ହସ୍ତରେଖା ଶାସ୍ତ୍ର : ଚନ୍ଦ୍ର ପର୍ବତରୁ ବାହାରିଥିବା ଏହି ରେଖା ଥିଲେ , ବିବାହ ପରେ ବ୍ୟକ୍ତି ହୋଇଥାଏ ଧନବାନ

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ ।  ହସ୍ତ ରେଖା ଶାସ୍ତ୍ର ଅନୁସାରେ ହାତରେ ଚନ୍ଦ୍ର ପର୍ବତର ଖାସ ସ୍ଥାନ ହୋଇଥାଏ । ଆସନ୍ତୁ ଜାଣିବା ଏଥି ସହ ଜଡିତ ବିଶେଷ କଥା ।

ହସ୍ତ ରେଖା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ହାତରେ ଭାଗ୍ୟ ରେଖା ଚନ୍ଦ୍ର ପର୍ବତରୁ ବାହାରିଥାଏ, ତେବେ ଏହି ବ୍ୟକ୍ତିଙ୍କ ଜୀବନର ଆରମ୍ଭରେ ବହୁତ କଷ୍ଟ ଦେଖା ଦେଇଥାଏ । ହେଲେ ଚନ୍ଦ୍ର ପର୍ବତରୁ ବାହାରି ଶନି ପର୍ବତ ଯାଏ ଯାଇଥିବା ଭାଗ୍ୟ ରେଖା ଯେଉଁ ଲୋକଙ୍କ ହାତରେ ରହିଥାଏ,ତାଙ୍କର ବିବାହ ପରେ ଭାଗ୍ୟ ଜବରଦସ୍ତ ସାଥ ଦେଇଥାଏ ଓ ବହୁତ ଉନ୍ନତି ହୋଇଥାଏ ।

ଏହାଛଡା ଯଦି ହାତରେ ଭାଗ୍ୟ ରେଖା ମଣିବନ୍ଧ ଠାରୁ ବାହାରି ଶନି ପର୍ବତ ଯାଏ ଯାଇଥାଏ, ତେବେ ଏହି ଲୋକଙ୍କର ଭାଗ୍ୟ ବିବାହ ପରେ ମା’ ଲକ୍ଷ୍ମୀଙ୍କ ବହୁତ କୃପା ମିଳିଥାଏ । ଏମାନଙ୍କୁ ନିଜ କାର୍ଯ୍ୟରେ ସଫଳତା ମିଳିବା ଆରମ୍ଭ ହୋଇଥାଏ ।

 

You might also like