ସ୍ପେଶାଲ

ପ୍ରତ୍ୟେକ ଗ୍ରହ ମନୁଷ୍ୟ ସମ୍ପର୍କ ଉପରେ ପକାଇଥାଏ ଖାସ୍‌ ପ୍ରଭାବ, ଜାଣନ୍ତୁ କେଉଁ ଗ୍ରହ କ’ଣ କରିଥାଏ

ନୂଆଦିଲ୍ଲୀ : ଜ୍ୟୋତିଷ ଶାସ୍ତ୍ରରେ ଜୀବନର ପ୍ରତ୍ୟେକ କଥା ଲୁଚି ରହିଥାଏ । କେଉଁ ଗ୍ରହ ନକ୍ଷତ୍ର ବ୍ୟକ୍ତିର କେଉଁ ସମ୍ପର୍କକୁ କିପରି ପ୍ରଭାବିତ କରେ । ଏହା ଧନ, ମାନ-ସମ୍ମାନ,ପରିବାର,ସୁଖ,ଶାନ୍ତି, ବନ୍ଧୁ ଓ ଶୁଭ ଅଶୁଭ ଉପରେ କି ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କେଉଁ ଗ୍ରହ କେଉଁ ସମ୍ପର୍କ ଉପରେ କି ପ୍ରଭାବ ପକାଇଥାଏ ।

ସୂର୍ଯ୍ୟ :

ସୂର୍ଯ୍ୟଙ୍କ ସମ୍ପର୍କ ପିତା (FATHER) ଙ୍କ ସହ ହୋଇଥାଏ । ଯଦି ସୂର୍ଯ୍ୟଙ୍କ ସ୍ଥିତି କୁଣ୍ଡଳୀରେ ଠିକ୍‌ ନଥାଏ । ତେବେ ବ୍ୟକ୍ତିକୁ ମାନହାନୀର ସାମ୍ନା କରିବାକୁ ପଡ଼ିଥାଏ । ଏହାଛଡା ପିତାଙ୍କ ସହ ଭଲ ସମ୍ପର୍କ ରହିନଥାଏ । ସୂର୍ଯ୍ୟଙ୍କ ଭଲ ଫଳ ପାଇବା ପାଇଁ ଦୈନିକ ସକାଳେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍‌ ।

ଚନ୍ଦ୍ର :

ଚନ୍ଦ୍ରଙ୍କ ସମ୍ପର୍କ ମା’ଙ୍କ ସହ ରହିଥାଏ । ଚନ୍ଦ୍ରଙ୍କ ଖରାପ ସ୍ଥିତି ମା’ଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏପରି ବ୍ୟକ୍ତିଙ୍କୁ ସ୍ତ୍ରୀ ପକ୍ଷରୁ ଦୁଃଖ ଉଠାଇବାକୁ ପଡ଼ିଥାଏ । ଏହାକୁ ଭଲ କରିବା ପାଇଁ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍‌ ।
ବୁଧ : କୁଣ୍ଡଳୀରେ ବୁଧ ଗ୍ରହ ଦୁର୍ବଳ ହେଲେ ମାମୁଁ ଘର ସହିତ ସମ୍ପର୍କ ଭଲ ରହେନି । ବୁଧ ଗ୍ରହ ଭଲ କରିବା ପାଇଁ ସବୁଜ ପରିବା ଦାନ କରିବା ଉଚିତ୍‌ । ଏହି ବ୍ୟକ୍ତି ଅଧିକ ଗଛ ଲଗାଇବା ଉଚିତ୍‌ ।

ଗୁରୁ :

ଗୁରୁ ବା ବୃହସ୍ପତିଙ୍କ ସ୍ଥିତି କୁଣ୍ଡଳୀରେ ଖରାପ ଥିଲେ ଗୁରୁଜନ ବା ବସ୍‌ଙ୍କ ସହ ବିବାଦ ଉପୁଜିପାରେ । ଗୁରୁଙ୍କ ସ୍ଥିତି ଭଲ କରିବା ପାଇଁ କଦଳୀ ଗଛରେ ପାଣି ଦିଅନ୍ତୁ ଓ ଘିଅ ଦୀପ ଦିଅନ୍ତୁ । ଏଥି ସହ ଗୁରୁଜନଙ୍କୁ ସମ୍ମାନ କରନ୍ତୁ ।

ମଙ୍ଗଳ :

ଏହି ଗ୍ରହର ସମ୍ପର୍କ ଭାଇ ଭଉଣୀଙ୍କ ସହ ରହିଥାଏ । ଯଦି ଏହା କୁଣ୍ଡଳୀରେ ଠିକ୍‌ ନଥାଏ ଭାଇ ଭଉଣୀଙ୍କ ସହ ଝଗଡ଼ା ହୋଇଥାଏ । ପ୍ରତିକାର ପାଇଁ ସର୍ବଦା ବଡ଼ ଭାଇ ଭଉଣୀଙ୍କ ସହ ଭଲ ବ୍ୟବହାର କରନ୍ତୁ । ଏବଂ ଲାଲ୍‌ ଦ୍ରବ୍ୟ ଦାନ କରନ୍ତୁ ।

ଶୁକ୍ର :

କଣ୍ଡଳୀରେ ଶୁକ୍ର ଗ୍ରହ ଦୁର୍ବଳ ହେଲେ ପ୍ରେମ ଓ ଦାମ୍ପତ୍ୟ ଜୀବନରେ ପ୍ରଭାବ ପକାଇଥାଏ । ଏହି ସମ୍ପର୍କ ମଜଭୁତ କରିବା ପାଇଁ ସର୍ବଦା ଆପଣଙ୍କ ସାଥୀକୁ ସମ୍ମାନ ଦିଅନ୍ତୁ ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago