ଆରମ୍ଭ ହେଲାଣି କାମାକ୍ଷା ଦେବୀଙ୍କର ଆମ୍ବୁବାଚି ମେଳା: ଲାଗିଛି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳ, ଜାଣନ୍ତୁ ଏହା ସହ ଜଡିତ ଥିବା କିଛି ବିଶେଷ କଥା

ଗୌହାଟୀର କାମାକ୍ଷା ମନ୍ଦିର ହେଉଛି ଭାରତର ଅନ୍ୟତମ ଲୋକପ୍ରିୟ ମନ୍ଦିର । କାମାକ୍ଷା ଦେବୀଙ୍କୁ ମା ଦୁର୍ଗା ରୂପରେ ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ମାତା ସତୀଙ୍କର ଯୋନି ଏଠାରେ ପଡ଼ିଯାଇଥିଲା, ତେଣୁ ଏହି ସ୍ଥାନକୁ ୫୧ ଶକ୍ତିପୀଠ ମଧ୍ୟରେ ସବୁଠାରୁ ପ୍ରମୁଖ ସ୍ଥାନ ଭାବେ ଗଣାଯାଏ । ତେବେ ପ୍ରତିବର୍ଷ ଏଠାରେ ଅମ୍ବୁବାଚି ମେଳା ଆୟୋଜିତ ହୋଇଥାଏ । କିନ୍ତୁ ଗତ ଦୁଇ ବର୍ଷ ଧରି କୋଭିଡ କାରଣରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା କଷ୍ଟସାଧ୍ୟ ଥିଲା, କିନ୍ତୁ ଏଥର ଏହି ମେଳାକୁ ବହୁ ଉତ୍ସାହରେ ପାଳନ କରାଯିବ । ଏହି ମେଳାକୁ ଭକ୍ତ, ସାଧୁ ସନ୍ଥ ଏବଂ ତାନ୍ତ୍ରିକମାନେ ବହୁ ଦୂର ଦୂରାନ୍ତରୁ ଆସିଥାନ୍ତି । ଏହି ବର୍ଷ ଆମ୍ବୁବାଚି ମେଲା ୨୨ ଜୁନ୍ ବୁଧବାର ଠାରୁ ୨୬ ଜୁନ୍ ରବିବାର ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ ଆଷାଢ଼ ମାସରେ ଏଠାରେ ମାଙ୍କର ଅମ୍ବାବାଚି ମେଳା ଅନୁଷ୍ଠିତ ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ମାଙ୍କ ମନ୍ଦିର ସହିତ ଜଡିତ କିଛି ବିଶେଷ କଥା ।

1- ପ୍ରତିବର୍ଷ ୨୨ ଜୁନ୍ ରୁ ମେଳା ଆରମ୍ଭ ହୋଇ ୨୬ ଜୁନ୍ ରେ ଶେଷ ହୁଏ ଅମ୍ବୁବାଚି ମେଳା ।

2- ଅମ୍ବୁବାଚି ମେଳା ସମୟରେ କାମାକ୍ଷା ଦେବୀଙ୍କ ମନ୍ଦିର ଭିତରେ ପୂଜା ବନ୍ଦ ହୋଇଯାଏ । ଵିଶ୍ଵାସ କରାଯାଏ ଯେ ଦେବୀ ସତୀଙ୍କର ଏହି ସମୟରେ ଋତୁସ୍ରାବ ହୋଇଥାଏ।

3- ଏହି ମନ୍ଦିର ତିନି ଭାଗରେ ନିର୍ମିତ । ଏହାର ପ୍ରଥମ ଭାଗ ସବୁଠାରୁ ବଡ, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯିବାକୁ ଅନୁମତି ଦିଆଯାଇନଥାଏ। ଦ୍ୱିତୀୟ ଭାଗରେ ମାତାଙ୍କର ଦର୍ଶନ ହୋଇଥାଏ । ଯେଉଁଠାରେ ସବୁ ବେଳେ ପଥରରୁ ପାଣି ବାହାରି ଥାଏ । କୁହାଯାଏ ମସାକୁ ଥରେ ଏହି ପଥରରୁ ରକ୍ତ ସ୍ରୋତ ବାହାରିଥାଏ ଏହା କାହିଁକି ଓ କିପରି ଘଟେ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି ବିଶ୍ୱାସ କରାଯାଏ ଯେ ଏହି ତିନି ଦିନ ପର୍ଯ୍ୟନ୍ତ ଦେବୀଙ୍କର ଋତୁସ୍ରାବ ହୋଇଥାଏ ।

4- ଏପରିକି ବ୍ରହ୍ମପୁତ୍ର ନଦୀର ଜଳ ତିନି ଦିନ ଲାଲ ହୋଇଯାଏ ।କୁହଯାଏ ଯେ ଜଳର ଏହି ଲାଲ ରଙ୍ଗ ଦେବୀ କାମାକ୍ଷାଙ୍କର ଋତୁସ୍ରାବ ହେତୁ ହୋଇଥାଏ ।

5- ପରମ୍ପରା ଅନୁସାରେ ଏହି ତିନି ଦିନ ଋତୁସ୍ରାବ ଚାଲିଥିବା ସମୟରେ ଏକ ଧଳା କପଡା ମାଙ୍କ ଦରବାରରେ ରଖାଯାଇଥାଏ ଏବଂ ତିନି ଦିନ ପରେ ଯେତେବେଳେ କବାଟ ଖୋଲା ଯାଇଥାଏ ସେତେବେଳେ କପଡାଟି ସମ୍ପୂର୍ଣ୍ଣ ଭାବରେ ଲାଲ ରଙ୍ଗ ହୋଇଯାଇଥାଏ। ଏହାକୁ ଭକ୍ତ ମାନଙ୍କୁ ଉପହାର ସ୍ୱରୂପରେ ଦିଆଯାଇଥାଏ ।ଏହି କପଡାକୁ ବହୁତ ଶୁଭ ବୋଲି କୁହାଯାଏ ।

devi 2

6- ଏହି ତିନି ଦିନି ପରେ ମନ୍ଦିର ଯେତେବେଳେ ଖୋଲିଥାଏ ଭକ୍ତମାନଙ୍କର ଗହଳି ଜମିଥାଏ ଏବଂ ଲକ୍ଷ ଲକ୍ଷ ଲୋକ ଏହି ଅମ୍ବୁବାଚି ବସ୍ତ୍ର ନେବା ପାଇଁ ଆଗ୍ରହୀ ଥାନ୍ତି ।

7- ତାନ୍ତ୍ରିକ ମାନଙ୍କ ପାଇଁ ଅମ୍ବୁବାଚିର ସମୟ ସିଦ୍ଧି ପ୍ରାପ୍ତ ପାଇଁ ଉତ୍ତମ ସମୟ ହୋଇଥାଏ ।ଏଥି ପାଇଁ ଦେଶର କୋଣଅନୁକୋଣରୁ ତାନ୍ତ୍ରିକ ମାନେ ଏଠାକୁ ଆସିଥାନ୍ତି ।

8- କାମାକ୍ଷା ମନ୍ଦିରରେ ଅମ୍ବୁବାଚି ସମୟରେ କିଛି ବିଶେଷ ଯନ୍ତ୍ର ହେବା ଉଚିତ । ଏହି ସମୟରେ ନଦୀରେ ଗାଧୋଇବା ଉଚିତ୍ ନୁହେଁ । ଭୂମି କିମ୍ବା ମାଟି ଖୋଳିବା ଉଚିତ ନୁହେଁ ଏବଂ କୌଣସି ବିହନ ବୁଣିବା ଉଚିତ୍ ନୁହେଁ । ଏହି ଦିନରେ ଶଙ୍ଖ ଏବଂ ଘଣ୍ଟି ବଜାଇବା ଉଚିତ ନୁହେଁ । ଏହି ଦିନ ଭକ୍ତ ମାନେ ଅର୍ଣ୍ଣ ଓ ମାଟି ତଳେ ଫଳିଥିବା ପନିପରିବା ଆଦି ଖାଇ ନଥାନ୍ତି । ଏବଂ ନିଜର ଇଷ୍ଟ ଦେବାଦେବୀଙ୍କର ମନ୍ତ୍ର ଜପ କରିବା ଉଚିତ ।

9 – ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଏକ ଓଦା କପଡା ଦିଆଯାଏ। ଯାହାକୁ ଅମ୍ବୁବାଚି କପଡା କୁହାଯାଏ । ଦେବୀଙ୍କ ଋତୁସ୍ରାବ ସମୟରେ ମୂର୍ତ୍ତି ଚାରିପାଖରେ ଏହି ଧଳା କପଡା ବିସ୍ତାର ହୁଏ। ତିନି ଦିନ ପରେ, ଯେତେବେଳେ ମନ୍ଦିରର କବାଟ ଖୋଲାଯାଏ, ସେତେବେଳେ କପଡାଟି ଲାଲ ରଙ୍ଗରେ ଭିଜଯାଇ ଥାଏ । ପରେ ଏହି କପଡା ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ଭାବରେ ବଣ୍ଟନ କରାଯାଏ ।

10- କାମାକ୍ଷା ମନ୍ଦିର ନିକଟରେ ଉମାନନ୍ଦ ଭୈରବଙ୍କର ଏକ ମନ୍ଦିର ଅଛି,। ଉମାନନ୍ଦ ଭୈରବ ହିଁ ଏହି ଶକ୍ତିପୀଠର ଭୈରବ । ଏହାଙ୍କ ଦର୍ଶନ ବିନା କାମାକ୍ଷା ଦେବୀଙ୍କ ଯାତ୍ରା ଅଧୁରା ବୋଲି କୁହାଯାଏ ।

ଗୌହାଟୀ ବିମାନବନ୍ଦର ଠାରୁ ଏହି ମନ୍ଦିର ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ। ଯାହା ଭାରତର ସମସ୍ତ ପ୍ରମୁଖ ବିମାନବନ୍ଦର ସହିତ ଭଲ ଭାବରେ ସଂଯୁକ୍ତ । ନିୟମିତ ବିମାନ କୋଲକାତା, ନୂଆଦିଲ୍ଲୀ, ଚେନ୍ନାଇ ଏବଂ ଭାରତର ଅନ୍ୟାନ୍ୟ ସହରକୁ ସଂଯୋଗ କରେ । ଏହା ସହିତ ଗୁଆହାଟି ରେଳ ଷ୍ଟେସନ ଠାରୁ କାମାକ୍ଷା ମନ୍ଦିର ପ୍ରାୟ ୬ କିଲୋମିଟର ଦୂରରେ ଅବସ୍ଥିତ। ଯାହା ଉତ୍ତର-ପୂର୍ବ ଭାରତର ସବୁଠାରୁ ବଡ ରେଳ ଷ୍ଟେସନ ଅଟେ । ଲୋକଲ ଟ୍ରେନ୍ ମାଧ୍ୟମରେ ଏହା ସମସ୍ତ ପ୍ରମୁଖ ସହର ସହିତ ଭଲ ଭାବରେ ସଂଯୁକ୍ତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.