ଅଦ୍ଭୁତ ଦେଶ ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ଚାରୋଟି ବିବାହ କରିବା ବାଧ୍ୟତାମୂଳକ, ନଚେତ ହୁଅନ୍ତି ସମାଜରୁ ବାସନ୍ଦ

ଏମିତି ଏକ ଦେଶ ଯେଉଁଠି ଚାରୋଟି ବିବାହ ନ କଲେ ଆପଣଙ୍କ ଦାନା ପାଣି ବନ୍ଦ କରିଦିଆଯାଏ। ଏକ ଏମିତି ଦେଶ ଯେଉଁଠି ପ୍ରତ୍ୟେକ ଘରେ ଖାସ୍‌ ଭୂତଙ୍କ ପାଇଁ ଏକ କୋଠରୀ ତିଆରି କରାଯାଏ। କଣ ଆପଣ ଜାଣନ୍ତି ଏହି ଦୁନିଆରେ ଏକ ଏମିତି ଦେଶ ଅଛି ଯେଉଁଠି ପାନ କିମ୍ବା ଚୁଇଙ୍ଗମ୍‌ ଖାଇ ରାସ୍ତା ଉପରେ ପକାଇଲେ ଆପଣଙ୍କୁ ୩୬ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ!

ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଥାଇଲାଣ୍ଡ ବିଷୟରେ ଯାହା ସାରା ବିଶ୍ୱରେ ସବୁଠାରୁ ଅଧିକ ଟୁରିଷ୍ଟ ଭିଜିଟ୍‌ ପାଇଁ ଏକ ନମ୍ବର ସ୍ଥାନ ହାସଲ କରିଛି। ଏହି ଦେଶ ବିଷୟରେ ସବୁକିଛି ଜାଣିବା ପରେ ଆପଣଙ୍କ ଆଶ୍ଚଯ୍ୟର ସୀମା ରହିବ ନାହିଁ । ଆପଣ ଯଦି ଏହି ଋତୁରେ କୁଆଡେ ବୁଲି ଯିବାକୁ ପ୍ଲାନ କରୁଛନ୍ତି ତେବେ ମାତ୍ର ୧୮ହଜାରରେ ଆପଣ ଥାଇଲାଣ୍ଡ ଟ୍ରିପ୍‌ କରିପାରିବେ। ଥାଇଲାଣ୍ଡରେ ଥିବା ଅନେକ ମନୋଲୋଭା ବିଚ୍‌ ଏବଂ ଅନେକ ସୁନ୍ଦର ସୁନ୍ଦର ପ୍ଲେସ ବୁଲିବାର ମଜା ନେଇ ପାରିବେ, ତାହା ପୁଣି ମାତ୍ର କେତେ ହଜାର ଟଙ୍କାରେ।

thailandଥାଇଲାଣ୍ଡର ରାଜଧାନୀ ବ୍ୟାଂକକ୍‌ ଏହି ଦେଶର ସବୁଠାରୁ ବଡ ସହର। ଥାଇଲାଣ୍ଡର ମୁଦ୍ରା ବଟ ଯାହା ଭାରତର ୨.୩୫ ଟଙ୍କା ସହ ସମାନ ଅଟେ। ଯଦି ଆପଣ ଥାଇଲାଣ୍ଡରେ ଏକ ୧୦୦ ଟଙ୍କିଆ ଭାରତୀୟ ନୋଟ ଦେବେ ତେବେ ଆପଣଙ୍କୁ ପ୍ରାୟ ୪୩ ଟଙ୍କା ଥାଇ ବଟ ମିଳିବ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଥାଇଲାଣ୍ଡ ଏକ ଏମିତି ସ୍ଥାନ ଅଟେ ଯେଉଁଠି ନା କେବେ ଅନ୍ଧାର ହୋଇଥାଏ ନା କେବେ ରାସ୍ଥା ଶୂନଶାନ ହୁଏ। ତାହେଲେ ଆସନ୍ତୁ ଜାଣିବା ଥାଇଲାଣ୍ଡ ବିଷୟରେ।

thaiବ୍ୟାଂକକର ନାନା ପ୍ଲାଜା ଏହି ଦେଶର ସବୁଠାରୁ ଅଶ୍ଳୀଳ ଏବଂ ଆଡଲ୍ଟ ଲାଇଫ୍‌ ହବ ଭାବେ ସାରା ଦୁନିଆରେ ପ୍ରସିଦ୍ଧି ଲାଭ କରିଛି। ଆପଣ ବୋଧ ହୁଏ ଜାଣି ନ ଥିବେ ଥାଇଲାଣ୍ଡରେ ବେଶ୍ୟାବୃତ୍ତି ବେଆଇନ୍‌ ହୋଇଥିଲେ ମଧ୍ୟ କେହି କେବେଏହା ବିରୁଦ୍ଧରେ କୌଣସି ପଦକ୍ଷେପ ଉଠାନ୍ତି ନାହିଁ କାରଣ ଏମିତି ଏକ ସମୟ ଥିଲା ଯେବେ ଥାଇଲାଣ୍ଡ ଦୁନିଆର ସବୁଠୁ ଗରିବ ଦେଶ ଲିଷ୍ଟରେ ସ୍ଥାନ ପାଉଥିଲା। କିନ୍ତୁ ଯେବେ ଠାରୁ ଏଠି ବେଶ୍ୟାବୃତ୍ତି ଆରମ୍ଭ ହୋଇଛି, ସେବେଠାରୁ ଏଠାରେ ରୋଜଗାର ଦିନରେ ଦ୍ୱିଗୁଣା ଏବଂ ରାତିରେ ଚାରିଗୁଣା ହୋଇଯାଇଛି। ସାରା ଦୁନିଆରୁ ଅଧିକାଂଶ ଲୋକ ଥାଇଲାଣ୍ଡକୁ କେବଳ ଏହି କାରଣ ପାଇଁ ଆସିଥାନ୍ତି। ଆପଣ ବୋଧ ହୁଏ ଜାଣିନଥିବେ ଥାଇଲାଣ୍ଡରେ ମଧ୍ୟ ଭାରତ ଭଳି ଶିବଲିଙ୍ଗର ପୂଜା ହୋଇଥାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାକାର ଲିଙ୍ଗ ଦେଖିବାକୁ ଅସଲି ଲିଙ୍ଗ ଭଳି ହୋଇଥାଏ।

lingଥାଇଲାଣ୍ଡରେ ଭୂତପ୍ରେତର ଭ୍ରମ ଦୁନିଆରେ ସବୁଠାରୁ ଅଧିକ ରହିଛି। ଏଥିପାଇଁ ଥାଇଲାଣ୍ଡବାସୀ ନିଜ ଘରେ ଏକ ଛୋଟ କୋଠରୀ କେବଳ ଭୂତଙ୍କ ପାଇଁ ହିଁ ବନାଇଥାନ୍ତି। ଆପଣଙ୍କ ଜଣାଇବାକୁ ଚାହିଁବୁ ଯେ ଥାଇଲାଣ୍ଡରେ ଏମିତି ଏକ ଜନଜାତି ବାସ କରନ୍ତି ଯେଉଁଠି ପ୍ରତ୍ୟେକ ପୁରୁଷ ଚାରୋଟି ସ୍ତ୍ରୀ ରଖିବାକୁ ବାଧ୍ୟ। ନଚେତ ତାଙ୍କୁ ସମାଜରୁ ବାସନ୍ଦ କରିଦିଆଯାଏ। ଏହା ଏକ ଏମିତି ପ୍ରଥା ଯାହା ବିଷୟରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣାନାହିଁ।

thaiଦୁନିଆରେ ସବୁଠାରୁ ଅଧିକ ସ୍କାମ ହେଉଥିବା ଦେଶମାନଙ୍କ ମଧ୍ୟରେ ଥାଇଲାଣ୍ଡ ଅନ୍ୟତମ। ତେଣୁ ଏଠାକୁ ବୁଲିବାକୁ ଆସିବା ପୂର୍ବରୁ ଏହା ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ। ଆମେ ଆପଣଙ୍କୁ ଗୋଟ ସ୍ମାମ ବିଷୟରେ ଜଣାଉଛୁ, ଯେତେବେଳେ ବି ଆପଣ ଏଠାରେ ଏକ ରେଷ୍ଟୁରାଣ୍ଟରେ ବସିବେ ସେତେବେଳେ ଜଣେ ସୁନ୍ଦରୀ ତରୁଣୀ ଆପଣଙ୍କ ପାଖକୁ ଆସିବେ ଏବଂ ତାଙ୍କ ମିଠା ମିଠା କଥାରେ ଆପଣଙ୍କୁ ଫସାଇବେ। ତାଙ୍କ କଥା ଆପଣଙ୍କୁ ମିଠା ଠାରୁ ମଧ୍ୟ ଆହୁରି ଅଧିକ ମିଠା ଲାଗିପାରେ। ତାଙ୍କ ମିଠା ମିଠା କଥାରେ ଆପଣ ମଧ୍ୟ ଫସି ପାରନ୍ତି ଏବଂ ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଯାଇପାରନ୍ତି। ଯଦି ଏହା ହୁଏ, ତେବେ ସେ ଆପଣଙ୍କୁ ତାଙ୍କ ପାଇଁ ଡ୍ରିଙ୍କ୍‌ ମଗାଇ ବାକୁ କହିବେ ଯାହାର ଦାମ ୩୦୦୦ ରୁ ୫୦୦୦ ଟଙ୍କା ଅଟେ। କିନ୍ତୁ ତାହା ବାସ୍ତବରେ କୌଣସି ଡ୍ରିଙ୍କ୍‌ ହୋଇନଥାଏ, କେବଳ ପାଣି ହୋଇଥାଏ ଯାହା ଅଲଗା ଅଲଗା ରଙ୍ଗର ରହିଥାଏ। ତେଣୁ ଆପଣ ଏଥିରୁ ହୋଟେଲ ସହ ତାଙ୍କ କନେକ୍ସନ ବୁଝି ପାରୁଥିବେ । ତେଣୁ ଯଦି ଏଭଳି କୌଣସି ସୁନ୍ଦରୀ ତରୁଣୀଙ୍କ ସଂସ୍ପର୍ଶରେ ଆସୁଛନ୍ତି, ତେବେ ସାବଧାନ ରୁହନ୍ତୁ।

thaiଆପଣଙ୍କୁ ବୋଧ ହୁଏ ଜଣାନଥିବ ଯେ ଭାରତ ମୁକାବିଲାରେ ଥାଇଲାଣ୍ଡରେ ଫୋନ୍‌ ବହୁତ ଶସ୍ତା ଦାମରେ ମିଳେ। ଥାଇଲାଣ୍ଡର ସମ୍ପୂର୍ଣ୍ଣ କ୍ଷେତ୍ରର ୧୦ ଭାଗ ଏହାର ରାଜଧାନୀ ବ୍ୟାଂକକରେ ରହିଛି। ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି। ଏବେ ଏହି ପର୍ଯ୍ୟଟନ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଦେଶରେ ମନୋରଞ୍ଜନର ସମସ୍ତ ଶ୍ରେୟ ଏଠାକାର ବିଚ୍‌ ଏବଂ ନାନା ପ୍ଲାଜାର ନାଇଟ୍‌ ଲାଇଫକୁ ଯାଇଥାଏ। ଏଠାରେ ବ୍ୟକ୍ତି କୌଣସି ବି ଦେହଜୀବୀଙ୍କୁ ଆପଣ ପୂରା ଗୋଟେ ରାତି ପାଇଁ ହାୟର କରିପାରିବେ।

tripଥାଇଲାଣ୍ଡ ଯିବାକୁ ହେଲେ ଆପଣଙ୍କୁ ପ୍ରାୟ ୧୦ ହଜାରରୁ ୧୮ ହଜାର ଟଙ୍କା ଖର୍ଚ କରିବାକୁ ପଡିଥାଏ। କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଠାକାର ଖର୍ଚ୍ଚ ଭାରତର ଖର୍ଚ୍ଚର ଦୁଇଗୁଣା ଅଧିକ ଅଟେ। ଥାଇଲାଣ୍ଡ ଯିବା ପାଇଁ ଆପଣଙ୍କୁ ଦିଲ୍ଲୀ କିମ୍ବା ମୁମ୍ବାଇରୁ ୫ହଜାରରୁ ୬ ହଜାର ମଧ୍ୟରେ ଫ୍ଲାଇଟ୍‌ ମିଳିଯିବ । ସେଠାରେ ଆପଣ ୪୫୦ ଟଙ୍କାରେ ହୋଟେଲ ବୁକ୍‌ କରିପାରିବେ। ଖାଦ୍ୟ ପାଇଁ ଆପଣଙ୍କୁ ସେଠାରେ ଅନେକ ଇଣ୍ଡିଆନ ରେଷ୍ଟୁରାଣ୍ଟ ମିଳିଯିବ, କିନ୍ତୁ ଏଠାକାର ଖାଦ୍ୟ ଆପଣଙ୍କୁ ସାମାନ୍ୟ ଅଜବ ଲାଗିବ। ଆପଣ ୧୮ହଜାର ଟଙ୍କାରେ ପୂରା ପାଞ୍ଚ ଦିନର ଟ୍ରିପ୍‌ କରିପାରିବେ। ଏହାଥିଲା ଥାଇଲାଣ୍ଡ ବିଷୟରେ କିଛି ଅଦ୍ଭୁତ ଏବଂ ଅଜଣା କଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.