାଷ କରି ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିପାରିଛନ୍ତି ଏଠାକାର ଗୃହିଣୀ ମାନେ । ଛତୁ ଚାଷ କରି ନିଜ ପରିବାରର ମେରୁଦଣ୍ଡକୁ ଆହୁରି ମଜବୁତ କରିବା ସହିତ ସମାଜକୁ ଏକ ନିଆରା ବାର୍ତ୍ତା ଦେଇଛନ୍ତି ।

womanବ୍ରଜରାଜନଗର ପୌରାଞ୍ଚଳର ଗୃହିଣୀ ମାନେ ଏକ ବନ୍ଦ କୋଠରୀରେ କିଛି ପ୍ଳାଷ୍ଟିକରେ ପୁଆଲକୁ ଭରି ତାଉପରେ ଛତୁ ମଞ୍ଜି ଦେଇ ଏକ ରସିରେ ବାନ୍ଧି ଝୁଲାଇଥାନ୍ତି । ଉଚିତ୍ ଯତ୍ନ ନେଇ ସଫଳତାର ଏକ ଚାଷ କରିଥାନ୍ତି । ଛତୁ ଚାଷ ସେମାନଙ୍କ ଜୀବନ ଜୀବିକା ପାଇଁ ଏକ ନୂତନ ମାର୍ଗ ଦେଖାଇଛି । ପାଖାପାଖି ୭୦ଜଣ ମହିଳା ଏହି ଛତୁ ଚାଷ କରିବା ପାଇଁ ଉଚିତ୍ ପ୍ରଶିକ୍ଷଣ ନେଇ ସଫଳତା ପାଇପାରିଛନ୍ତି ।

mushroomଏହି ମହିଳା ମାନେ ୧୨୦୦ଟଙ୍କା ଖର୍ଚ୍ଚ କରି ୪ ରୁ ୫ହଜାର ଟଙ୍କା ରୋଜଗାର କରିପାରିବାରେ ସକ୍ଷମ ହୋଇପାରିଛନ୍ତି । ଏମାନେ କେଜି ପିଛା ୨୦୦ଟଙ୍କା ବିକ୍ରୀ କରୁଥିବାବେଳେ ଶୁଖିଲା ଛତୁକୁ କେଜି ପିଛା ୬୦୦ଟଙ୍କା ଦରରେ ବଜାରରେ ବିକ୍ରୀ କରୁଛନ୍ତି । ତେବେ ନିଜ ପରିବାର ଏବଂ ସ୍ବାମୀଙ୍କୁ ସହଯୋଗ କରିବା ସହ ସମାଜ ପାଇଁ ଏକ ଅନନ୍ୟ ଉଦାହଣର ସୃଷ୍ଟି କରିଛନ୍ତି ।

ଝାରସୁଗୁଡାରୁ ସନ୍ତୋଷଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.