ଧୋନିଙ୍କ ଟିକେ ଝଲକ ପାଇବା ପାଇଁ ୧୪୩୬ କିମି ପାଦରେ ଚାଲି ଚାଲି ଯିବେ ଏହି ଯୁବ ଫ୍ୟାନ

ହରିୟାଣାର ହିସାର ଜିଲ୍ଲାର ଖେଡ଼ି ଜଲାବ ଗାଁର ମୂଳ ବାସିନ୍ଦା ହେଉଛନ୍ତି ଅଜୟ ଗିଲ । ଭାବୁଛନ୍ତିନା ଅଜୟଙ୍କ ପରିଚୟ ଏଠି କାହିଁକି ଦିଆଗଲା । କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ଉଠିଛି । ପ୍ରକୃତରେ ଅଜୟ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କର ଜଣେ ଜବରଦସ୍ତ ଫ୍ୟାନ । ସେମିତିରେ କହିବାକୁ ଗଲେ ବିଶ୍ୱର ଅଜୟ ହେଉଛନ୍ତି ଏକମାତ୍ର କ୍ରିକେଟର ଯିଏ ଏମଏସ ଧୋନିଙ୍କୁ ନିଜ ଭଗବାନ ଭାବେ ମାନିଥାନ୍ତି । ହିସାର ସ୍ଥିତ ସେଣ୍ଟ ସୋଫିଆ ସ୍ପୋର୍ଟ୍ସ ଏକାଡେମୀରୁ ସେ ଏବେ କ୍ରିକେଟ ପ୍ରଶିକ୍ଷଣ ନେଉଛନ୍ତି । ଭବିଷ୍ୟତରେ ଜଣେ ଭଲ କ୍ରିକେଟର ଟିଏ ହେବାକୁ ଲକ୍ଷ ରଖିଛନ୍ତି । ସେ ଧୋନିଙ୍କର ଏମିତି ସେମିତି ଫ୍ୟାନ ନୁହନ୍ତି । ଧୋନିଙ୍କ ସହ ଟିକେ ଭେଟିବା ପାଇଁ ସେ ପାଗଳ ପ୍ରାୟ । ଆଶ୍ଚର୍ଯ୍ୟ ହେବେ ଅଜୟଙ୍କୁ ଅଜବ ନିଶା ଘାରିଛି । ଧୋନିଙ୍କ ପାଖରେ ପହଂଚିବା ପାଇଁ 1436 କିମି ବାଟ ପାଦରେ ଚାଲି ଚାଲି ଯିବାକୁ ବାହାରିଛନ୍ତି ଅଜୟ । ଅବଶ୍ୟ ତାଙ୍କ କ୍ଷେତ୍ରରେ ଏମିତି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବି ଥରେ ଧୋନିଙ୍କ ସହ ଭେଟିବା ପାଇଁ ଧୋନିଙ୍କ ଫାର୍ମ ହାଉସକୁ ଚାଲି ଚାଲି ଯାଇଥିଲେ ଏହି ଫ୍ୟାନ ଜଣଙ୍କ । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେଠାରେ ଧୋନି ନଥିଲେ ।

 

fan ajay

image credit: Ajj tak

ଏହି ଯୁବକ ଜଣଙ୍କର ଭିତରେ ଯେତିକି ଉତ୍ସାହ ଅଛି ସେତିକି କିଛି କରି ଦେଖେଇବାର ଶକ୍ତି ବି ରହିଛି । ଆଉ ଏଥର ସେ ପଣ କରିଛନ୍ତି ଯାହା ହୋଇଯାଉ ପଛକେ ଧୋନିଙ୍କ ସହ ଦେଖା କରି ହିଁ ସେ ଘରକୁ ଫେରିବେ । ଆଉ ଏଥର ତାଙ୍କ ଗାଁରେ ଥିବା ବାବା ସନ୍ଦକ ନାଥ ମନ୍ଦିରରେ ମନରେ ପଣ କରି ଧୋନିଙ୍କୁ ଦେଖାକରିବା ପାଇଁ ବାହାରିଛନ୍ତି । ତାଙ୍କ ମା’ ପୁନମ ଦେବୀ, ବାପା କେ କେ ଗିଲଙ୍କ ସମେତ ଅନ୍ୟାନ ସମ୍ପର୍କୀୟ ମାନଙ୍କ ଶୁଭେଚ୍ଛା ଓ ଶୁଭକାମନା ନେଇ ଗିଲ ଏହି ଯାତ୍ରା ପାଇଁ ବାହାରିଛନ୍ତି । ଏମାନଙ୍କ ନିକଟରୁ ଅଜୟଙ୍କୁ ଅନେକ ସହଯୋଗ ବି ମିଳିଥିଲା । ନିଜ ପ୍ରତିକ୍ରିୟାରେ ଅଜୟ କହିଛନ୍ତିକି ତାଙ୍କ ପରିବାର ଖୁବ ଗରିବ ଘରର । ବର୍ତ୍ତମାନ ସମୟରେ ସେମାନଙ୍କ ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ । ପ୍ରଥମେ ପ୍ରଥମେ ତାଙ୍କ ବାପା ଏହି ଯାତ୍ରା ପାଇଁ ବାରଣ କରିଥିଲେ ମଧ୍ୟ ଅଜୟ ନିଜ ଜିଦରେ ଅଟଳ ଥିଲେ । ଆଉ ତାଙ୍କ ଜିଦ ସାମ୍ନାରେ ଶେଷରେ ତାଙ୍କ ପିତାଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଥିଲା । ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଅଜୟ ଥରେ ହେଉ ପଛକେ ଏମଏସ ଧୋନିଙ୍କ ସହ ଦେଖା କରି ଫେରନ୍ତୁ । ଏଥର ତାଙ୍କ ମନର ଇଚ୍ଛାଟି ଯେମିତି ହେଲେ ବି ପୁରା ହୋଇଯାଉ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.