ସ୍ପେଶାଲ

ସରକାରଙ୍କ ଅଫର : ସାଇକେଲ୍‌ ଚଳାନ୍ତୁ ରୋଜଗାର କରନ୍ତୁ, ୧ କିଲୋମିଟର ଚଳାଇଲେ ପାଇବେ ୧୫ ଟଙ୍କା

ପରିବେଶର ପ୍ରଦୂଷଣକୁ ଲକ୍ଷ୍ୟ କରି ଇକୋ ଫ୍ରେଣ୍ଡ୍‌ଲି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଯେତେ ସଂଖ୍ୟାରେ ଯାନବାହନ ନ ଚଳାଇବାକୁ ସରକାର ପରାମର୍ଶ ଦେଉଛନ୍ତି । ବହୁ ୟୁରୋପୀୟ ଦେଶ ଜଳବାୟୁ ପରିବର୍ତ୍ତନକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି । ଲୋକେ ଯେପରି ଅଧିକ ଇକୋ ଫ୍ରେଣ୍ଡ୍‌ଲି ହେବେ ସେଥିପାଇଁ ସରକାରଙ୍କ ପ୍ରଚେଷ୍ଟା ଚାଲିଛି ।ଏଥିରେ ନାଗରିକମାନେ ବି ସରକାରଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ।

ଏପରି ଘଟଣା ଦେଖାଯାଇଛି ନେଦରଲ୍ୟାଣ୍ଡ୍‌ରେ । ଯେଉଁଠି ଲୋକେ ସାଇକେଲ ଚଳାଇଲେ ମିଳୁଛି କିଲୋମିଟର ପିଛା ଟଙ୍କା । ତାହା ପୁଣି ୧ କି ୨ ଟଙ୍କା ନୁହେଁ ପୁରା ୧୫ ଟଙ୍କା ପ୍ରତି କିଲୋମିଟରକୁ । ଇକୋ ଫ୍ରେଣ୍ଡଲି ପାଇଁ ସରକାରଙ୍କ ଏହି ପ୍ରଚେଷ୍ଟା ଜାରି ରହିଛି । ଖାଲି ନେଦରଲାଣ୍ଡରେ ନୁହେଁ ଅଧିକାଂଶ ୟୁରୋପୀୟ ଦେଶରେ ମଧ୍ୟ ଜଳବାୟୁ ପରିବର୍ତ୍ତନକୁ ଦେଖି ଏବେ ସାଇକେଲ୍‌ ଚଳାଇବା ପାଇଁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ।

ଏଠାରେ ଲୋକେ ଅଧିକ ସଂଖ୍ୟାରେ ସାଇକେଲ୍‌ ବ୍ୟବହାର କରୁଛନ୍ତି । ନେଦରଲାଣ୍ଡର ରାସ୍ତାରେ ଏବେ ଗାଡ଼ି ବଦଳରେ ଅଧିକ ସାଇକେଲ୍‌ ଦେଖିବାକୁ ମିଳୁଛି । ଏଠାକାର ପ୍ରାୟ ୭୦ ପ୍ରତିଶତ ଲୋକ ସାଇକେଲ୍‌ ବ୍ୟବହାର କରୁଛନ୍ତି ।

photo credit: vox

ସାଇକେଲ ଚଲାଇଲେ ପ୍ରତି କିଲୋମିଟରକୁ ମିଳୁଛି ଅର୍ଥ :

ଲୋକେ ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନ ହୋଇ ଅଧିକ ସଂଖ୍ୟାରେ ସାଇକେଲ ଚଳାଉଛନ୍ତି । ସରକାରଙ୍କ ପ୍ରୟାସ ଯେ ଲୋକେ ଅଧିକରୁ ଅଧିକ ଇକୋ ଫ୍ରେଣ୍ଡ୍‌ଲି ହୁଅନ୍ତୁ । ଏଥିପାଇଁ ସରକାର ମଧ୍ୟ ସାଇକେଲ୍‌ ଚଳାଉଥିବା ବ୍ୟକ୍ତିଙ୍କୁ କିଲୋମିଟର ପିଛା ୧୫.୧୩ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି । ଏହି ଅର୍ଥ ସେମାନଙ୍କର ବ୍ୟାଙ୍କ୍‌ ଖାତାରେ ଜମା ହେଉଛି । ଏହାଛଡ଼ା ସାଇକେଲ ଚଳାଉଥିବା ଲୋକଙ୍କୁ ଆୟକର ରେ ମଧ୍ୟ ରିହାତି ଦିଆଯାଉଛି ।

କମ୍ପାନୀ କିଣିକରି ଦେଇଥାଏ ସାଇକେଲ୍‌ :

ନେଦରଲାଣ୍ଡ ବ୍ୟତୀତ ବ୍ରିଟେନ୍‌ରେ ମଧ୍ୟ ପ୍ରଶାସନ ‘ସାଇକେଲ୍‌ ଟୁ ଓ୍ଵାର୍କ’ ଯୋଜନା କରିଛନ୍ତି । ଏଥିରେ କମ୍ପାନୀ କର୍ମଚାରୀଙ୍କୁ କିଣିକରି ବର୍ଷକ ପାଇଁ ସାଇକେଲ୍‌ ଦିଅନ୍ତି । ଆଉ କର୍ମଚାରୀଙ୍କ ଦରମାରୁ ପ୍ରତି ମାସ କିସ୍ତି କଟିଯାଏ । ଏଥିସହ କର୍ମଚାରୀଙ୍କୁ ସାଇକେଲ୍‌ କିଣା ଉପରେ କମ୍ପାନୀ ମଧ୍ୟ ୩୨ ପ୍ରତିଶତ ରିହାତି ଦେଉଛି । ଏପରିକି ବ୍ୟବସାୟୀକ ଉପଯୋଗ ପାଇଁ ମଧ୍ୟ ସାଇକେଲ୍‌ ବ୍ୟବହାର କଲେ ୧.୫ କିଲୋମିଟର ପିଛା ୧୭ ଟଙ୍କା ମିଳିଥାଏ ବୋଲି ଜଣାପଡ଼ିଛି ।

Niharanjan

Recent Posts

୩ ଥାକିଆ ସୁରକ୍ଷା ବଳୟ ଭିତରେ ବିଧାନସଭା, କେବଳ ପାସ୍ ଧାରୀ ଗୃହ ମଧ୍ୟକୁ କରି ପାରିବେ ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ); ବିଧାୟକଙ୍କ ଶପଥ ଗ୍ରହଣ ଲାଗି ସୁରକ୍ଷା କଡ଼ାକଡ଼ି । ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

7 mins ago

ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ…

22 mins ago

ବରଗଡ଼ରେ ଅଘଟଣ: ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

ବରଗଡ଼ (କେନ୍ୟୁଜ): ପୁଣି ହାତୀ ଉପଦ୍ରବ  । ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲେ ୩ଟିକିଆ ହାତୀପଲ ।  ରାତିରେ…

33 mins ago

ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ ।  ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା…

47 mins ago

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

1 hour ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

1 hour ago