Categories: ସ୍ପେଶାଲ

କଳିଯୁଗ ଅନ୍ତ ହେବାର ଏହା ହେଉଛି ୧୩ ସଙ୍କେତ , ବିଷ୍ଣୁ ପୁରାଣରେ ଭଗବାନ୍ କରିଛନ୍ତି ଭବିଷ୍ୟବାଣୀ

ଅନେକ ସମୟରେ ଦୁନିଆ ଶେଷ ହୋଇ ଯିବାର ଗୁଜବ ଶୁଣିବାକୁ ମିଳେ । ଖାସ୍ କରି ୨୦୧୨ରେ ଏଭଳି ଏକ ଖବର ବେଶ୍ ଚର୍ଚ୍ଚାରେ ଥିଲା । ଅନେକ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ହେଡଲାଇନ୍ କରି ପ୍ରସାରିତ କରିଥିଲେ । ଏହା ଉପରେ କିଛି ବୈଜ୍ଞାନିକ ରିସର୍ଚ୍ଚ କରିଥିଲେ । କିନ୍ତୁ ଖବରଟି କେତେ ସତ କେତେ ମିଛ ଆପଣ ଜାଣିପାରୁଥିବେ । କାରଣ ଆଜି ଆମେ ବଂଚିଛୁ । ଆଉ ଆମେ ଏହି ଖବର ଲେଖୁଛୁ ଏବଂ ଆପଣ ପଢୁଛନ୍ତି । ତେବେ ଦୁନିଆ ଅନ୍ତ ହେବା କଥା ପ୍ରାୟ ସମସ୍ତ ଧାର୍ମିକ ଗ୍ରନ୍ଥରେ ଲେଖାଯାଇଛି । କିନ୍ତୁ ବିଷ୍ଣୁ ପୁରାଣରେ ବିସ୍ତାରରେ ଲେଖାଯାଇଛି ।

ଏବେ ନଜର ପକାନ୍ତୁ ବିଷ୍ଣୁ ପୁରାଣରେ ଭଗବାନଙ୍କ ଭବିଷ୍ୟବାଣୀ । ବିଷ୍ଣୁ ପୁରାଣରେ ଲେଖାଯାଇଥିବା ଏହି କଥାକୁ ଶ୍ରୀକୃଷ୍ଣ ଗୀତାରେ ମଧ୍ୟ କହିଛନ୍ତି ।

ଏହା ସହ ପଢନ୍ତୁ ଭାରତର ଶକ୍ତିଶାଳୀ କ୍ଷେପଣାସ୍ତ୍ର, ଯାହା ହଜାଇଛି ଶତ୍ରୁଙ୍କ ନିଦ

– ଭଗବାନ ବିଷ୍ଣୁ କହିଥିଲେ ଯେତେବେଳେ ସ୍ତ୍ରୀମାନେ ନିଜ କେଶ କାଟିବାକୁ ଲାଗିବେ ସେତେବେଳେ କଳିଯୁଗର ଆରମ୍ଭ ହୋଇଯିବ ।

– ଯେତେବେଳେ ସମସ୍ତେ ନିଜ କେଶ ରଙ୍ଗ କରିବାକୁ ଲାଗିବେ, ଯେତେବେଳେ କଳା ଏବଂ ଲମ୍ବା କେଶ ଦେଖିବାକୁ ମିଳିବ ନାହିଁ ସେତେବେଳେ କଳିଯୁଗ ଧୀରେ ଧୀରେ ବଢିବ । ଆଉ ଲୋକଙ୍କ କେଶରେ ପ୍ରାକୃତିକ ରଙ୍ଗ ଦେଖିବାକୁ ମିଳିବନି ।

– ଯେଉଁଦିନ ପୁଅ ନିଜ ବାପା ଉପରେ ହାତ ଉଠାଇବ ସେତେବେଳେ ଜାଣିବେ କଳିଯୁଗ ମଧ୍ୟମ ସମୟରେ ଚାଲିଛି । ସବୁଘରେ କଳହ ଏବଂ ବିବାଦ ରହିବ । କାହା ମନ କାହା ସହ ମିଶିବ ନାହିଁ ଏବଂ ଲୋକମାନେ ନିଜ ଲୋକଙ୍କୁ ହିଁ ମାରିବେ ।

– କଳିଯୁଗ ସମସ୍ତେ ସମସ୍ତଙ୍କୁ ମିଛ କହିବେ । ସ୍ବାମୀ – ସ୍ତ୍ରୀ, ବାପା ମା – ସନ୍ତାନଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଏବଂ ସଚ୍ଚୋଟତା ରହିବ ନାହିଁ । କାହାର ଆଖିରେ ବି ସତ ଦେଖିବାକୁ ମିଳିବ ନାହିଁ । ସମସ୍ତେ ପରସ୍ପରକୁ ଧୋକା ଦେବେ ଏବଂ ସତର ଆଖିରେ ପଟି ବନ୍ଧା ହୋଇଯିବ ।

– କଳିଯୁଗରେ ଅସୁରକ୍ଷିତ ରହିବେ ମହିଳା । କେବଳ ବାହାର ଲୋକ ନୁହେଁ ନିଜ ଘର ଲୋକ ହିଁ ଶୋଷଣ କରିବେ । ନିଜ ଘର ଲୋକଙ୍କ ମଧ୍ୟରେ ମନାନ୍ତର ଏବଂ ମତାନ୍ତର ରହିବ ।

– କଳିଯୁଗର ମଧ୍ୟଭାଗରେ ହୋଇଥିବା ବିବାହରେ କେବଳ ସାଲିସ୍ ହିଁ ବାକି ରହିବ । ସ୍ବାମୀ ସ୍ତ୍ରୀ ପରସ୍ପରର ସମ୍ମାନ ଏବଂ ଇଜ୍ଜତ କରିବେ ନାହିଁ । ଖୁବ୍ କମ୍ ଯୋଡି ସାରା ଜୀବନ ସାଥୀରେ ରହିବେ ।

ଏହା ସହ ଏହି ଐତିହାସିକ ସ୍ଥାନକୁ ରାତିରେ ଗଲେ ସକାଳେ ଫେରିବ ତାଙ୍କର …..

– ଯେମିତି ସତ୍ୟଯୁଗରେ ଲୋକମାନଙ୍କ ବୟସ ଲମ୍ବା ହେଉଥିଲା ଏବଂ ଆୟୁଷ ସରିଲେ ଲୋକଙ୍କ ଦେହାନ୍ତ ହେଉଥିଲା ସେମିତି ଘୋର କଳିଯୁଗ ଆସିଲେ ହେବନାହିଁ । କମ୍ ବୟସରେ ଲୋକଙ୍କ ମୃତ୍ୟୁ ହେବ । ତାହା ବି ଅତ୍ୟନ୍ତ ଶୋଚନୀୟ ମୃତ୍ୟୁ । ମଣିଷ ଶତ୍ରୁ ହେବ ମଣିଷ । କେବଳ ସ୍ବାର୍ଥ ହିଁ ରାଜ୍ କରିବ ।

– ଯେତେବେଳେ ଘୋର କଳିଯୁଗ ଆସିବ ସେତେବେଳେ କେବଳ ବେଇମାନୀ ହିଁ ରାଜ୍ କରିବ । ପରସ୍ପରକୁ ଠକି କି ଟଙ୍କା ରୋଜଗାର କରିବେ ଏବଂ ଟଙ୍କା ପାଇଁ ପରସ୍ପରର ରକ୍ତ ମଧ୍ୟ ବୁହାଇବେ । ଆଉ ପରସ୍ପରର ଅଧିକାର ଛଡାଇନେବେ  ।

– କଳିଯୁଗରେ ନା କୌଣସି ଆଇନ୍ ରହିବ ନା କୌଣସି ବ୍ୟବସ୍ଥା । ସମସ୍ତେ ନିଜ ମନ ମୂତାବକ କାମ କରିବେ ।

– ଦେଶର ଚାରିଆଡେ ଅକାଳ ଏବଂ ତ୍ରାହି ରହିବ । ଲୋକମାନେ ଭୋକ ଏବଂ ଶୋଷରେ ମୃତ୍ୟୁ ବରଣ କରିବେ । ଏଭଳି ପରିସ୍ଥିତି ଆସିଲେ ଜାଣିବେ କଳିଯୁଗ ନିଜ ଚରମ ସୀମାରେ ଅଛି ।

– ଆଗକୁ ଭଗବାନ୍ ବିଷ୍ଣୁ କହିଛନ୍ତି ଯେତେବେଳେ କୌଣସି ୭ ବର୍ଷର ଝିଅ ନିଜ ପିଲାକୁ ଜନ୍ମ ଦେବ ସେତେବେଳେ ଜାଣିବେ ଘୋର କଳିଯୁଗ ଆସିଗଲାଣି । ଯାହାର କିଛି ଦିନ ମଧ୍ୟରେ କଳିଯୁଗର ଅନ୍ତ ହୋଇପାରେ ।

– ଭଗବାନ୍ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବର ଯେତେବେଳେ ଏକାଠି ହୋଇଯିବେ ସେତେବେଳେ କଳିଯୁଗର ଅନ୍ତ କରିଦେବେ । କାରଣ କଳିଯୁଗ ହିଁ ଶେଷ ଚରଣ ଏବଂ ଏହା ପରେ ସୃଷ୍ଟିର ସର୍ବନାଶ ହୋଇଯିବ ।

– ଭଗବାନ୍ କହିଛନ୍ତି ଯେତେବେଳେ ଲୋକମାନେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ବରଙ୍କୁ ମାନିବେ ନାହିଁ ସେତେବେଳେ ସେମାନେ ସର୍ବନାଶ କରିବାକୁ ବାଧ୍ୟ ହେବେ । ସର୍ବନାଶ ହେବାର ସବୁଠାରୁ ପ୍ରଥମ ପ୍ରଳୟ ପାଣିରୁ ହେବ । ଏହା ପରେ ଅଗ୍ନି, ତାପରେ ବାୟୁ ଏବଂ ଶେଷରେ ପୃଥିବୀ ତଳକୁ ଧସିଯିବ । ଏହା ପରେ ଆରମ୍ଭ ହେବ ଏକ ନୂଆ ଯୁଗର । ଯେଉଁଠାରେ ଆରମ୍ଭ ପୁଣି ଥରେ ସତ୍ୟରୁ ହେବ ।

KNews Bureau

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

9 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

18 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

34 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

43 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

51 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago