ଭାରତର ପ୍ରସିଦ୍ଧ ହନୁମାନ ମନ୍ଦିର, ଏଠାକୁ ଯାଇ ପ୍ରଭୁଙ୍କ ଦର୍ଶନ କଲେ ପୂର୍ଣ୍ଣ ହୁଏ ସବୁ ଇଚ୍ଛା
ହନୁମାନଙ୍କ ଭକ୍ତି ଅନୁଯାୟୀ ଯେକୌଣସି ବ୍ୟକ୍ତି ଯଦି ପୁରା ଶ୍ରଦ୍ଧାର ସହିତ ହନୁମାନଙ୍କର ସ୍ତୁତି କରଥାନ୍ତି ତାଙ୍କ ଉପରେ ବଜରଙ୍ଗବଲୀ ଆଶୀର୍ବାଦ ବର୍ଷା କରିଥାନ୍ତି। ଦେଶରେ ଏପରି କିଛି ହନୁମାନ ମନ୍ଦିର ଅଛି ଯାହାର ଦର୍ଶନ କରିବା ମାତ୍ରେ କଷ୍ଟ ଦୂର ହୋଇଥାଏ।
ରାମ ଭକ୍ତ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ। ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ କଷ୍ଟ ଦୂର କରିଥାନ୍ତି। ତାଙ୍କ କୃପାରୁ ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି, କାମ ହେଉ ହେଉ ବନ୍ଦ ହୋଇଯାଉଛି, ସମାଜରେ ସମ୍ମାନ ମିଳୁନାହିଁ। ତେବେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିପାରିବେ। ମଙ୍ଗଳବାର ଦିନ ହନୁମାନଙ୍କର ଦିନ। ଏହି ଦିନ ହନୁମାନ ଚାଳିଶା ପାଠ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।
ହନୁମାନଙ୍କ ଭକ୍ତି ଅନୁଯାୟୀ ଯେକୌଣସି ବ୍ୟକ୍ତି ଯଦି ପୁରା ଶ୍ରଦ୍ଧାର ସହିତ ହନୁମାନଙ୍କର ସ୍ତୁତି କରଥାନ୍ତି ତାଙ୍କ ଉପରେ ବଜରଙ୍ଗବଲୀ ଆଶୀର୍ବାଦ ବର୍ଷା କରିଥାନ୍ତି। ଦେଶରେ ଏପରି କିଛି ହନୁମାନ ମନ୍ଦିର ଅଛି ଯାହାର ଦର୍ଶନ କରିବା ମାତ୍ରେ କଷ୍ଟ ଦୂର ହୋଇଥାଏ।
ବାଲାଜୀ ହନୁମାନ ମନ୍ଦିର:
ଦାଢି ଏବଂ ନିଶ ରହି ଥିବା ହନୁମାନଙ୍କର ଏହି ଅପୂର୍ବ ମୂର୍ତ୍ତିକୁ ଲୋକମାନେ ସାଲାସର୍ ହନୁମାନଙ୍କ ନାମରେ ସମ୍ବୋଧିତ କରିଥାନ୍ତି। ଏହି ମନ୍ଦିର ରାଜସ୍ଥାନର ଚୁର ଜିଲ୍ଲା ସ୍ଥିତ ସାଲାସର ଗ୍ରାମରେ ଅବସ୍ଥିତ। କୁହାଯାଇଥାଏ ହନୁମାନଙ୍କ ଭକ୍ତମାନେ ଏଠାକୁ ଆସି କେବେବି ଖାଲି ହାତରେ ଫେରନ୍ତି ନାହିଁ ଏବଂ ତାଙ୍କର ମନସ୍କାମନା ନିଶ୍ଚିନ୍ତ ପୂରଣ ହୋଇଥାଏ।
ହନୁମାନ ଦଣ୍ଡି ମନ୍ଦିର:
ଏହି ମନ୍ଦିରରେ ବଜରଙ୍ଗବଲୀ ମକରଧ୍ବଜଙ୍କ ସହିତ ରହିଛନ୍ତି। ପୁର୍ବେ ମକରଧ୍ବଜଙ୍କର ମୂର୍ତ୍ତି ହନୁମାନଙ୍କ ମୂର୍ତ୍ତି ତୁଳନାରେ ଛୋଟ ଥିଲା କିନ୍ତୁ ବର୍ତ୍ତମାନ ଏବେ ଦୁଇ ମୂର୍ତ୍ତି ସମାନ ଉଚାର ରହିଛି। ଏହି ସ୍ଥାନରେ ଅହିରାବଣ ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଲୁଚାଇ ରଖିଥିଲେ। ହନୁମାନ ଶ୍ରୀରାମ-ଲକ୍ଷ୍ମଣଙ୍କୁ ସେହି ସ୍ଥାନରୁ ଆଣିବାକୁ ଯିବା ସମୟରେ ତାଙ୍କର ମକରଧ୍ବଜଙ୍କ ସହିତ ଯୁଦ୍ଧ ହୋଇଥିଲା। ଶେଷରେ ବଜରଙ୍ଗବଲୀ ମକରଧ୍ବଜଙ୍କୁ ପରାସ୍ତ କରି ତାଙ୍କର ଲାଞ୍ଜରେ ତାଙ୍କୁ ବାନ୍ଧି ଦେଇଥିଲେ।
ହନୁମାନ ମନ୍ଦିର:
ମେହନ୍ଦୀପୁରରେ ଅବସ୍ଥିତ ଏହି ମନ୍ଦିର ଜୟପୁର-ବାନ୍ଦିକୁଇ ବସ୍ ଷ୍ଟାଣ୍ଡ ରାସ୍ତାରୁ ପାଖାପାଖି ୬୫କିଲୋମିଟର ଦୁରରେ ଅବସ୍ଥିତ। ଏହି ମନ୍ଦିର ଭୂତ-ପ୍ରେତ ଆଦି ଭୟ ଦୂର କରିଥାଏ।
ସଙ୍କଟମୋଚନ ମନ୍ଦିର:
ହନୁମାନଙ୍କର ଏହି ମୂର୍ତ୍ତି ଗୋସ୍ବାମୀ ତୁଳସୀ ଦାସଙ୍କର ତପସ୍ୟା ଦ୍ବାରା ପ୍ରକଟ ହୋଇଥିଲା। ବାବା ବିଶ୍ବନାଥଙ୍କ ସହରରେ ଅବସ୍ଥିତ ତାଙ୍କର ଅଂଶ ବଜରଙ୍ଗବଲୀଙ୍କର ଦର୍ଶନ କରିବା ପରେ ସବୁ ଶଙ୍କଟ ଦୂର ହୋଇଥାଏ। ଏହି କାରଣରୁ ଲୋକମାନେ ଏହି ମନ୍ଦିରକୁ ସଙ୍କଟମୋଚନ ମନ୍ଦିର କହିଥାନ୍ତି।
ହନୁମାନ ଗଢୀ :
ଶ୍ରୀ ହନୁମାନଙ୍କର ଏହି ଭବ୍ୟ ପାବନ ଧାମ ହନୁମାନଗଢୀ ଅଯୋଧ୍ୟାରେ ଅବସ୍ଥିତ। ଏହି ମନ୍ଦିର ଶ୍ରୀରାମଜନ୍ମଭୂମି ପାଖରେ ଉଚା ପାହାଡ଼ ଉପରେ ଅବସ୍ଥିତ। ଏଠାରେ ୬୦ଟି ସିଡ଼ି ଚଢିବାପରେ ହନୁମାନଙ୍କର ଦର୍ଶନ ହୋଇଥାଏ। ଅଯୋଧ୍ୟା ଆସି ଏହି ମନ୍ଦିର ଦର୍ଶନ ନକଲେ ଅଯୋଧ୍ୟା ଯାତ୍ରା କରିବା ଅଧୁରା ରହିଯାଏ।
ପ୍ରୟାଗରେ ଅବସ୍ଥିତ ହନୁମାନ ମନ୍ଦିର :
ଶୟନ ଅବସ୍ଥାରେ ଥିବା ହନୁମାନଙ୍କର ଏହି ମୂର୍ତ୍ତି ଉତ୍ତର ପ୍ରଦେଶର ପ୍ରୟାଗରାଜ ସଙ୍ଗମ ତଟ୍ଟରେ ଅବସ୍ଥିତ। ଗଙ୍ଗା ମାତା ୨୦ଫୁଟ ଲମ୍ବା ଏହି ମୂର୍ତ୍ତିର ସ୍ନାନ କରିବା ପାଇଁ ପ୍ରତ୍ୟେକ ବର୍ଷ ଏଠାକୁ ଆସିଥାନ୍ତି। ଏହି ମନ୍ଦିରର ଭକ୍ତମାନେ ଗଙ୍ଗାର ଏହି ଜଳସ୍ତରକୁ ଶୁଭ ଦୃଷ୍ଟିରେ ଦେଖିଥାନ୍ତି। ଯେଉଁ ବର୍ଷ ଗଙ୍ଗାଦେବୀ ହନୁମାନଙ୍କୁ ସ୍ନାନ କରିବାରେ ଅସମର୍ଥ ହୋଇଥାନ୍ତି ତା ପରବର୍ତ୍ତି ବର୍ଷରେ ସେ ପୂରଣ କରିଥାନ୍ତି।
ନାରୀ ରୂପରେ ଅବସ୍ଥିତ ହନୁମାନଙ୍କ ମନ୍ଦିର:
ଛତିଶିଗଡର ବିଳାସପୁର ସହରରେ ୨୫କି.ମି ଦୂରରେ ହନୁମାନଙ୍କର ଏହି ଭବ୍ୟ ପାବନ ଧାମ ଅବସ୍ଥିତ। ରତନପୁର ନାମରେ ଏହି ସ୍ଥାନ ମହାମାୟା ନଗରୀ ନାମରେ ଜଣାଶୁଣା। ଏହି ମନ୍ଦିରର ସବୁଠାରୁ ଗୁରୁତ୍ବପୁର୍ଣ୍ନ କଥା ହେଉଛି ଏଠାରେ ହନୁମାନ ନାରୀ ରୁପରେ ବିରାଜମାନ ଛନ୍ତିକରି।
ପତ୍ନୀଙ୍କ ସହିତ ଅବସ୍ଥିତ ହନୁମାନ ମନ୍ଦିର:
ପୁରା ବିଶ୍ବରେ ହନୁମାନଙ୍କ ଆରାଧନା ବାଲବ୍ରହ୍ମଚାରୀ ରୂପେ କରାଯାଇଥାଏ କିନ୍ତୁ ତେଲେଙ୍ଗାନାରେ ହନୁମାନଙ୍କୁ ବିବାହିତ ରୂପରେ ପୂଜା କରାଯାଇଥାଏ।ହାଇଦ୍ରାବାଦର ୨୨୦କି.ମି ଦୁରରେ ଖମ୍ମମ ଜିଲ୍ଲାରେ ହନୁମାନ ଏବଂ ତାଙ୍କ ପତ୍ନୀଙ୍କର ମନ୍ଦିର ରହିଛି। ଏହି ଧାମରେ ହନୁମାନ ଏବଂ ତାଙ୍କର ପତ୍ନୀ ସୁବର୍ଚଲାଙ୍କର ପ୍ରତିମା ବିରାଜମାନ ହୋଇଛି। ହନୁମାନ ସହିତ ତାଙ୍କ ପତ୍ନୀଙ୍କ ଦର୍ଶନ କରିଲେ ବୈବାହିକ ଜୀବନରେ ଆସୁଥିବା ସବୁ ଅସୁବିଧା ଦୂର ହୋଇଥାଏ।