ସ୍ପେଶାଲ

ମାକବୁଲଙ୍କ ବୁଦ୍ଧି ଆଗରେ ହାର ମାନିଲେ ଅଭିଜ୍ଞ ଇଞ୍ଜିନିୟର୍ସ, ବସିପାରିଲା ଶିବଲିଙ୍ଗ

ମଧ୍ୟପ୍ରଦେଶ ମନ୍ଦସୋରରେ ପ୍ରଭୁ ପଶୁପତିନାଥ ମହାଦେବଙ୍କର ଏକ ପ୍ରସିଦ୍ଧ ମନ୍ଦିର ରହିଛି । ଏହି ମନ୍ଦିରରେ ସାହସ୍ତେଶ୍ୱର ମହାଦେବଙ୍କ ପ୍ରତିମା ସ୍ଥାପନ କରାଯାଉଛି । ସାହସ୍ତେଶ୍ୱର ମହାଦେବଙ୍କ ଶିବଲିଙ୍ଗ ଅଢେଇ ଟନ ଓ ଏହାର ଲମ୍ବ ଓ ଗୋଲେଇ ୬.୫୦ଅଟେ । ଭଗବାନ ଶିବଙ୍କର ଏହି ଶିବଲିଙ୍ଗ ଜିଲହରିରେ ସ୍ଥାପିତ କରିବାର ଥିଲା । କିନ୍ତୁ ଅନେକ ବଡ ବଡ ଇଞ୍ଜିନିୟର ମାନେ ଏଥିରେ ସଫଳତା ପାଇଲେ ନାହିଁ ।

ଏହି ପ୍ରତିମୂର୍ତ୍ତିକୁ ସ୍ଥାପନ କରିବା ପାଇଁ କ୍ରେନର ସାହାଯ୍ୟ ନିଆୟାଉଥିଲା । ଯେଉଁଥିପାଇଁ ପ୍ରଶାସନ ପିଡବ୍ଲୁଡି, ପିଏଚଇ, ଜିଲ୍ଲା ପଞ୍ଚାୟତ ସମେତ ସବୁ ବିଭାଗର ଇଞ୍ଜିନିୟର୍ସଙ୍କୁ ଡାକିଥିଲା । ଏତେ ଅନୁଭବି ଏବଂ ବଡ ପଦବୀରେ ଥାଇ ବି କେହି କହିପାରିଲେ ନାହିଁ କି ଶିବଲିଙ୍ଗକୁ ଜିଲହରିରେ କିଭଳି ସ୍ଥାପିତ କରାଯାଇପାରିବ । ଯେତେବେଳେ କାହାରିକୁ ବି ଏ କାର୍ଯ୍ୟରେ ସଫଳତା ମିଳିଲା ନାହିଁ । ସେତେବେଳେ ଜଣେ ମୁସଲମାନ ମିସ୍ତ୍ରୀଙ୍କ ବୁଦ୍ଧି ସମସ୍ୟାର ସମାଧାନ କରିଦେଲା ।

ଏହା ପରେ ସେ ଇଞ୍ଜିନିୟରଙ୍କୁ ତାଙ୍କ ପ୍ଲାନ ଦେଲେ । ସେ କହିଥିଲେ କି ଯଦି ଶିବଲିଙ୍ଗ ବରଫ ଉପରେ ରଖାଯାଏ ତେବେ ବରଫ ତରଳିବା ସହ ଶିବଲିଙ୍ଗ ଧିରେ ଧିରେ ଜଲଧାରୀରେ ପହଞ୍ଚିବ । ମାକବୁଲ ହୁସେନଙ୍କ ଏହି କଥା ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏବଂ ବରଫକୁ ବୃତ୍ତାକାର ଖଣ୍ଡରେ କାଟି ଶିବଲିଙ୍ଗ ଉପରେ ରଖାଯାଇଥିଲା । ବରଫ ତରଳିବା ବେଳେ ଶିବଲିଙ୍ଗ ନିଜ ସ୍ଥାନ ମଧ୍ୟ ନେଇଗଲେ । ବର୍ତ୍ତମାନ ମାକବୁଲଙ୍କୁ ତାଙ୍କ ବୁଦ୍ଧି ପାଇଁ ପ୍ରଶଂସା କରାଯାଉଛି ।

ଦରିଦ୍ରତା ହେତୁ ମାକବୁଲ ଅଧ୍ୟୟନ କରିପାରିଲେ ନାହିଁ । ସେ ୮ବର୍ଷ ଧରି ସାଉଦି ଆରବରେ ମେକାନିକ ଭାବେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ତାଙ୍କର ମନ୍ଦିର ନିର୍ମାଣ କରିବାର ଅଭିଜ୍ଞତା ମଧ୍ୟ ଅଛି । ମାକବୁଲ ଧାରଣା ସହିତ ସାହସ୍ତେଶ୍ୱର ମହାଦେବଙ୍କୁ ଜିଲହରୀରେ ସ୍ଥାପନ କରାଯାଇଥିଲା ।

ଏହି ଶିବଲିଙ୍ଗ ୧୫୦୦ ବର୍ଷ ପୂର୍ବେ ଦାଶପୁରର ହୋଲକର ସମ୍ରାଟଙ୍କ ସମୟରେ ନିର୍ମିତ ହୋଇଥିଲା । ଏହି ଶିବଲିଙ୍ଗ ଚୂନ ବାଲୁକା ପଥରର ଅଟେ । ଯାହା ଶିବନା ନଦୀରେ ମିଳିଥିଲା । ଏହା ବ୍ୟତୀତ ଅଷ୍ଟମୁଖୀ ପଶୁପତିନାଥଙ୍କ ମୂର୍ତ୍ତି ମଧ୍ୟ ଶିବନା ନଦୀରେ ଦେଖିବାକୁ ମିଳିଥିଲା । ଶିବଲିଙ୍ଗ ଜଲଧାରୀ ଗୁଜୁରାଟରେ ତିଆରି ହୋଇଥିଲା । ଯାହା ସାଢେ ତିନି ଟନର ଅଟେ ଓ ଶିବଲିଙ୍କ ପାଖାପାଖି ଦେଢ ଟନ ।

KNews Bureau

Recent Posts

ଜିଓର ୯୦ ଦିନିଆ ରିଚାର୍ଜ ପ୍ଲାନ, ୟୁଜର୍ସଙ୍କୁ ମିଳିବ ୨୦୦ GB ଡାଟା

ରିଲାଏନ୍ସ ଜିଓ ହେଉଛି ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ । ଟେଲିକମ୍ ସେକ୍ଟରରେ ଜିଓର ଅଧିକ ୟୁଜର ଅଛନ୍ତି…

5 mins ago

ଏଥର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିବେ ବଜେଟ ଉପସ୍ଥାପନ

ଭୁବନେଶ୍ୱର :   ଆଜି ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଏହି ସମୀକ୍ଷା ବୈଠକ ହେବ । ଆସନ୍ତା 100 ଦିନ ଭିତରେ…

14 mins ago

ଜାଣନ୍ତୁ, ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

58 mins ago

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

1 hour ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

2 hours ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

2 hours ago