ଗୋଟିଏ ଛାତ ତଳେ ବିରାଟକାୟ ଜଙ୍ଗଲ, ଜାଣନ୍ତୁ ୟୁରୋପର ସବୁଠୁ ବଡ଼ ରେନ୍ ଫରେଷ୍ଟ ବିଷୟରେ

ଯେଉଁ ମଣିଷ ଗାଁ ପରିବେଶରୁ ବାହାରି ସହରରେ କଂକ୍ରିଟ ଜଙ୍ଗଲରେ ଘର କଲା ଆଜି ସେହି ମଣିଷ ଅଣ ନିଃଶ୍ୱାସୀ ହୋଇ ବୁଲୁଛି। ସୁସ୍ଥ ବାତାବରଣ ପାଇଁ ମଣିଷ ପାଗଳ ହୋଇ ଯାଉଛି। ଆଜିର ସମୟରେ ଆଗାମୀ ଭବିଷ୍ୟତ ଦେଖାଯାଉ ନାହିଁ।
ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ଏକ ସ୍ଥାନରେ ସବୁବେଳେ ମାଟି ଖୋଳାଯାଏ। ବର୍ଷ ବର୍ଷ ଧରି ଏହି ଠାରୁ ମାଟି ଉଠିବା କାରଣରୁ ଏହି ଜାଗାରେ ବଡ ବଡ ଖଣି ସୃଷ୍ଟି ହୋଇଥିଲା। ସେହି ଖଣିକୁ ଏବେ ଜଙ୍ଗଲରେ ରୂପାନ୍ତରିତ କରାଯାଇଛି। ତେବେ କେମିତି ଏଭଳି କରାଯାଇଛି ଆସନ୍ତୁ ଜାଣିବା। ସବୁ ମଣିଷ ଭବିଷ୍ୟତରେ ବର୍ଷା ବଣ ତିଆରି କରିବାକୁ ବାଧ୍ୟ ହେବେ। ଅର୍ଥାତ କୃତ୍ରିମ ଉପାୟରେ ନିଜ ଘର ଭିତରେ, ବାହାରେ ଜଙ୍ଗଲ ଭଳି ପରିବେଶ ତିଆରି କରିବେ।

ସୂଚନାଯୋଗ୍ୟ ଯେ ଆମ ଦୁନିଆରେ ପ୍ରତିକ୍ଷଣ ୧୪ସହ ବର୍ଗ ମିଟର କ୍ଷେତ୍ରର ଜଙ୍ଗଲ ନଷ୍ଟ ହେଉଛି। ଯାହା ଭବିଷ୍ୟତ ପାଇଁ ଏକ ଭୟଙ୍କର ରୂପ ନେଇ ଆସିବ। ଆଉ ସେଭଳି ସଂଘାତିକ ପରିସ୍ଥିତିକୁ ସାମ୍ନା କରିବା ପାଇଁ ମଣିଷ ଯଦି ପୂର୍ବରୁ ପ୍ରସ୍ତୁତ ନ ହୁଏ, ତେବେ କଥା ସରିଲା ଜାଣନ୍ତୁ। ୟୁରୋପର ଏହି ସ୍ଥାନରେ କିଛି ଲୋକ ଦୁଇ ପାଦ ଆଗରେ ଠିଆ ହୋଇଛି। ୟୁରୋପରେ କୃତ୍ରିମ ବର୍ଷା ବଣ ତିଆରି କରାଯାଇଛି ଯେମିତି ଲୋକଙ୍କୁ ପ୍ରକୃତି ସହ ବଞ୍ଚିବାର ସୁଯୋଗ ମିଳି ପାରିବ। ଏହି ବିଶେଷ ବର୍ଷା ବଣ ଇଡେନ ପ୍ରୋଜେକ୍ଟ୍ ର ଏକ ଅଂଶ। ପ୍ରଥମେ ବଡ ବଡ ଗ୍ରୀନ ହାଉସ ତିଆରି କରି ଏକ କୃତ୍ରିମ ଜଙ୍ଗଲ ତିଆରି କରାଯାଏ। ୧୬ହଜାର ବର୍ଗ ମିଟର କ୍ଷେତ୍ରରେ ଏଠାରେ ତିଆରି ହୋଇଛି ଏହି ଇନଡୋର ଜଙ୍ଗଲ। ଫୁଟିଲା ମକ୍କା ଭଳି ବଡ ବଡ ଛାତ ତଳେ ଅନେକ ପ୍ରକାରର ଫୁଲ ଫଳ ଗଛ ଏଠାରେ ଲଗାଯାଇଛି । ଏହି ପ୍ରୋଜେକ୍ଟ୍ କୁ କର୍ଣ୍ଣ ୱାଲ୍ ଇଡେନ୍ ପ୍ରୋଜେକ୍ଟ ନାଁ ଦିଆଯାଇଛି। ଇଂଲଣ୍ଡ ବ୍ରିଟେନରେ ବର୍ତ୍ତମାନ୍ ଠିଆ ହୋଇଛି ଏହି ବର୍ଷା ବଣ।
ଦୁନିଆ ଆରମ୍ଭରୁ ଯେମିତି ଥିଲା ଏବେ ସେମିତି ନାହିଁ। ମଣିଷ ହିଁ ସବୁ ସୀମା ଟପି ଦୁନିଆକୁ ବଦଳାଇ ଦେଉଛି । ଆଉ ଯେତେବେଳେ ପ୍ରକୃତି ବଦଳୁଛି ତାର ସାମ୍ନା ଆମ ଭଳି ସାମାନ୍ୟ ମଣିଷ ପକ୍ଷେ ଅସମ୍ଭବ ହେଇଯାଉଛି। ତେଣୁ ଏଭଳି ଏକ ପୃଥିବୀ ତିଆରି ହେବା ଉଚିତ୍ ଯେଉଁଠି ମଣିଷ ତାର ଭବିଷ୍ୟତ ସୁନ୍ଦର୍ ପରିବେଶରେ ଗଢିପାରିବ। ଏଭଳି କିଛି ଚିନ୍ତା କରି ତିଆରି କରାଯାଇଛି ଏହି ରେନ ଫରେଷ୍ଟ, ଯାହା ଏବେଠୁ ବୁଝି ପାରିଲେ ମଣିଷ ଆଗକୁ ପ୍ରକୃତି ସହ ଖେଳିବ ନାହିଁ। ପାଖାପାଖି ୯ କୋଟି ବର୍ଷ ପୂର୍ବେ ଆଣ୍ଟାର୍କଟିକା ଏକ ଜଙ୍ଗଲ ଥିଲା। ଯେମିତି ନ୍ୟୁଜିଲାଣ୍ଡ ଆଜି ଦେଖାଯାଉଛି। ହେଲେ ଆଜି ବରଫର ଚାଦର ତଳେ ପୋତି ହୋଇ ଯାଇଛି। ବର୍ଷା ବଣ ଏକ ଜୀବିତ ଇକୋ ସିଷ୍ଟମ କହିଲେ ଅତ୍ୟୁକ୍ତି ହେବନାହିଁ।