କୃଷକ ଭଗବାନଙ୍କୁ ପୂଜାକରି ଅନୁକୁଳ ହୁଏ ଅଖିମୁଠି, କଟକ ଜିଲ୍ଲା ମଣିଯୋରୀ ଗାଁର ନିଆରା ପରମ୍ପରା

ଚାଷ ଥିଲେ ଦୁନିଆ ହସେ, ଚାଷ ବିନା ଦୁନିଆ କାନ୍ଦେ । ଚାଷୀ ରହିଲେ ହିଁ ଚାଷ ହେବ । ଆଉ ଆମେ ଖାଇବାକୁ ପାଇବା । ଏଥିପାଇଁ ସବୁବେଳେ ଚାଷୀ ପୂଜ୍ୟ ହେବା ଜରୁରି । ଚାଷୀକୁ ପୂଜା କରିବା ପାଇଁ ନିର୍ମାଣ ହୋଇଛି କୃଷକ ମନ୍ଦିର । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଣିଯୋରୀ ଗାଁରେ ରହିଛି ଏହି ମନ୍ଦିର ।

କେନ୍ୟୁଜ୍‌(ବ୍ୟୁରୋ): କଥାରେ ଅଛି ଚାଷକାମ ଯାହାର କିଆନନ୍ଦ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର । ଅର୍ଥାତ ପେଟକୁ ଦାନା ଯୋଗାଇବାରେ ଯାହାର ମୁଖ୍ୟ ଭୂମିକ ସେ ହେଲା ଚାଷୀ । ଚାଷ ଥିଲେ ଦୁନିଆ ହସେ, ଚାଷ ବିନା ଦୁନିଆ କାନ୍ଦେ । ଅର୍ଥାତ ଚାଷୀ ରହିଲେ ହିଁ ଚାଷ ହେବ । ଆଉ ଆମେ ଖାଇବାକୁ ପାଇବା । ଏଥିପାଇଁ ସବୁବେଳେ ଚାଷୀ ପୂଜ୍ୟ ହେବା ଜରୁରି । ଚାଷୀକୁ ପୂଜା କରିବା ପାଇଁ ନିର୍ମାଣ ହୋଇଛି କୃଷକ ମନ୍ଦିର । ନିତିଦିନ ଏଠି କୃଷକ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଯେମିତି ଅନ୍ୟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ ଠିକ୍‌ ସେହଭଳି ବର୍ଷସାରା ଏହି ମନ୍ଦିରରେ ପୂଜା ପାଇଥାନ୍ତି କୃଷକ ଭଗବାନ । ଚାଷୀଙ୍କୁ ୟାଠୁ ଆଉ ବଡ଼ ସମ୍ମାନ ହୁଏତ ଦିଆଯାଇ ନପାରେ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମଣିଯୋରୀ ଗାଁରେ ରହିଛି ଏହି ମନ୍ଦିର ।

୨୦୦୫ ମସିହାରେ ମଣିଜୋରି ଗାଁର ଯୁବ ସାମାଜିକ କର୍ମୀ ପ୍ରତାପ  ସାହୁ ଏହି ମନ୍ଦିରର ନିର୍ମାଣ କରିଥିଲେ । ସେହି ଦିନଠାରୁ ଏଠାରେ ପୂଜାପାଇ ଆସୁଛନ୍ତି କୃଷକ ଭଗବାନ । ଅକ୍ଷୟ ତୃତୀୟା ଅବସରରେ ଶତାଧିକ ଚାଷୀ ଏକତ୍ରିତ ହୋଇଥାନ୍ତି ଏହି ମନ୍ଦିରରେ । ଭଜନ କୀର୍ତ୍ତନରେ ପୁରି ଉଠିଥାଏ ମନ୍ଦିର ପ୍ରାଙ୍ଗଣ । ଏହାସହ ବଳଦ ସାହାଯ୍ୟରେ ହଳ ପ୍ରତିଯୋଗିତା ହୋଇଥାଏ । ଏବେ ଆଉ ବଳଦ ନଥିବାରୁ ଏହି ପ୍ରତିଯୋଗିତା ହେଉନାହିଁ । ଏହି ଅବସରରେ ଚାଷୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନ ଜଣାଯାଇଥାଏ ।

ପବିତ୍ର ଅକ୍ଷୟ ତୃତୀୟୀ ଅବସରରେ ମନ୍ଦିରରେ ପୂଜାର୍ଚ୍ଚନା ସହ ନାମ ସଂକୀର୍ତ୍ତନ ହୋଇଥିଲା । ଟୋକେଇରେ ଧାନ ଧରି ଖେତକୁ ଯାଇ ଅଖିମୁଠୀ ଅନୁକୁଳ କରାଯାଇଥିଲା । କୃଷକ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଅଖିମୁଠି ବାହାରି ଥିଲା । ଏହାପରେ ଗ୍ରାମ ପରିକ୍ରମା କରାଯାଇଥିଲା । ଏହି ସମୟରେ ଜୟ କିସାନ ସଂକୀର୍ତ୍ତନ ଗାନ କରିଥିଲେ କୀର୍ତ୍ତନ୍ୟ କଳାକାର । ଏହି କାର୍ଯ୍ୟକ୍ରମରେ ଚାଷୀ, ସାମାଜିକ କର୍ମୀ, କବି ଯୋଗ ଦେଇଥିଲେ । ବାସ୍ତବରେ ଇଏ ଏକ ନିଆରା ମନ୍ଦିର । ଏହା ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଅତିଥି ମତବ୍ୟକ୍ତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.