୪୬ବର୍ଷର ସଂଘର୍ଷ ପରେ ବି ରବିନ୍ଦ୍ରଙ୍କୁ ମିଳୁନି ଜମି, ସ୍ତ୍ରୀଙ୍କ ସହ ରହୁଛନ୍ତି ଜଙ୍ଗଲରେ

ରାଇକିଆ: ଘର ବୋଲି ତାଙ୍କର କିଛି ନାଇ ମୁଣ୍ଡ ଗୁଞ୍ଜିବାକୁ ଜଙ୍ଗଲରେ ପର ଚାଷ ଜମିରେ ଅସ୍ଥାୟୀ ଭାବେ ତିଆରି କରିଛନ୍ତି କୁଡିଆଟିଏ । ତାହାବି ପଲିଥିନ ଟଣା ଝାଟିମାଟିର ଘର । ସବୁ ଥାଇବି କିଛି ନଥିଲା ପରି ବାସହୀନ, ଭୂମିହୀନ ଓ ବେସାହାରା ଭଳି ଜୀବନ କାଟୁଛନ୍ତି ରବିନ୍ଦ୍ର ନାୟକ ଏବଂ ସ୍ତ୍ରୀ ଲକ୍ଷ୍ମୀ ନାୟକ ।

କନ୍ଧମାଳ ଜିଲ୍ଲା ରାଇକିଆ ବଡାପାଟା ସାହିର ରବିନ୍ଦ୍ର ନାୟକଙ୍କ ଆତ୍ମ କାହାଣୀ । ବୟସ ୬୦ । ଆଖିରେ ଆଖିଏ ସପ୍ନ । ଅଭାବ ଅନଟନ ଯୋଗୁଁ ସ୍ତ୍ରୀ ଲକ୍ଷ୍ମୀ ନାୟକ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ନେଇ ନିଜ ଗାଁ ମଣ୍ଡାକିଆ ଟଟମାହାରୁ ରବିନ୍ଦ୍ର ନାୟକ ରାଇକିଆ ଚାଲିଯାଇଥିଲେ । ସେଠାରେ ଏକ ଭଡା ଘରେ ରହି ମିସ୍ତ୍ରୀ କାମ କରି ପରିବାର ଚଳାଉଥିଲେ । ଦୀର୍ଘ ବର୍ଷ ପରେ ନିଜ ଗାଁ ମଣ୍ଡାକିଆ ଟଟମାହାକୁ ଯାଇ ରବିନ୍ଦ୍ର ଦେଖିଥିଲେ ତାଙ୍କ ବାପା ସ୍ୱର୍ଗତ ଜୟଦବେ ନାୟକଙ୍କ ନାମରେ ଦୁଇ ଏକର ଥିବା ପଟା ଜମିରେ ସରକାରୀ ବିଦ୍ୟାଳୟ ତିଆରି କରାଯାଇଛି । ସ୍କୁଲରେ ପିଲା ମାନେ ପାଠ ପଢ଼ୁଛନ୍ତି ।

ସେହି ଦିନ ଠାରୁ ଆଜି ପଯ୍ୟନ୍ତ ୪୦ ବର୍ଷ ହେଲା ରବିନ୍ଦ୍ର ଏବଂ ତାଙ୍କ ପରିବାଲୋକେ ସମସ୍ତ ସରକାରୀ ତହସିଲଦାର, ଶିକ୍ଷା ଅଧିକାରୀ ଏବଂ କଲେକ୍ଟରଙ୍କ ପାଖକୁ ଯାଇ ନିଜ ପୈତୃକ ପଟ୍ଟା ଜମି ଫରେଇଦେବା ପାଇଁ ଧାଇଁ ଧାଇଁ ନୟାନ୍ତ ହୋଇଗଲେଣି କିନ୍ତୁ ସମସ୍ତ ଅଧିକାରୀ ମାନେ ତୁମକୁ ଜମି ଦିଆଯିବ ବୋଲି ଆଶ୍ଵସ୍ତି ଦେଇ ଚାଲିଛନ୍ତି । ରବିନ୍ଦ୍ରଙ୍କ ବୟସ ୬୦ ହଲୋଣି ଏବେବି ନିଜ ଜମି ପାଇଁ ସଂର୍ଘଷ ଜାରି ରଖିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଘରଟିଏ କରିବାକୁ ମଧ୍ୟ ସକ୍ଷମ ହୋଇପାରିନାହାଁନ୍ତି । ଏପଟେ ସରକାରୀ ଅଧିକାରୀଙ୍କ ଠାରୁ ଜାଗା ଟିକିଏ ବି ମିଳିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ରବିନ୍ଦ୍ର ନାୟକ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ନାୟକ ।

ଘର ବୋଲି ତାଙ୍କର କିଛି ନାହିଁ । ଜଙ୍ଗଲରେ ପର ଚାଷ ଜମିରେ ଅସ୍ଥାୟୀ ଭାବରେ ପଲିଥିନ ଟଣା ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ଦମ୍ପତି । ଝିଅ ଶାଶୁଘର ଚାଲିଗଲାଣି । ଦୁଇ ପୁଅ ରାଇକିଆ ବଡାପାଟା ସାହିରେ ଆଜି ପଯ୍ୟନ୍ତ ଭଡା ଘରେ ରହୁଛନ୍ତି । ଜମି ଜମାକୁ ନେଇ ପରିବାରରେ ଅଶାନ୍ତିର ବାତା ବରଣ ଲାଗି ରହିଥିବା ଯୋଗୁଁ ଅଲଗା ହୋଇ ବଣରେ ଏକ କୁଡ଼ିଆରେ ରହୁଛନ୍ତି ରବିନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ । ତେଣୁ ନିଜ ପୈତୃକ ଜମି କିମ୍ବା କୋୖଣସି ଜମିଟିଏ ପ୍ରଦାନ କଲେ ସେହି ଜମିରେ ଘରଟିଏ କରି ପରିବାର ବର୍ଗ ଖୁସିରେ ବସବାସ କରିବୁ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତିି ରବିନ୍ଦ୍ରଙ୍କ ପୁଅ ଶଶିକାନ୍ତ ନାୟକ।

ସତରେ ଭଗବାନଙ୍କର ନ୍ୟାୟ କଣ ଏମିତି । କାହାକୁ ମେଞ୍ଚେ ତ କାହାକୁ କେଞ୍ଚେ । ସମୟ ଚକ୍ରରେ ସବୁକିଛି ପରିବର୍ତ୍ତନ ହେଇଯାଉଛି ସତ କିନ୍ତୁ ଗରିବ ସେଇ ଗରିବ ହିଁ ହୋଇ ରହିଯାଉଛି । ତା ଦୁଃଖ ବୁଝିବାକୁ ବଡ ବାବୁଙ୍କ ପାଖରେ ସମୟ ନାହିଁ । ସରକାରୀ ଯୋଜନା ଯେମିତି ତାପାଇଁ ପାଲଟିଯାଉଛି ସାତସପନ ।

 

You might also like