ଏହି ଦାନ କଲେ ମିଳିଥାଏ ସ୍ୱର୍ଗରେ ସ୍ଥାନ, ଜାଣନ୍ତୁ ଦାନ କରିବାର ସମ୍ପୂର୍ଣ୍ଣ ବିଧି

ସନାତନ ଧର୍ମରେ ଦାନ କରିବାକୁ ନେଇ ରହିଛି ଖାସ ମହତ୍ତ୍ୱ। ବିଶ୍ୱାସ ରହିଛି ଯେ, ପ୍ରତ୍ୟେକ ମଣିଷଙ୍କୁ ଦାନ କରିବା ଉଚିତ। ଏହାଦ୍ୱାରା ତାଙ୍କୁ ଜୀବନରେ ଅନେକ ସଫଳତା ମିଳିଥାଏ। ଯେମିତିକି ନିଜ ଜାତକରେ ବୁଧ ଦୁର୍ବଳ ଥିଲେ ତାଙ୍କ ଶକ୍ତି ତଥା ପ୍ରଭାବକୁ ମଜବୁତ କରିବା ପାଇଁ କିନ୍ନର ମାନଙ୍କୁ କିଛି ଜିନିଷ ଦାନ କରିବା ଉଚିତ। ସେହିପରି ଗୋଦାନ କଲେ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ । ଏପରି ମଧ୍ୟ ମାନ୍ୟତା ରହିଛି ଯେ, ଗୋଦାନ କରିବା ଦ୍ୱାରା ସ୍ୱର୍ଗରେ ସ୍ଥାନରେ ମିଳିଥାଏ।

ଆଜି ଜାଣନ୍ତୁ କିପରି ଦାନ କଲେ ସବୁ ପୁଣ୍ୟ ପ୍ରାପ୍ତି ହୋଇଥାଏ :

ଗୋଦାନ: ଧାର୍ମିକ ମାନ୍ୟତା ଅନୁସାରେ ଗାଈର ପ୍ରତ୍ୟେକ ଅଙ୍ଗରେ ଦେବତା ମାନେ ବାସ କରିଥାନ୍ତି। ଗାଈର ମୁଣ୍ଡରେ ମହାଦେବ, ମଥାରେ ଗୌରୀ, ନାକରେ କାର୍ତ୍ତିକ ବାସ କରିଥାନ୍ତି। ସେପରି ଗାଈର ଆଖିରେ ସୂର୍ଯ୍ୟ-ଚନ୍ଦ୍ର, କାନରେ ଅଶ୍ୱିନୀ କୁମାର, ଦାନ୍ତରେ ଶ୍ରୀକୃଷ୍ଣ, ଜିଭରେ ବରୁଣ ଦେବତା ଏବଂ ଗଳାରେ ଇନ୍ଦ୍ରଦେବ ବାସ କରନ୍ତି। ଏମିିତିବି ବିଶ୍ୱାସ ରହିଛି ଯେ, ଗାଈର କେଶରେ ସୂର୍ଯ୍ୟଙ୍କ କିରଣ,ଖୁର ବା ପାଦରେ ଗନ୍ଧର୍ବ, ପେଟରେ ପୃଥିବୀ ଏବଂ ସ୍ତନରେ ୪ଟି ସମୁଦ୍ର ନିବାସ କରିଥାନ୍ତି। ସେମିତି ଗୋମାତାଙ୍କ ମୂତ୍ରରେ ଗଙ୍ଗା ଓ ଗୋବରେ ଯମୁନାଙ୍କର ବାସ ରହିଛି। ଶେଷରେ ଶିଂଘରେ ବ୍ରହ୍ମା ଓ ବିଷ୍ଣୁ ବାସ କରନ୍ତି।

ଗୋଦାନ କରିବା ପୂର୍ବରୁ ଶୃଙ୍ଗାର କରାଯାଇଥାଏ। ଏଥିପାଇଁ କପଡ଼ା, ଶୃଙ୍ଗାର, ଆଭୂଷଣ ଆଦିର ପୂଜା କରାଯାଏ ।ଶାସ୍ତ୍ର ଅନୁଯାୟୀ ବ୍ରାହ୍ମଣଙ୍କୁ ଗୋଦାନ କରିବା ସବୁଠୁ ପବିତ୍ର ହୋଇଥାଏ। ଶୁଭ ଫଳ ମିଳିଥାଏ। ଦାନ କରିବା ସମୟରେ ସେମାନଙ୍କ ଶିଂଘ ଓ ଖୁର ବା ପାଦ ଚମକଦାର ହୋଇଥିବା ଆବଶ୍ୟକ। ମନେ ରଖିବେ ବୁଢ଼ି ଗାଈକୁ କେବେ ବି ଦାନ କରିବା ଉଚିତ ନୁହେଁ। ଦାନ କରିବା ସମୟରେ ଗାଈର ଲାଞ୍ଜକୁ ଧରି ନିଜ ମୁହଁ ଦକ୍ଷିଣକୁ କରିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.