ରସୁଣ କିଲୋ ହେଲା ୩ ଟଙ୍କା, ଦୁଃଖ କରିବେ କଣ ଢ଼ୋଲ ପିଟି ନାଚିବାକୁ ଲାଗିଲେ ଚାଷୀ

କୁହାଯାଏ କୃଷକ ଟିଏ ନିଜ ଝାଳନାଳ ବୁହାଇ ଦିନରାତି ଅହରହ ପରିଶ୍ରମ କରି ଜମିରୁ ଫସଲ ଉତ୍ପାଦନ କରିଥାଏ । ସେ ଫସଲ ସତେ ଯେମିତି ତା ପାଇଁ ସୁନା ପାଲଟି ଯାଏ । ଜମିରେ ସୁନା ଫଳିଥିବା ଦେଖି ସବୁକିଛି ଭୁଲିଯାଏ କୃଷକଟି । ସେହିଟି ହିଁ ତ ବେଉସା । ସେହିଟାକୁ ହିଁ ତ ଭରସା କରି ବର୍ଷ ଯାକ ତା ପେଟ ପୋଷେ, ଘର ଚଳାଏ । ଆଉ ଯେବେ ପରିଶ୍ରମର ଫଳ ମିଳେନାହିଁ । ସେ ସମୟରେ ସେ ଯେମିତି ପୂରାପୂରି ଭାବରେ ଭାଙ୍ଗିପଡେ । ଠିକ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଦେଉଛିକି କୃଷକ ଟିଏ ନିଜେ ଉତ୍ପାଦନ କରିଥିବା ରସୁଣକୁ ବିକ୍ରି କରିବା ପରେ ଖୁବ ଜୋରରେ କାନ୍ଦିବାକୁ ଲାଗୁଛି । ଆଉ ନିଜ ଦୁଃଖକୁ ଲୁଚେଇବା ପାଇଁ ଖୁବ ଜୋରଜୋରସେ ଢ଼ୋଲ ପିଟିବାକୁ ଲାଗିଯାଉଛି । ଖାଲି ଢ଼ୋଲ ପିଟୁନାହାନ୍ତି ତାହାର ତାଳେ ତାଳେ ନାଚିବାକୁ ଲାଗିଯାଉଛନ୍ତି ।

 

 

ପ୍ରକୃତରେ ଘଟଣାଟି ଘଟିଛି ଏହିପରି । ମଧ୍ୟପ୍ରଦେଶର ରତଳାମ ଜିଲ୍ଲାର ଯାବରା ମଣ୍ଡିକୁ ଜଣେ ଚାଷୀ ରସୁଣ ବିକ୍ରି କରିବାକୁ ନେଇ ଯାଉଛନ୍ତି । କିନ୍ତୁ ସେଠାରେ ରସୁଣ କିଲୋପ୍ରତି ତାଙ୍କୁ କେବଳ ୩ ଟଙ୍କା ହିଁ ମିଳିଥିଲା । ଫଳରେ କ୍ୱିଣ୍ଟାଲକୁ ମାତ୍ର ୩୦୦ ଟଙ୍କା ହିଁ ଆଦାୟ କରିଥିଲେ ଚାଷୀ ଜଣକ । ଯେବେ ଅନ୍ୟ ଦିନ ମାନଙ୍କରେ ରସୁଣ କ୍ୱିଣ୍ଟାଲ ପିଛା ୮ ରୁ ୧୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ । କିନ୍ତୁ ସେଦିନ କେମିତି କେଜାଣି ଦର ହାଟାତ ଖସି ୩୦୦ ଟଙ୍କାରେ ପହଂଚି ଯାଇଥିଲା । ଆଉ ତତକ୍ଷଣାତ ଏତେ କମ ଦର ଶୁଣି ଚାଷୀ ଜଣଙ୍କର ମୁଣ୍ଡ ବି କାମ କରିନଥିଲା । ପ୍ରଥମେ ପ୍ରଥମେ ତ ନିଜ ଦୁଃଖକୁ ବରଦାସ୍ତ ନକରି ପାରି ଖୁବ କାନ୍ଦିଥିଲେ । କିନ୍ତୁ ପରେ ନିଜକୁ ସମ୍ଭାଳି ପାଖରେ ଯାଉଥିବା ଏକ ଢ଼ୋଲ ଵାଲାକୁ ଡାକି ନିଜେ ବାଜା ବଜେଇ ନାଚିଥିଲେ । ଆଉ ସେସମୟରେ ହିଁ କାନ୍ଦି କାନ୍ଦି ନାଚିବାକୁ ଲାଗିଲେ ।

Leave A Reply

Your email address will not be published.