ଦୁନିଆର ସବୁଠୁ ଦାମୀ ଆଇସକ୍ରିମ, ଗୋଟିଏ ସ୍କୁପର ଦାମରେ କିଣି ହେବ ୧୦ ଗ୍ରାମ ସୁନା

ସାଧରଣତଃ ଆଇସକ୍ରିମ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସେ ବାହାଘର ହେଉ କି ସାଙ୍ଗ ସାଥୀଙ୍କ ସହିତ ବାହାରେ ବୁଲା ବୁଲି ହେଉ ,ଏହି ସମୟରେ ଆଇସକ୍ରିମ ଖାଇବା ମଜା ଅଲଗା ପ୍ରକାର ହୋଇଥାଏ । ବିଶେଷ କରି ପୁଅମାନଙ୍କ ଅପେକ୍ଷା ଝିଅ ମାନେ ଅଧିକ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ କେବେବି ଭାବିଛନ୍ତି କି ,ସୁନାରେ ସଜେଇ ହୋଇ ରହିଥିବା ଆଇସକ୍ରିମ ସ୍ୱାଦ ଖାଇବାକୁ କିପରି ଲାଗିବ ? କିନ୍ତୁ ମାର୍କେଟରେ ସୁନାରେ ସଜେଇ ହୋଇଥିବା ଆଇସକ୍ରିମ ଉପଲବ୍ଧ ହୋଇଛି । ମାତ୍ର ଏହା ଏତେ ମହଙ୍ଗା ଯେ, ଏହାର ଗୋଟିଏ ସ୍କୁପର ଦାମରେ ଆପଣ ୧୦ ଗ୍ରାମ ଶୁଦ୍ଧ ସୁନା କିଣିପାରିବେ ।

ତେବେ ସୁନା ଛିଞ୍ଚି ସର୍ଭ କରାଯାଉଥିବା ଏହି ଆଇସକ୍ରିମର ଏକ ସ୍କୁପର ଦାମ୍ ୬୦ ହଜାର ଟଙ୍କା ରହିଛି । ଏହି ଆଇସକ୍ରିମ ଦୁବାଇର ସ୍କୁପି କ୍ୟାଫେ ଦ୍ୱାରା ଲଞ୍ଚ କରାଯାଇଛି, ଯାହାକି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ । ଏହି ମହଙ୍ଗା ଆଇସକ୍ରିମର ନାଁ ‘ବ୍ଲାକ ଡାଇମଣ୍ଡ’ ରଖାଯାଇଛି । ଅଭିନେତ୍ରୀ ଶେନାଜ ଟ୍ରେଜରୀ ଦୁବାଇ ଭ୍ରମଣ କରୁଥିବା ସମୟରେ ଦୁନିଆର ଏହି ମହଙ୍ଗା ଆଇସକ୍ରିମର ସ୍ୱାଦ ଚାଖିଥିଲେ । ଏହା ସହ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଥିଲେ ଯେ, ଏପରି କ’ଣ ଅଛି ଯାହାକୁ ଟଙ୍କା ସାହାର୍ଯ୍ୟରେ କିଣାଯାଇପାରିବ ନାହିଁ । ଗୋଟିଏ ଆଇସକ୍ରିମ ପାଇଁ ୬୦,୦୦୦ ଟଙ୍କା । ଦୁବାଇରେ ସୁନା ଖାଉଛି । ଏହା ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ ।’

gold ice cream

ସ୍କୁପି କ୍ୟାଫେ ଦ୍ୱାରା ଲଞ୍ଚ ହୋଇଥିବା ଏହି ‘ବ୍ଲାକ୍ ଡାଇମଣ୍ଡ’ ଆଇସକ୍ରିମରେ ଭାନିଲା ଉପରେ ଇରାନର କେସର ଓ କଲା ଟ୍ରଫଲ ସମେତ ୨୩ କ୍ୟାରେଟ ଖାଇବା ଯୋଗ୍ୟ ସୁନା ସିଞ୍ଜନ କରାଯାଇଛି । ଏତେ ଟଙ୍କାର ମୂଲ୍ୟବାନ୍ ଆଇସକ୍ରିମ ସର୍ଭ କରିବାକର ଶୈଳୀ ମଧ୍ୟ ରାଜକୀୟ ଭାବେ ରହିଛି । ସୁନ୍ଦର କଳା ଏବଂ ସୁବର୍ଣ୍ଣ ରଙ୍ଗର କପରେ ଆଇସକ୍ରିମକୁ ସର୍ଭ କରାଯାଏ ।

Leave A Reply

Your email address will not be published.