ସ୍ପେଶାଲ

ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ : ଗାଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ

ଅନୁଗୁଳ (କେନ୍ୟୁଜ୍‌) : ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ଗାଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ପ୍ରଥମେ ରାଇଗୋଡ଼ା ଗାଁରୁ ଉଚ୍ଛେଦ କରାଯାଇଛି। ଏହାପରେ ଅଶନବାହାଳୀ ଏବଂ କଟରଙ୍ଗ ଗାଁରୁ ଲୋକଙ୍କୁ ବିସ୍ଥାପିତ କରିଛି ପ୍ରଶାସନ। ତେବେ ବାଘ ପାଇଁ ବିସ୍ଥାପିତ ହେଉଥିବା ଏହି ଲୋକମାନଙ୍କୁ ଉପେକ୍ଷା କରିବା ସହ ସେମାନଙ୍କୁ କୌଣସି ମୌଳିକ ସୁବିଧା ଯୋଗାଇ ଦିଆଯାଉନଥିବା ଅଭିଯୋଗ ଆସିଛି । ବାଘ ଶୂନ୍ୟ ପ୍ରକଳ୍ପ ପାଇଁ ବିସ୍ଥାପନ। ବିସ୍ଥାପନ ସମସ୍ୟା ଏକ ବଡ଼ ସମସ୍ୟା। ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ରାଇଗୋଡା ଗ୍ରାମବାସୀଙ୍କୁ ବିସ୍ଥାପନ କରାଯାଇଥିଲା।

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ବ୍ୟାଘ୍ର ପ୍ରକଳ୍ପ ପାଇଁ ୨୦୧୭ରେ ରାଇଗୁଡା ଗାଁ ସ୍ଥାନାନ୍ତର କରାଯାଇଛି। ପରେ ଏବେ ଟିକରପଡା ପଞ୍ଚାୟତର ଦୁର୍ଗମ କଟରଙ୍ଗ ଗାଁକୁ ବିସ୍ଥାପିତ କରାଯାଇଛି। କିନ୍ତୁ, କଟରଙ୍ଗ ଗାଁର ଆଉ ୧୭ଟି ପରିବାର କ୍ଷତିପୂରଣ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିସ୍ଥାପିତ ଗ୍ରାମବାସୀଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବାବଦ ୨୦ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି।ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଜିଲିଣ୍ଡା ରେଞ୍ଜ ଅଧିନରେ ରହିଛି କଟରଙ୍ଗ ଗାଁ। ଗାଁରେ ପ୍ରାୟ ୧୦୦ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। ଚାରିଆଡ଼େ ଘଞ୍ଚ ଜଙ୍ଗଲ। ମଝିରେ ଅବସ୍ଥିତ ଗାଁ। କଟରଙ୍ଗ ଗାଁର ବିସ୍ଥାପିତ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ପ୍ରଦାନ କରାଯାଇଛି। କିନ୍ତୁ ସେମାନଙ୍କୁ କୈାଣସି ସ୍ଥାନରେ ଜମି ଯୋଗାଇ ଦିଆଯାଇ ନାହିଁ। ଲୋକେ କୁଆଡ଼େ ଯିବେ? କେଉଁଠି ରହିବେ? ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ବ୍ୟାଘ୍ର ପ୍ରକଳ୍ପ ପାଇଁ ତରବରିଆ ଭାବେ ବିସ୍ଥାପନ କରିବା, ବିସ୍ଥାପିତଙ୍କୁ ପୁନର୍ବାସ ଓ ଥଇଥାନ ନୀତି ନିୟମ ଅନୁଯାୟୀ ଥଇଥାନ କରାନଯିବା, ବିସ୍ଥାପିତଙ୍କୁ ଉପେକ୍ଷା ଭଳି ପ୍ରସଙ୍ଗ ଏବେ ଛିଡା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୧୭ରେ ରାଇଗୋଡ଼ା ଗାଁକୁ ଉଚ୍ଛେଦ କରା ଯାଇଛି। ମାତ୍ର ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ସବୁ କ୍ଷତିପୂରଣ ମିଳି ପାରି ନାହିଁ କି କୌଣସି ମୌଳିକ ସୁବିଧା ଯୋଗାଇଦିଆଯାଇନି। କେବଳ ବିସ୍ଥାପନ କରାଯାଇ ଜଙ୍ଗଲ ବିଭାଗ ଦାୟିତ୍ୱ ସାରିଦେଇଛି। ରାଇଗୋଡା ବିସ୍ଥାପନ କଲୋନୀ ହୋଇଛି ସତ କିନ୍ତୁ ଦୁର୍ଗମ ଇଲାକାରେ ହାତୀ ଭୟ ସାଙ୍ଗକୁ ଶିକ୍ଷା ନାହିଁ କି କୌଣସି ସୁବିଧା ନାହିଁ। ରାଇଗୋଡା ବାସୀଙ୍କ ଠାରୁ ଜଙ୍ଗଲ ଅଧିକାର ଆଇନ ଛଡ଼ାଇନେଇଛି ବନ ବିଭାଗ। ସେହିପରି ଅଶନବାହାଳୀ ଗାଁର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଚୁକ୍ତି ଅନୁସାରେ ସେମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆଯାଇନି। ତେଣୁ ବନ ବିଭାଗ ପ୍ରତିଶୃତିକୁ କଟରଙ୍ଗ ଗ୍ରାମବାସୀ ସହଜରେ ବିଶ୍ଵାସ କରୁନାହାଁନ୍ତି। ଜଙ୍ଗଲ ଅଧିକାର ଆଇନ୍‌ ୨୦୦୬ ଏବଂ ଜଙ୍ଗଲ ଅଧିକାର ନିୟମାବଳୀ -୨୦୦୮ ବ୍ୟବସ୍ଥାରେ ଗାଁରେ ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇ ପ୍ରଜାମାନଙ୍କର ବ୍ୟକ୍ତିଗତ ଜଙ୍ଗଲ ଜମିର ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ଜମିର ଅଧିକାରକୁ ସ୍ୱୀକୃତି ଦିଆଯିବା ନେଇ କୌଣସି କାର୍ଯ୍ଯକ୍ରମ କରାଯାଇନାହିଁ ।

ଗ୍ରାମ ବିସ୍ଥାପନ ପୂର୍ବରୁ ଗ୍ରାମ ବିସ୍ଥାପନ ସଂପର୍କିତ ଜଙ୍ଗଲ ଅଧିକାର କମିଟି ଏବଂ SDLC ଓ DICରେ କୌଣସି ଆଲୋଚନା ହୋଇନାହିଁ। ଯାହାଦ୍ୱାରା FRA ର ୪ ଓ ୬ ଧାରା ଏବଂ WPA ର ୩୮ ( ଭି)ର ଉପଧାରାକୁ ପାଳନ କରାଯାଇନାହିଁ। ଗାଁ ବିସ୍ଥାପନ ପୂର୍ବରୁ ଲୋକମାନଙ୍କର FRAରେ ସ୍ୱୀକୃତି ଓ ବସବାସ ବ୍ୟବସ୍ଥା କରାଯାଇନି। NTCA ଗାଇଡଲାଇନ୍‌ରେ ପାରା ୬ ଏବଂ ପାରା ୬.୧ ଓ ୬.୧.୧ କୁ ପାଳନ କରାଯାଇନି। ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରୁ ଆମ ଆଦିବାସୀ କଟରଙ୍ଗ ଗାଁକୁ ବିସ୍ଥାପନ କରିଛି ବନ ବିଭାଗ। ଗ୍ରାମବାସୀଙ୍କ ମଧ୍ୟରେ ଅନ୍ତଃବିବାଦ ଓ ବିଭାଜନ ବନ ବିଭାଗ ଦ୍ୱାରା ସୃଷ୍ଟି କରାଯାଇ ଗାଁର ୨୯ ପରିବାରକୁ କ୍ଷତିପୂରଣ ପ୍ୟାକେଜ୍‌ ତାଲିକାଭୁକ୍ତ କରାନଯାଇ ସମସ୍ତଙ୍କର ଘରଦ୍ୱାର ଭାଙ୍ଗି ଦିଆଯାଇଛି। ବନ୍ୟଜୀବ ଆଇନ ୧୯୭୨ର ୩୮(ଭି), ଜଙ୍ଗଲ ଅଧିକାର ଆଇନ୍‌ ୨୦୦୬ର ୪ ଓ ୬ ଧାରା, ଜାତୀୟ ଜମି ଅଧିଗ୍ରହଣ, ପୁନଃବସତି ଓ ଥଇଥାନ ଆଇନ୍‌ ୨୦୧୩ ର ଧାରା ୩, ୪ ଓ ୧୧ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିବା ସହିତ ଓଡିଶା ଗ୍ରାମ ପଞ୍ଚାୟତ ଆଇନରେ ଗ୍ରାମସଭା ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଗାଁଲୋକେ। ଅଭୟାରଣ୍ୟରୁ ସ୍ଥାନାନ୍ତର ପାଇଁ କେନ୍ଦ୍ର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଓ ନିୟମାବଳୀକୁ ବନ ବିଭାଗ ଆଦୌ ଅନୁସରଣ କରିନଥିବା ଅଭିଯୋଗ ହୋଇଛି।

ସାତକୋଶିଆ ଅଭୟାରଣ୍ୟରେ ଥିବା କଟରଙ୍ଗ ଗାଁର ଲୋକମାନେ ଏବେ ନିଜ ଭିଟାମାଟି ଛାଡି ବିସ୍ଥାପିତ ହେବେ। ମାତ୍ର ୨୦ଟି ପରିବାର ବିସ୍ଥାପନ ପ୍ୟାକେଜରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ସେମାନେ ବେଘର ହେବେ। ବିସ୍ଥାପିତ ହେବାର ଦୁଃଖଠୁ କିନ୍ତୁ ପ୍ରଶାସନିକ ଅବହେଳା ଅଧିକ ଯନ୍ତ୍ରଣା ଦେଉଛି। ପ୍ରଶାସନର ଉଦାସୀନତା, ବାବୁମାନଙ୍କର ବେପରୁଆ ମନୋଭାବ ପାଇଁ ସେମାନେ ସର୍ବସ୍ୱ ହରାଇବାକୁ ଯାଉଥିବା ଅଭିଯୋଗ କରିଛନ୍ତି। ସ୍ଥାନାନ୍ତର ପ୍ରକ୍ରିୟାରେ ପଲ୍ଲୀସଭା ଓ ଗ୍ରାମସଭାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛତା ଭିତରେ ସମସ୍ତ ବିଷୟ ଆଲୋଚନା ହୋଇ ନିଷ୍ପତ୍ତି ଗ୍ରହଣର ବ୍ୟବସ୍ଥା ବି ରହିଛି। ହେଲେ ବନ ବିଭାଗ ତରବରିଆ ଭାବେ ତଥ୍ୟ ସଂଗ୍ରହ ସହ ସଠିକ୍‌ ଆଲୋଚନା ନକରି ପ୍ୟାକେଜରେ ନାମ ପଞ୍ଜିକୃତ କରିଥିବା ଅଭିଯୋଗ ହୋଇଛି। ସେପଟେ ବିସ୍ଥାପନ ପ୍ୟାକେଜରୁ ୨୦ ପରିବାର ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ ପରିବେଶବିତ ଓ ସାମାଜିକ କର୍ମୀ ଅସନ୍ତୋଷ ଜାହିର କରିଛନ୍ତି।

Pritiparna

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

19 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

21 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

28 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

37 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

37 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

54 mins ago