ଗରୁଡ ପୁରାଣ : ଆପଣଙ୍କ ଦିନଚର୍ଯ୍ୟାରେ ସାମିଲ କରନ୍ତୁ ଏହି ୫ କାମ, ପାଇବେ ସୁଖ ସୌଭାଗ୍ୟ

ଗରୁଡ ପୁରାଣ ବୈଷ୍ଣବ ସମ୍ପ୍ରଦାୟ ସମ୍ବନ୍ଧିତ ଏକ ମହାପୁରୁଣା। ଏହା ସନାତନ ଧର୍ମରେ ମୃତ୍ଯୁ ପରେ ସଦ୍ଗତି ପ୍ରଦାନ କରିଥାଏ ବୋଲି କୁହାଯାଏ। ତେଣୁକରି ସନାତନ ହିନ୍ଦୁ ଧର୍ମରେ ମୃତ୍ଯୁ ପରେ ଗରୁଡ ପୁରାଣ ଶୁଣିବାର ନିୟମ ରହିଛି। ଏହି ପୁରାଣର ଅଧିଷ୍ଠାତା ଦେବତା ଭଗବାନ ବିଷ୍ଣୁ ରହିଛନ୍ତି। ତେଣୁ ଭକ୍ତି, ଜ୍ଞାନ, ବୈରାଗ୍ଯ, ସଦାଚାର, ନିଷ୍କାମ କର୍ମ ଏବଂ ମହିମା ସହିତ ଯଞ୍ଜ, ଦାନ, ତପ, ତୀର୍ଥ ଆଦି ଶୁଭକର୍ମରେ ସର୍ବସାଧାରଣକୁ ପ୍ରବ୍ତ୍ତ କରିବା ପାଇଁ ଅନେକ ଲୌକିକ ଏବଂ ପରଲୌକିକ ଫଳର ବର୍ଣ୍ଣନା କରାଯାଇଛି। ଏହି ପୁରାଣରେ କେଉଁ କର୍ମ ବ୍ଯକ୍ତି ଜୀବନରେ ଦରିଦ୍ରତା ଆଣିଥାଏ ଓ କେଉଁ କର୍ମ ସୁଖ ସୌଭାଗ୍ୟ ଆଣିଥାଏ, ତାହା ବର୍ଣ୍ଣନା କରାଯାଇଛି। କୁହାଯାଏ ଯେଉଁ ବ୍ୟକ୍ତି ନିୟମିତ ଭାବେ ଏହି କାର୍ଯ୍ୟ କରିଥାଏ, ସେମାନଙ୍କ ଦିନ ଶୁଭ ହେବା ସହିତ ପ୍ରତି କାମରେ ସଫଳତା ମିଳିଥାଏ ।

୧. ସ୍ନାନ କରିବା :

ଗରୁଡ ପୁରାଣ ଅନୁଯାୟୀ ମନୁଷ୍ୟକୁ ସବୁଦିନ ଶୀଘ୍ର ଉଠି ସ୍ନାନ କରିବା ଉଚିତ୍‌ । ମନାଯାଏ ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳୁ ସ୍ନାନ କରିଥାଏ,ତାଙ୍କର ପୁରା ଦିନ ଶକ୍ତିରେ ଭରପୁର ରହିଥାଏ ।

୨. ଦାନ କରିବା :

ଜୀବନରେ ଦାନର ବହୁତ ମହତ୍ୱ ରହିଥାଏ । ଗରୁଡ ପୁରାଣ ଅନୁଯାୟୀ ପ୍ରତି ବ୍ୟକ୍ତିକୁ ନିଜର ଶ୍ରଦ୍ଧା ଓ ସାମର୍ଥ୍ୟ ଅନୁଯାୟୀ ପ୍ରତି ଦିନ କିଛି ନା କିଛି ଦାନ କରିବା କଥା । ଯେଉଁ ବ୍ୟକ୍ତି ଏମିତି କରିଥାଏ ତାଙ୍କ ଘରେ କେବେ ଧନଧାନ୍ୟରେ ଅଭାବ ରହିନଥାଏ ।

୩. ଯଜ୍ଞ ଓ ଦୀପ ଜଳାଇବା :

ପ୍ରତିଦିନ ଯଜ୍ଞ କରିବା ଦ୍ୱାରା ଆପଣଙ୍କ ଆଖ ପାଖରେ ଥିବା ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଯଦି ସବୁଦିନ ଯଜ୍ଞ କରିବା ସମ୍ଭବ ହୋଇନଥାଏ,ତେବେ ତୁଳସୀ ଗଛ ଓ ଭଗବାନଙ୍କ ସାମ୍ନାରେ ଦୀପ ଅବଶ୍ୟ ଜଳାନ୍ତୁ । ଘରେ ସୁଖ ଶାନ୍ତି ବୃଦ୍ଧି ପାଇବ ।

୪. ଜପ କରିବା :

ଗରୁଡ ପୁରାଣ ଅନୁଯାୟୀ, ଦିନଚର୍ଯ୍ୟାରେ ୫ ଆବଶ୍ୟକ କାର୍ଯ୍ୟରେ ଜପ ସାମିଲ ରହିଛି । ଆପଣ ପ୍ରତିଦିନ ଅତି କମରେ ଏକ ମନ୍ତ୍ର ଜପ କରନ୍ତୁ । କାରଣ ଶ୍ରଦ୍ଧା ଓ ବିଶ୍ୱାସ ସହ କରାଯାଉଥିବା ଜପ ଭଗବାନଙ୍କୁ ପ୍ରାପ୍ତ ହୋଇଥାଏ ।

୫. ଦେବ ପୂଜନ :

ପ୍ରତିଦିନ ସକାଳେ ସ୍ନାନ କରିବା ପରେ ଭଗବାନଙ୍କୁ ପୂଜା ପାଠ କରିବା ଦରକାର । ଯେଉଁ ବ୍ୟକ୍ତି ପ୍ରତିଦିନ ଦେବ ପୂଜନ କରିଥାନ୍ତି ତାଙ୍କ ଘର ପରିବାରର ସବୁ ସମସ୍ୟା ଦୂର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.