ସିଗଲ୍‌ ପକ୍ଷୀ ଜରିଆରେ ଏଲିୟନ୍‌ ମଣିଷର ଗୋଇନ୍ଦାଗିରି କରୁଛନ୍ତି

ଏଲିୟନଙ୍କୁ ନେଇ ସବୁଦିନ କିଛି ନା କିଛି ଖବର ଆସୁଛି । ତେବେ ଏଥିରେ କେତେ ସତ କେତେ ମିଛ ସେ କଥା କେବଳ ଈଶ୍ୱର ହିଁ କହି ପାରିବେ । ଅବଶ୍ୟ କଥାରେ ଅଛି ନିଆଁ ନଥିଲେ ଧୂଆଁ ନଥାଏ । ତେଣୁ ଏଲିୟନ୍‌କୁ ନେଇ ନୂଆ ନୂଆ କଥା ଆସୁଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅନେକ ଉତ୍କଣ୍ଠା । ଏବେ ଯେଉଁ ଖବର ଆସିଛି ତାହା ମଧ୍ୟ ଆଶ୍ଚର୍ଯ୍ୟ କଲା ଭଳି । ନିକ୍‌ ପୋପ୍‌ ନାମକ ଜଣେ ୟୁଏଫ୍‌ଓ ଏକ୍ସପର୍ଟ ଏଲିୟନ୍‌ଙ୍କୁ ନେଇ ନୂଆ କଥା କହିଛନ୍ତି । ତାଙ୍କ ଗବେଷଣାରୁ ସେ ଜାଣି ପାରିଛନ୍ତି କି ସିଗଲ୍‌ ବା ସମୁଦ୍ର ପକ୍ଷୀ ଭାବେ ଜଣାଶୁଣା ପକ୍ଷୀ ଏଲିୟନ୍‌ସଙ୍କ ପାଇଁ କାମ କରୁଛନ୍ତି । ଅର୍ଥାତ୍‌ ଏହି ପକ୍ଷୀ ଜରିଆରେ ଏଲିୟନ୍ସ ମଣିଷ ଦୁନିଆର ଗୋଇନ୍ଦାଗିରି କରୁଛନ୍ତି । ଏମାନଙ୍କ ଜରିଆରେ ପୃଥିବୀର ଖବର ନେଉଛନ୍ତି ।

ଅବଶ୍ୟ ପୂର୍ବରୁ ଦେଖା ଯାଇଛି କି ଏହି ସିଗଲ୍‌ ପକ୍ଷୀ ଲୋକଙ୍କ ହାତରୁ ବିଭିନ୍ନ ଖାଦ୍ୟ ପଦାର୍ଥ ଛଡ଼ାଇ ନିଏ । ତେଣୁ ଏହାର ନାଁ ‘ଚୋର ପକ୍ଷୀ’ ବି ରଖା ଯାଇଛି । ତେବେ ଏହି ଚୋର ପକ୍ଷୀ ବର୍ତ୍ତମାନ କୁଆଡ଼େ ଏଲିୟନ୍‌ସଙ୍କ ଗୋଇନ୍ଦାଗିରି କରୁଛନ୍ତି । ଯଦିଓ କଥାଟା ବିଶ୍ୱାସ ଯୋଗ୍ୟ ହେଉ ନାହିଁ ତେବେ ଏକ ଜଣାଶୁଣା ପ୍ରତିକା ସହ ସାକ୍ଷାତକାର ବେଳେ ନିକ୍‌ ପୋପ୍‌ ଏ ବିଷୟରେ ସ୍ପଷ୍ଟ ଭାବେ କହିଛନ୍ତି । ପୁଣି ଲୋକଙ୍କୁ ସତର୍କ କରାଇଛନ୍ତି କି ଏହି ପକ୍ଷୀ ଠାରୁ ସତର୍କ ରୁହ । ନିକ୍‌ ପୋପ୍‌ ପୂର୍ବରୁ ଆମେରିକା ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରୁଥିଲେ । ତେଣୁ ତାଙ୍କୁ ଅବିଶ୍ୱାସ କରିବା ମଧ୍ୟ ଭୁଲ ହୋଇ ପାରେ ।

SEGUL-2

ଖାଲି ସେତିକି ନୁହେଁ ଏଲିୟନ୍‌ସ କୁଆଡ଼େ ମାଛିଙ୍କୁ ବି ଏହି ଗୋଇନ୍ଦାଗିରି କାମରେ ଲଗାଇ ପାରନ୍ତି । ଅତୀତରେ ଦେଖା ଯାଇଛି କି ଲୋକେ ପାରାଙ୍କ ଦ୍ୱାରା ଗୋଇନ୍ଦା କାମ କରୁଥିଲେ । ନିକ୍‌ ଆହୁରି କହିଛନ୍ତି କି, ଏଲିୟନ୍‌ମାନେ ସିଗଲ୍‌ ଦେହରେ ବିଭିନ୍ନ ଅତ୍ୟାଧୁନିକ ଡିଭାଇସ୍‌ ଲଗାଇ ଛାଡ଼ି ଦେଉଛନ୍ତି । ଯାହା ଦ୍ୱାରା ମଣିଷମାନଙ୍କ ବିଷୟରେ ଅନେକ କଥା ରେକର୍ଡିଂ ହେଉଛି । ସେସବୁକୁ ରେକର୍ଡ଼ିଂକୁ ଦେଖି ଏଲିୟନ୍‌ମାନେ ମଣିଷ ସମ୍ପର୍କରେ ଅଧିକ ଜାଣି ଯାଉଛନ୍ତି । ଏହି ଡିଭାଇସ୍‌ ଠିକ୍‌ ଡ୍ରେନ୍‌ କ୍ୟାମେରା ଭଳି କାମ କରୁଛି । ତେଣୁ ସିଗଲ୍‌ମାନେ କୌଣସି ଜାଗାରେ ଆମର ପାଖାପାଖି ହୋଇଗଲେ ଆମେ ସତର୍କ ହୋଇଯିବା ଦରକାର ବୋଲି ନିକ୍‌ ଚେତାଇ ଦେଇଛନ୍ତି । ତେଣୁ ଏ କଥା ସତ ହେଉ କି ମିଛ ମଣିଷକୁ କିନ୍ତୁ ସିଗଲ୍‌ ପକ୍ଷୀକୁ ନେଇ ସତର୍କ ରହିବାକୁ ହେବ ।

 

Leave A Reply

Your email address will not be published.