ଭାରତୀୟ ଖାଦ୍ୟ କମାଇଥାଏ ଆନୁବଂଶିକ ରୋଗର ଆଶଙ୍କା

ସାଧାରଣ ଭାବେ ଭାରତୀୟ ଖାଦ୍ୟର ଏକ ବିଶେଷ ମହତ୍ତ୍ୱ ଥାଏ । ଏଠାକାର ଲୋକମାନେ ଭୋଜନକୁ ଅନ୍ନ ଦେବତା ଭାବେ ମାନିଥାନ୍ତି ।  ଏହି ପ୍ରଥା ଯୁଗ ଯୁଗ ଧରି ଚାଲି ଆସୁଥିଲେ ମଧ୍ୟ ବୈଜ୍ଞାନିକ ମାନେ ଏ ସମ୍ବନ୍ଧରେ ବୈଜ୍ଞାନିକ ମାନେ ଏହା ପଛର ବୈଜ୍ଞାନିକ କାରଣ ଟିକୁ ଖୋଜି ବାହାର କରିଛନ୍ତି ।  ସେମାନଙ୍କ ଅନୁଯାୟୀ ଭାରତୀୟ ଖାଦ୍ୟରେ ଏମିତି କିଛି ଗୁଣ ଅଛି ଯାହାକି ବହୁ ବଡ ବଡ ରୋଗକୁ ମଧ୍ୟ ସାମ୍ନା କରିପାରିବ ।  ଏହି ପରୀକ୍ଷା ଦ୍ୱାରା ବିଦେଶୀ ଖାଦ୍ୟ ଗୁଡିକ ଶରୀର ଉପରେ କିପରି କୁପ୍ରଭାବ ପକାଇଥାଏ ସେ ସମ୍ବନ୍ଧରେ ମଧ୍ୟ ଜଣା ପଡିଛି । ଜର୍ମାନର ଲ୍ୟୁମ୍ବକ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ପରୀକ୍ଷଣରୁ ଜଣା ଯାଇଛି ଯେ, ଭାରତୀୟ ମାନଙ୍କ ଦୈନନ୍ଦିନ ଖାଦ୍ୟ ଭାତ ଓ ଡାଲିରେ ମଧ୍ୟ ବହୁ ରୋଗ ପ୍ରତିରୋଧକ ଗୁଣ ମହଜୁଦ ଅଛି ।  ଖାଲି ଏତିକି ନୁହେଁ ଏଥିରେ ଥିବା ବିଶେଷ ଗୁଣ ଗୁଡିକ ବିଭିନ୍ନ ପ୍ରକାର ମାରାତ୍ମକ ବଂଶଗତ ରୋଗ ଗୁଡିକୁ ମଧ୍ୟ କିଛି ମାତ୍ରାରେ ଭଲ କରିପାରେ ।  ବିଭିନ୍ନ ପ୍ରକାର ଗମ୍ଭୀର ରୋଗ ଗୁଡିକ ଉପରେ ଭାରତୀୟ ଖାଦ୍ୟ ଗୁଡିକ କିପରି ଭାବେ ପ୍ରଭାବ ପକାଇଥାଏ ସେ ସମ୍ପର୍କିତ ପରୀକ୍ଷଣ ବିଶ୍ୱ ସ୍ତରରେ ହୁଏତ ପ୍ରଥମ ଥର ପାଇଁ ହୋଇଛି ।

ଗମ୍ଭୀର ରୋଗ ପାଇଁ ଡ଼ିଏନଏ ହିଁ ଖାଲି ଦାୟୀ ନୁହେଁ:

ବୈଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଥିବା ଏହି ପରୀକ୍ଷଣ ଅନୁଯାୟୀ ଗମ୍ଭୀର ରୋଗ ଗୁଡିକ ପାଇଁ ଡିଏନଏ କେବଳ ଦାୟୀ ନୁହେଁ ।  ଆମ ମାନଙ୍କ ଭୋଜନ ଶୈଳୀ ମଧ୍ୟ ଏହା ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଶରୀରରେ ରୋଗର ମାତ୍ରାକୁ ବଢ଼ା ଯାଇପାରିବ ଓ କମା ଯାଇପାରିବ ମଧ୍ୟ । ଜର୍ମାନୀର ଲ୍ୟୁମ୍ବକ ବିଶ୍ୱବିଦ୍ୟାଳୟର ତିନି ଜଣ ବୈଜ୍ଞାନିକ ମାନଙ୍କ ଦ୍ୱାରା କରାଯାଇଥିବା ଏହି ପରୀକ୍ଷଣ ସମ୍ବନ୍ଧରେ ‘ନେଚର ସାଇନ୍ସ’ ନାମକ ଏକ ପତ୍ରିକାରେ ପ୍ରଥମେ ପ୍ରକାଶିତ ହୋଇଥିଲା ।

ଗମ୍ଭୀର ରୋଗ ସହ ଲଢ଼ିଥାଏ ଭାରତୀୟ ଭୋଜନ:

ଭାରତୀୟ ଖାଦ୍ୟ ଓ ପଶ୍ଚିମ ଖାଦ୍ୟ ଗୁଡିକ ଉପରେ କରାଯାଇଥିବା ଏହି ଅଧ୍ୟୟନ ପ୍ରାୟ ୨ ବର୍ଷ ଧରି ଚାଲିଥିଲା ।  ଏହି ପରୀକ୍ଷଣରୁ ଜଣା ଯାଇଥିଲା କି ଫାଷ୍ଟ ଫୂଡ଼ର ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ବିଭିନ୍ନ ଅନୁବଂଶିକ ରୋଗ ଗୁଡିକୁ ବଢ଼ାଇଥାଏ ।  ଅନ୍ୟ ପକ୍ଷରେ ଭାରତୀୟ ଭୋଜନରେ କ୍ୟାଲୋରୀର ପରିମାଣ ଖୁବ କମ ରହିଥାଏ ।  ତେଣୁ କରି ଏହା ବିଭିନ୍ନ ରୋଗ ମାନଙ୍କ ସହ ଭଲ ଭାବେ ଲଢ଼ି ପାରିଥାଏ ।  କିନ୍ତୁ ପୂର୍ବରୁ ଅନୁବଂଶିକ ରୋଗ ପାଇଁ ଡିଏନଏକୁ ହିଁ ଦାୟୀ କରାଯାଉଥିଲା, ଯାହାକି ବଂଶାନୁକ୍ରମେ ମାତା ପିତାଙ୍କ ଠାରୁ ହିଁ ମିଳୁଥିଲା ।  କିନ୍ତୁ ବୈଜ୍ଞାନିକ ମାନେ ପୂର୍ବରୁ ପ୍ରଚଳିତ ଏହି ଧାରଣାକୁ କିଛି ମାତ୍ରାରେ ଭୁଲ ପ୍ରମାଣିତ କରିଛନ୍ତି ।  ସେମାନେ ଏଥିପାଇଁ ବର୍ତ୍ତମାନର ପ୍ରଚଳିତ ଭୋଜନ ପ୍ରଣାଳୀକୁ ବିଶେଷ ଭାବେ ଦାୟୀ କରିଛନ୍ତି ।  ବର୍ତ୍ତମାନର ଯୁବ ପିଢ଼ି ଘରୋଇ ଭୋଜନକୁ ଛାଡି ବାହାରେ ମିଳୁଥିବା ବିଭିନ୍ନ ଫାଷ୍ଟ ଫୁଡ ଜାତୀୟ ଖାଦ୍ୟକୁ ବେଶୀ ପସନ୍ଦ କରୁଛନ୍ତି ।  ତେଣୁ କରି ବିଭିନ୍ନ ମାରାତ୍ମକ ରୋଗୀଙ୍କ ସଂଖ୍ୟା ବଢୁଛି ସିନା ମାତ୍ର କମୁନାହିଁ ।

ତେଣୁ କରି ବୈଜ୍ଞନିକମାନେ ଭାରତୀୟ ଖାଦ୍ୟ ଯେପରିକି ଭାତ,ଡାଲି,ରୁଟି,ପନିପରିବା ତରକାରୀ ପରି ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଇଛନ୍ତି | ସେମାନଙ୍କ ଅନୁସାରେ ଏହି ଖାଦ୍ୟ ଗୁଡିକ ତନ୍ତୁ ଜାତୀୟ | ଯାହାକି ଶୀଘ୍ର ହଜମ ହୋଇଥାଏ | ଏହା ସହ ଶରୀରକୁ ଆବଶ୍ୟକ ପରିମାଣର ପୋଷାକ ତତ୍ତ୍ୱ ଯୋଗାଇଥାଏ | କିନ୍ତୁ ବିଦେଶୀ ଖାଦ୍ୟ ଗୁଡିକରେ ଅଧିକ ତେଲର ବ୍ୟବହାର ହୋଇଥାଏ | ଯାହା କି ଶରୀରରେ ଫାଟର ମାତ୍ରା ବଢ଼ିଥାଏ | ଏହା ଦ୍ୱାରା ବ୍ୟକ୍ତି ମୋଟା ହୋଇଥାଏ ସିନା ସେଥିରେ ଆବଶ୍ୟକ ଅନୁଯାୟୀ ପୋଷାକ ତତ୍ତ୍ୱ ନଥାଏ |

 

ଦୁଇ ବର୍ଷ ଧରି ମୂଷା ମାନଙ୍କ ଉପରେ ହେଲା ପରୀକ୍ଷଣ:

ପ୍ରାୟ ଦୁଇ ବର୍ଷ ଧରି ବୈଜ୍ଞାନିକ ମାନେ ଏକ ବିଶେଷ ଧରଣର ମୂଷା ମାନଙ୍କ ଉପରେ ପରୀକ୍ଷଣ କରିଥିଲେ । ଏହି ମୂଷା ମାନେ ଲ୍ୟୁପ୍ସ ନାମକ ଏକ ବିଶେଷ ରୋଗରେ ପୀଡିତ ଥିଲେ ।  ଲ୍ୟୁପ୍ସ ରୋଗର ସିଧା ସମ୍ବନ୍ଧ ଡିଏନଏ ସହ ଥାଏ ।  ଏହି ରୋଗରେ ପୀଡିତ ରୋଗୀ ନିଜର ପ୍ରତିରୋଧକ କ୍ଷମତା ହରାଇ ବସିଥାଏ । ଫଳରେ ଶରୀରର ଗୁରୁତ୍ୱପୂର୍ଣ ଅଙ୍ଗ ଯେମିତି କିଡ଼ନୀ,ଫୁସଫୁସ,ହୃଦ ଯନ୍ତ୍ର, ମସ୍ତିସ୍କ, ରକ୍ତ ଉପରେ ପଡିଥାଏ ।  ତାହା ସହ ସହ ଶରୀରର ବିଭିନ୍ନ ଭାଗ କାମ କରିବା ମଧ୍ୟ ବନ୍ଦ ହୋଇଯାଇଥାଏ । ପ୍ରଥମେ ପରୀକ୍ଷଣ ପାଇଁ ନିଆଯାଇଥିବା ମୂଷା ମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ।  ଗୋଟିଏ ଭାଗକୁ ଅଧିକ ଶୁକ୍ରଜ ଥିବା ବିଦେଶୀ ଖାଦ୍ୟ ଦିଆଯାଇଥିବା ବେଳେ ଅନ୍ୟ ଭାଗଟିକୁ ସାଧାରଣ ଭାରତୀୟ ଖାଦ୍ୟ ଦିଆଯାଇଥିଲା ।  ଶେଷରେ ବିଦେଶୀ ଖାଦ୍ୟ ଖାଉଥିବା ମୂଷା ମାନେ ଅଧିକ ମାତ୍ରାରେ ଲ୍ୟୁପ୍ସ ନାମକ ରୋଗ ଦ୍ୱାରା ପୀଡିତ ହେଲେ ।  ଅନ୍ୟ ପକ୍ଷରେ ଭାରତୀୟ ଖାଦ୍ୟ ଖାଉଥିବା ମୂଷା ମାନେ ଏହି ରୋଗରୁ ରକ୍ଷା ପାଇଯାଇଥିଲେ।

ଏହା ସହ ପଢନ୍ତୁ:

ଟଙ୍କା ଦେଇ ଆମେ କିଣୁଛେ ବିଷ, ସୁସ୍ଥ ରହିବା ଚକ୍କରରେ କରୁଛେ ଅନେକ ରୋଗକୁ ଆମନ୍ତ୍ରଣ

ତେଣୁ ଶେଷରେ ବୈଜ୍ଞାନିକ ମାନେ ଏହି ଫଳାଫଳରେ ରେ ପହଂଚିଥିଲେ ଯେ ବିଦେଶୀ ଖାଦ୍ୟ ପିଜ୍ଜା,ବର୍ଗର ବିଭିନ୍ନ ପ୍ରକାର ଅନୁବଂଶିକ ରୋଗ ମାନଙ୍କୁ ବଢାଉଥିବା ବେଳେ ଭାରତୀୟ ଖାଦ୍ୟ କମାଇ ଦେଇଥାଏ । ଭାରତୀୟ ଖାଦ୍ୟରେ ବ୍ୟବହୃତ ହଳଦୀର ମଧ୍ୟ ବିଶେଷ ଭାବେ ରୋଗ ପ୍ରତିରୋଧି କ୍ଷମତା ଥାଏ ।  ତେଣୁ କରି ବିଦେଶୀ ଖାଦ୍ୟକୁ ବର୍ଜନ କରି ଭାରତୀୟ ଖାଦ୍ୟକୁ ଆପଣ କରିବା ପ୍ରକୃତ ବୁଦ୍ଧିମତାର ବିଷୟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.