ଗାଡ଼ି ପୂଜା ବେଳେ ସାବଧାନ୍‌ ରୁହନ୍ତୁ, ନଚେତ ଏମିତି ହୋଇ ପାରେ ଦୁର୍ଘଟଣା

ଆପଣମାନେ ଜାଣିଥିବେ କିଭଳି ଭାବେ ମାଲକାନଗିରି ମାଥିଲିରେ ଏକ ନୂଆ ପିକ୍‌ଅପ୍‌ ଭ୍ୟାନ୍‌ର ପୂଜା କରିବା ବେଳ କିଭଳି ପୂଜାରୀ ଜଣକ ପ୍ରାଣ ହରାଇଲେ । ତେଣୁ ଏଭଳି ଅଘଟଣ ଯେ କେଉଁଠି ଘଟୁ ନଥିବ ତାହା କହିବା ମୁସ୍କିଲ । ଈଶ୍ୱର ବିଶ୍ୱାସୀମାନେ ଅଧିକାଂଶ ସ୍ଥାନରେ ନୂଆ ଯାନବାହନ କିଣିବା ବେଳେ ଏବଂ ସଂକ୍ରାନ୍ତି, ଦଶହରା ଆଦିରେ ପୁରୁଣ ଗାଡ଼ିକୁ ପୂଜା କରିବାର ବିଧି ରହିଛି । ମନରେ ବିଶ୍ୱାସ ଥାଏ ଯେ ଗାଡ଼ି ପୂଜା କଲେ ଦୁର୍ଘଟଣା କିମ୍ବା ଯାନ୍ତ୍ରିକ ତ୍ରୁଟି ରହେ ନାହିଁ । ହେଲେ ଏହି ପୂଜା ବେଳେ କିଛି ସତର୍କତା ଅବଲମ୍ବନ କରିବା ନିହାତି ଦରକାର । ବିଶେଷ କରି ପୂଜା ସରିବା ପରେ ଯେତେବେଳେ ଚକ ତଳେ ରହିଥିବା ଲେମ୍ବୁ ଉପରେ ଗାଡ଼ି ଚଢ଼ାଇବାକୁ କୁହାଯାଏ ସେତେବେଳେ ନିହାତି ସାବଧାନ୍‌ ରହିବା ଦରକାର । ନଚେତ ମାଲକାନଗିରି ଭଳି ଅଘଟଣ ଘଟିବାର ଆଶଙ୍କା ରହିଛି ।

୧- ପୂଜା ଶେଷ ହେବା ପରେ ଲେମ୍ବୁ ଉପରେ ଗାଡ଼ି ଚଳାଇବାକୁ କୁହାଯିବା ବେଳେ ପୂଜାରୀଙ୍କ ସମେତ କେହି ବି ଆଗରେ ଠିଆ ହେବା ଆଦୌ ଉଚିତ ନୁହେଁ ।
୨-ଗାଡ଼ି ଚାଳକ ଯଦି ନୂଆ ହୋଇଥାନ୍ତି ତେବେ ଗାଡ଼ି ସମ୍ମୁଖରେ କେହି ବି ରହିବ ଠିକ୍‌ ହେବ ନାହିଁ ।
୩-ଗାଡ଼ି ଚାଳକ ନୂଆ କି ପୁରୁଣା ସେ ସମ୍ପର୍କରେ ମଧ୍ୟ ପୂଜାରୀ ଅବଗତ ହେବା ଦରକାର ।
୪-ଉଚିତ ହେବ, ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ଅଛି ନା ନାହିଁ ସେ ସମ୍ପର୍କରେ ମଧ୍ୟ ପୂଜକ ଅବଗତ ହେବା ଦରକାର ।
୫-ଗାଡ଼ି ଚାଳକ ଯଥା ସମ୍ଭବ ସତର୍କ ହୋଇ ଗାଡ଼ି ଚଳାଇବା ଉଚିତ । କାରଣ ନୂଆ କରି ଡ୍ରାଇଭିଂ ଶିଖିଥିଲେ ବେଳେ ବେଳେ ଭୁଲରେ ବ୍ରେକ୍‌ ସ୍ଥାନରେ ଆକ୍ସିଲେଟର୍‌ ଦାବି ହୋଇଯାଏ ।
୬-ଚାଳକ ନିଜେ ଯଦି ଭଲ ଭାବେ ଚଳାଇବାକୁ ସମର୍ଥ ନାହାନ୍ତି କିମ୍ବା ଆତ୍ମବିଶ୍ୱାସ ନାହିଁ ତେବେ ସେ ନିଜେ ଗାଡ଼ି ଚଳାଇବା ଉଚିତ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.