ମହିଳାଙ୍କ ପ୍ଳାନ୍ ରେ ଫସିଗଲା ଫେସବୁକ୍ ରୋମିଓ, ଖାଇଲା ନିର୍ଦ୍ଧୁମ ମାଡ଼

ଆଳି: ଛେଚା ଖାଇଲା ଫେସବୁକ୍ ରୋମିଓ । ହାତ ବାନ୍ଧି ନିର୍ଦ୍ଧୁମ ମାଡ଼ । ଫେସବୁକରେ କରୁଥିଲା ମହିଳାମାନଙ୍କୁ ପ୍ରେମ ନିବେଦନ । କହୁଥିଲା ଅଶ୍ଳୀଳ କଥା । ଶେଷରେ ନିଜ ଜାଲରେ ନିଜେ ଫଶିଗଲା ରସିକିଆ ରୋମିଓ ।
ନାଁ-ସୁଧୀର କୁମାର ଶର୍ମା । ଗୋଡଠୁ ମୁଣ୍ଡ ଖାଲି ମିଛ । ମିଛରେ ଉବୁଟୁବୁ ଏହି ଫେସବୁକ୍ ରସିକିଆ । ଏହି ରସିକିଆ ରୋମିଓର କାମ ହେଉଛି ମହିଳାମାନଙ୍କୁ ପ୍ରେମ ଜାଲରେ ଫସାଇବା, ଆଉ ଅଶ୍ଳୀଳ କଥା ହେବା । ଏପରି ଅନେକ ମିଛ କଥା କହି ମହିଳାମାନଙ୍କୁ ନିଜ ଫାଶରେ ଫଶାଉଥିଲା । ଏବେ ପୋଲିସ୍ କବ୍ଜାରେ ଏହି ରସିକିଆ । ରସିକିଆକୁ ଧରିବା ଲାଗି ଜଣେ ମହିଳା ରଚିଥିଲେ ପ୍ଳାନ୍ । ଆଉ ନିଜ ପ୍ଲାନରେ ବି ସେ ସଫଳ ହେଲେ ।
ଫେସବୁକରୁ ମୋବାଇଲ୍ ନମ୍ବର ନେଇ ମହିଳାମାନଙ୍କୁ ପ୍ରେମ ନିବେଦନ କରୁଥିଲା ସୁଧୀର । ଯାହା ଏବେ ମହଙ୍ଗା ପଡିଛି । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ହଟହଟା ହୋଇଛି ଏହି ଫେସବୁକ୍ ରୋମିଓ । ଏମିତି କି ଫେସବୁକ ରୋମିଓ ଜଣକ ମହିଳାଙ୍କୁ ବାରମ୍ବାର ହଇରାଣ କରିବା ପରେ, ଶେଷରେ ମହିଳା ଜଣଙ୍କ ବିରକ୍ତି ପ୍ରକାଶ କରି ଯୋଜନା ମୁତାବକ ଫେସବୁକ୍ ରୋମିଓ ସୁଧୀରକୁ ନିଜ ଘରକୁ ବାହାନା କରି ଡକାଇଥିଲେ । ଏକଥା ଶୁଣି ସୁଧୀରବି କାଳ ବିଳମ୍ବ ନକରି ମହିଳାଙ୍କ ଘରକୁ ଆସି ପହଁଚିଥିଲା ।
ଏତିକି ବେଳେ ମହିଳା ଜଣଙ୍କ ଗ୍ରାମବାସୀଙ୍କୁ ଏକଥା ଜଣାଇବା ପରେ ଯୁବକକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ ଗାଁ ଲୋକେ । ଶେଷରେ ପୋଲିସ୍ ଜିମାରେ ଦିଆଯାଇଥିବା ଜଣାପଡିଛି । ରୋମିଓ ଯୁବକର ଘର ହେଉଛି ଆଳି ଥାନା ଅନ୍ତର୍ଗତ ସୋରିଷସଦା ଗାଁରେ । ଶୁଣନ୍ତୁ କଣ କହୁଛି ଫେସବୁକ ରୋମିଓ ।
ଫେସବୁକରେ ମହଙ୍ଗା ପଡିଲା ପ୍ରେମ ନିବେଦନ । ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରି ନିର୍ଦ୍ଧୁମ ଛେଚା ଖାଇଲା ଯୁବକ । ଉତ୍ତମ ମଧ୍ୟମ ପରେ ମାନିଲା ସବୁ ଦୋଷ । ଏବେ ପୋଲିସ୍ ହାଜତରେ ଏହି ଫେସବୁକ୍ ରୋମିଓ ।
ଆହୁରି ପଢନ୍ତୁ: ପାରିବାରିକ କଳହର କୁପରିଣତି, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ