ଇଞ୍ଜିନିୟରମାନେ ପ୍ରସ୍ତୁତ କଲେ ‘ରୋବୋଟିକ୍‌ ଟ୍ରି’, ୨,୮୯୦ ଲୋକଙ୍କ ପାଇଁ ତିଆରି କରୁଛି ବିଶୁଦ୍ଧ ବାୟୁ

ପ୍ରଦୂଷଣ ସହ ଲଢ଼ିବାରେ ଗଛଲତା ବହୁତ ଫଳପ୍ରଦ ହୋଇଥାଆନ୍ତି। କିନ୍ତୁ ସମସ୍ୟା ହେଉଛି କି ସାରା ଦୁନିଆରେ ଗଛଲତା ସଂଖ୍ୟା ଲଗାତାର ହ୍ରାସ ପାଇବାରେ ଲାଗିଛି, ଯେଉଁଥିପାଇଁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ବିଶ୍ୱସ୍ତରରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି, ହେଲେ ସେଗୁଡ଼ିକ ସଫଳ ହୋଇପାରୁନାହିଁ। ଏଭଳି ସ୍ଥିତିରେ ମେସ୍କିକୋର ଇଞ୍ଜିନିୟରମାନେ ଏକ ରୋବୋଟିକ୍‌ ଗଛ ପ୍ରସ୍ତୁତ କରିଛନ୍ତି, ଯାହାର ନାମ ଦେଇଛନ୍ତି ‘ବାୟୋଅର୍ବନ’। ଏହି ଗଛ ପ୍ରତ୍ୟେକ ଦିନ ୨,୮୯୦ ଲୋକଙ୍କ ପାଇଁ ବିଶୁଦ୍ଧ ବାୟୁ ତିଆରି କରିପାରୁଛି। ଆସନ୍ତୁ ଜାଣିବା, କ’ଣ ରହିଛି ଗଛର ଖାସିୟତ୍‌।

tree2

ଏହାସହ ପଢ଼ନ୍ତୁ: ନିଆରା ଅନ୍ଦାଜରେ ପ୍ରେମିକାଙ୍କୁ ଦେଲେ ‘ବିବାହ ପ୍ରସ୍ତାବ’, ପୁଣି ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ

ରୋବୋଟିକ୍‌ ଗଛକୁ ନେଇ ଇଞ୍ଜିନିୟରମାନଙ୍କ ଦାବି ହେଲା କି, ଗଛଟି ପୂରାପୂରି ଅସଲି ଗଛ ଭଳି କାମ କରିଥାଏ। ବାୟୁମଣ୍ଡଳରୁ ପ୍ରଦୂଷିତ ପବନକୁ ଅବଶୋଷିତ କରିଥାଏ ଏବଂ ପୁଣି ଶୁଦ୍ଧ ବାୟୁ ଛାଡ଼ିଥାଏ। ଏହି ଗଛରେ ଏକ ମେଶିନ୍‌ ସିଷ୍ଟମ୍‌ ଲାଗିଛି, ଯାହାକି ଦୂଷିତ ପବନକୁ ବିଶୁଦ୍ଧ କରୁଛି। ଗଛର ଉଚ୍ଚତା ରହିଛି ୧୪ ଫୁଟ। ଏଥିରେ ବାୟୁ ଶୁଦ୍ଧ କରି ବାୟୁମଣ୍ଡଳକୁ ଛାଡ଼ିବା ପାଇଁ ଫଟୋଥିନ୍ସେସିସ୍‌ ସିଷ୍ଟମ ଲଗାଯାଇଛି। ଇଞ୍ଜିନିୟରମାନଙ୍କ ଦାବି ମୁତାବକ, ଏହି ଗଛ ୩୬୮ ଅସଲି ଗଛର ବରାବର ଭଳି କାମ କରିଥାଏ। ରୋବୋଟିକ୍‌ ଗଛକୁ ବର୍ତ୍ତମାନ ମେସ୍କିକୋର ପ୍ୟୁବେଲା ସହରରେ ଲଗାଯାଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ଖର୍ଚ୍ଚ ହୋଇଛି ୩୫ ଲକ୍ଷ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.