ସାବଧାନ : କରୋନାରୁ ମୁକ୍ତି ପାଇଁ ଅଧିକ କାଢ଼ା ସେବନ ମଧ୍ୟ କରିପାରେ ରୋଗୀ,ଏମିତି ବଢ଼ାନ୍ତୁ ଆପଣଙ୍କ ଇମ୍ୟୁନିଟି

କରୋନା ଭୟରେ ଏବେ ସବୁଠି କାଢ଼ାର ଚର୍ଚ୍ଚା । ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଗରମ ପାଣି ପିଇବା ସହ ଇମ୍ୟୁନିଟି ପାଓ୍ଵାର (ରୋଗ ପ୍ରତିଷେଧକ ଶକ୍ତି) ବଢ଼ାଇବା ପାଇଁ ଚ୍ୟବନପ୍ରାସ୍‌ ଓ କାଢ଼ା ପିଇବାକୁ ଉପଦେଶ ଦେଇଛି । ଲୋକେ ଗରମ ପାଣି ପିଇବା ସହ ତୁଳସୀ,ଡାଲଚୀନ୍‌, ଅଦା,ଲବଙ୍ଗ ଆଦି ଗରମ ଜିନିଷରେ କାଢ଼ା ତିଆରି କରି ମଧ୍ୟ ପିଉଛନ୍ତି । ତେବେ ଅଧିକ କାଢ଼ା ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ହୋଇପାରେ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

kadha-1

କଥାରେ ଅଛି ‘ଅତି ସର୍ବତ୍ର ଗ୍ରହିତ’ ଅର୍ଥାତ ଯେ କୈାଣସି ଦ୍ରବ୍ୟ ଅତ୍ୟଧିକ ସେବନ ବିପଦ ହୋଇଥାଏ । କରୋନାରୁ ମୁକ୍ତି ପାଇବା ପାଇଁ ଆପଣ ଇମ୍ୟୁନିଟି ବଢ଼ାଇବା ଚକ୍କରରେ ଯଦି ଅଧିକ କାଢ଼ା ସେବନ କରନ୍ତି । ତେବେ ଏହା ଆପଣଙ୍କ ଶରୀରରେ ପେଟ ରୋଗ ସୃଷ୍ଟି କରିପାରେ । ଡାକ୍ତରଙ୍କ କହିବା ଅନୁଯାୟୀ ମାତ୍ରାଧିକ କାଢ଼ା ସେବନ ଅଲ୍‌ସର ଓ ଲିଭର ଏପ୍ସିସ୍‌ ଭଳି ରୋଗ ସୃଷ୍ଟି କରିପାରେ ।

kadha-2

ଜଣେ ବରିଷ୍ଠ ଗାଷ୍ଟ୍ରୋ ଇଣ୍ଟୋଲୋଜିଷ୍ଟଙ୍କ କହିବା ଅନୁଯାୟୀ ଅଧିକ କାଢ଼ାରେ ଥିବା ମସଲା ତତ୍ତ୍ୱ କିଡନୀ ଓ ଲିଭର ପ୍ରତି କ୍ଷତି ପହଞ୍ଚାଇଥାଏ । ତେଣୁ କାଢ଼ା ଦିନକୁ ଥରେ ଦୁଇଥର ପିଇଲେ ଠିକ୍‌ ଅଛି । ହେଲେ ଅଧିକ ସେବନ ଶରୀରକୁ ବିପଦ ପହଞ୍ଚାଇଥାଏ ବୋଲି ଡାକ୍ତରଙ୍କ ମତ ।

kadha-3

ତେଣୁ ଶରୀରର ଇମ୍ୟୁନିଟି ବଢ଼ାଇବା ପାଇଁ ଫଳ ଓ ଦୁଧର ନିୟମିତ ସେବନ କରିବା ଜରୁରୀ । ଏଥିସହ ଦିନଚର୍ଯ୍ୟାରେ ମଧ୍ୟ ଯୋଗ,ବ୍ୟାୟାମ ଓ ପ୍ରାଣାୟାମ୍‌ ସାମିଲ୍‌ କରିବା ସହ ସନ୍ତୁଳିତ ଆହାର ନେବା ଜରୁରୀ । ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ନକରାତ୍ମକ ପ୍ରଭାବରୁ ମୁକ୍ତି ମିଳିଥାଏ । ଯୋଗ ବ୍ୟାୟାମ କରିବା ସହ ଫଳ ଓ ଦୁଧ ସେବନ ଦ୍ୱାରା ବଡ଼ ଫାଇଦା ମିଳିଥାଏ ।

kadha-4

ଖାଦ୍ୟ ପାନୀୟରେ ସଂଜମତା ରକ୍ଷା କରିବା ସହ କାଢ଼ା ଦିନରେ ଦୁଇଥର ପିଇଲେ କିଛି କ୍ଷତି ନାହିଁ ବୋଲି ଜଣେ ଡାକ୍ତର ପ୍ରକାଶ କରିଛନ୍ତି । ତେବେ ଯାହାର ବ୍ଲଡ୍‌ ପ୍ରେସର, ଡାଇବେଟିସ୍‌ କିମ୍ବା ଅନ୍ୟ ରୋଗ ରହିଛି ସେମାନେ ବିନା ଡାକ୍ତର ପରାମର୍ଶରେ ସେବନ କରୁଥିବା ଔଷଧ ବନ୍ଦ ନକରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।

ଖାଲି କାଢ଼ା ପିଇବା ପରିବର୍ତ୍ତେ କରୋନାରୁ ରକ୍ଷା ପାଇବା ପାଇଁ ସନ୍ତୁଳିତ ଆହାର ଫଳ,କ୍ଷୀର ସେବନ ସହ ବ୍ୟାୟାମ ଯୋଗ, ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.