ବନ୍ୟାପାଣି ପଶିବା ପରେ ହଠାତ୍‌ ୫ ଫୁଟ୍‌ ଉପରକୁ ଉଠିଗଲା ଜମି, କାରଣ ଜାଣିଲେ ବିଶ୍ୱାସ କରିପାରିବେନି; ଦେଖନ୍ତୁ ଭିଡିଓ

ହରିୟାଣାର କରନାଲାରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଘଟିଛି। ଏଠାରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏକ ଜମିରେ ପାଣି ଜମି ରହିଥିବା ବେଳେ ହଠାତ୍‌ ମାଟି ୫ ଫୁଟ୍‌ ଯାଏଁ ଉପରକୁ ଉଠିଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ହଠାତ୍‌ ମାଟି ଉଠିବା ଯୋଗୁ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ଏକ ବଡ଼ ଜମିର ମାଟି ୫ ଫୁଟ୍‌ ଉପରକୁ ଉଠିଯାଇଛି। ଏଭଳି ହେବା ପଛରେ କି କାରଣ ରହିଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ। ଖବର ପାଇ କୃଷି ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ମଣିଷଙ୍କ ଦ୍ୱାରା ହୋଇଥିବା ଭୁଲ ଯୋଗୁ ଏହି ପ୍ରାକୃତିକ ଘଟଣା ଘଟିଥିବା କୁହାଯାଉଛି।

ଅନ୍ୟପଟେ କୃଷି ଅଧିକାରୀଙ୍କ କହିବାନୁସାରେ, କ୍ଷେତର ମାଲିକ ନଫେ ସିଂହ ଜମିରେ ହୋଇଥିବା ଏକ ଗାତକୁ ଭରିବା ପାଇଁ ଅଗାଡ଼ି ପକାଇ ପୋତିଥିଲେ ଓ ତା’ ଉପରେ ମାଟି ପକାଇ ସମତୁଲ କରିଥିଲେ। କିନ୍ତୁ ବର୍ଷା ଯୋଗୁ ବନ୍ୟା ହେବା ପରେ ଉକ୍ତ ଅଗାଡ଼ିରେ ପାଣି ପଶିଯାଇଥିଲା। ଫଳରେ ତାହା ଫୁଲିଯାଇଥିଲା ଓ ମାଟି ଉପରକୁ ଉଠିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.