ଇଂଲଣ୍ଡ: ଶେଷ ସମୟରେ ଏଠାରେ ବୁଲୁଥିଲେ ଡାଇନାସୋର, ମିଳିଲା ଅନେକ ପଞ୍ଝା ଚିହ୍ନ, ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

କେବେ ଆପଣ ଡାଇନାସୋରର ପଞ୍ଝା ଚିହ୍ନ ଦେଖିଛନ୍ତି? ହୁଏତ ଫିଲ୍ମରେ ଦେଖିଥିବେ। କିନ୍ତୁ ଏବେ ଦକ୍ଷିଣ ବ୍ରିଟେନର ସମୁଦ୍ର କୂଳରୁ ଅନେକ ଗୁଡ଼ିଏ ଡାଇନାସୋର ପଞ୍ଝା ଚିହ୍ନ ମିଳିଛି। କୁହାଯାଉଛି କି, ଏହି ଡାଇନାସୋର ପୃଥିବୀର ଶେଷ ଡାଇନାସୋର ଥିଲେ, ଯାହା ପରେ ସେମାନେ ବିଲୁପ୍ତ ହୋଇଯାଇଥିଲେ।

ବୈଜ୍ଞାନିକମାନେ ଦାବି କରିଛନ୍ତି କି, ଡାଇନାସୋରର ଏହି ପଞ୍ଝା ଚିହ୍ନ ପାଖାପାଖି ୧୧ କୋଟି ବର୍ଷ ପୁରୁଣା। ବ୍ରିଟେନ ଆଖପାଖରେ ବୁଲୁଥିବା ଏହି ଡାଇନାସୋର ପୃଥିବୀର ଶେଷ ଡାଇନାସୋର। ଏହି ରିସର୍ଚ୍ଚକୁ Hastings Museum and Art Gallery ଏବଂ University of Portsmouth ମିଶିକି କରିଛନ୍ତି। ଏହି ପଞ୍ଝା ଚିହ୍ନ ଇଂଲଣ୍ଡର କେଣ୍ଟ ଅଞ୍ଚଳର ଫୋଲକଷ୍ଟୋନରେ ଦେଖିବାକୁ ମିଳିଛି। ଏଥିରେ ୬ ପ୍ରଜାତିର ଡାଇନାସୋର ପଞ୍ଝା ଚିହ୍ନ ରହିଛି।

ବୈଜ୍ଞାନିକଙ୍କ କହିବା ହେଲା, ୧୧ କୋଟି ବର୍ଷ ପୂର୍ବେ କ୍ରେଟାସିୟସ ଯୁଗରେ ଦକ୍ଷିଣ ଇଂଲଣ୍ଡ ଏମାନଙ୍କର ଗଡ଼ ଥିଲା।  ବୈଜ୍ଞାନିକମାନେ ଅନୁମାନ କରିଛନ୍ତି କି, ଏଠାରେ ଏଙ୍କିଲୋସୋର୍ସ, ଥେରୋପାଡସ, ଟାଇରାନୋସାରସ ରେକ୍ସ ଓ ଆର୍ଣ୍ଣିଥୋପାଡସ ପ୍ରଜାତିର ଡାଇନାସୋର ପଞ୍ଝା ଚିହ୍ନ ମିଳିଛି।

Hastings Museum and Art Galleryର କ୍ୟୁରେଟର ଫିଲିପ ହ୍ୟାଡଲ୍ୟାଣ୍ଡ କହିଛନ୍ତି କି, ଏଠାରୁ ମିଳିଥିବା ସବୁଠାରୁ ବଡ଼ ପଞ୍ଝା ଚିହ୍ନ ୮୦ ସେଣ୍ଟିମିଟର ଚଉଡ଼ା ଏବଂ ୬୫ ସେଣ୍ଟିମିଟର ଲମ୍ବା। ଅନୁମାନ କରାଯାଉଛି, ଏହା ଇଗୁଆନୋଡୋନ ଡାଇନାସୋରର ହୋଇପାରେ। ଏହି ପ୍ରଜାତି ଡାଇନାସୋର ଶାକାହାରୀ ଥିଲେ ଏବଂ ପାଖାପାଖି ୧୦ ମିଟର ଲମ୍ବା ଥିଲେ।

Leave A Reply

Your email address will not be published.