ଦ୍ବିତୀୟ ବିବାହକୁ ବିରୋଧ କରିବାରୁ ବାପା ଓ ଜେଜେ ମାଆ ମିଶି ମାରି ଦେଲେ

ନୟାଗଡ଼ : ଧାନଚାଙ୍ଗଡ଼ା ଗାଁର ଘଟଣା । ଭୁବନେଶ୍ୱରରୁ ପ୍ରସ୍ତାବ ଆସିଥିଲା ବାହାଘର ପାଇଁ । ଦ୍ୱିତୀୟ ବିବାହକୁ ବଡ଼ପୁଅ ଆକାଶ ବିରୋଧ କରୁଥିଲା। ସେହି ରାତିରେ ବାପା ପ୍ରକାଶ ଓ ଜେଜେମାଆ ସୌରୀ ଦୁଇ ପିଲାଙ୍କୁ ହତ୍ୟା ପାଇଁ ଯୋଜନା କଲେ । ନିଜ ଘର ଆଜବେଷ୍ଟସ ଲୁହା ଆଙ୍ଗଲରେ ପିଲା ଦୁଇଟାଙ୍କୁ ମାରି ଟାଙ୍ଗି ଦେଇଥିଲେ। ମା’ପୁଅ ମିଶି ୨ ନାବାଳକ ପୁଅକୁ ହତ୍ୟା କରି ଜୀବନ ହାରିଥିବା ରୂପ ଦେଇଥିଲେ । ହେଲେ ତାଙ୍କର ଏହି ପାପ ଲୁଚି ରହି ପାରି ନଥିଲା।
ନୟାଗଡ଼ ଜ଼ିଲ୍ଲା ଧାନଚାଙ୍ଗଡ଼ା ଗାଁର ପ୍ରକାଶ ମହାନ୍ତି ଭୁବନେଶ୍ୱରରେ ଏକ ଦୋକାନ କରି ଚଳୁଥିଲେ। ୧୬ ବର୍ଷ ପୂର୍ବରୁ ବୈଦିକ ରୀତିରେ ଖଣ୍ଡପଡା ଥାନା କୁଞ୍ଜବେଲି ଗାଁ’ର କୁମା ମହାନ୍ତିକୁ ବିବାହ କରିଥିଲେ। ୨ ବର୍ଷ ତଳେ ସ୍ତ୍ରୀ କୁମ ମହାନ୍ତି ପାରିବାରିକ ଅଶାନ୍ତି କାରଣରୁ ମରିଥିଲେ ବୋଲି କୁହାଯାଇଛି । ତାଙ୍କର ୨ ପୁଅ ଆକାଶ ଓ ବିକାଶ ମାମୁଁ ଘରେ ରହି ପାଠ ପଢୁ ଥିଲେ । ହେଲେ ୬ ମାସ ତଳେ ବାପା ପ୍ରକାଶ ନିଜ ଭଣଜା ସହ ଯାଇ ପୁଅକୁ ନେଇ ଆସିଥିଲେ ଘରକୁ । ତାଙ୍କର ୨ ପୁଅ ଆକାଶ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ବିକାଶ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲା।
ଚଳିତ ମାସ ୯ ତାରିଖ ରାତିରେ ପ୍ରକାଶ ମହାନ୍ତିଙ୍କ ୨ ପୁଅ ଆକାଶ ଓ ବିକାଶ ଘରେ ଶୋଇଥିଲେ । ବାପା ପ୍ରକାଶ ଓ ଜେଜେମା ସୌରୀ ୨ ପିଲାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଆଉ କହି ବୁଲିଲେ କି ଦୁଇ ପୁଅ ଜୀବନ ହାରିଛନ୍ତି ବୋଲି । ଏକଥାକୁ ମାମୁଁ ଘର ଲୋକେ ଗ୍ରହଣ କରି ପାରିଲେ ନାହିଁ । ଫତେଗଡ଼ ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ମାମୁଁ। ନୟାଗଡ ଏସପିଙ୍କ ତତ୍ତ୍ବାବଧାନରେ ତଦନ୍ତ କରି ଅଭିଯୁକ୍ତ ପ୍ରକାଶ ଓ ଜେଜେମା ସୌରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ରାଜ୍ୟ ସରକାର ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ମଙ୍ଗଳବାର ଦିନ ବାପା ଓ ଜେଜେମାକୁ ରିମାଣ୍ଡରେ ଆଣିଥିଲା । ବୁଧବାର ସକାଳୁ ସେମାନଙ୍କୁ ନେଇ ଧାନଚାଙ୍ଗଡ଼ା ଗାଁରେ ସିନ ରିକ୍ରିଏସନ କରିଛି । ଏହି ସମୟରେ ସେମାନେ ଦେଖାଇ ଥିଲେ କେମିତି ନିର୍ଦ୍ଦୟ ଭାବେ ଦୁଇ କୁନି ପିଲାଙ୍କର ଜୀବନ ନେଇଥିଲେ ।
ସତରେ ଟଙ୍କା ଲୋଭ ମଣିଷକୁ କେତେ ତଳକୁ ଖସାଇ ଦିଏ ତାହା ଏହି ଘଟଣାରୁ ସ୍ପଷ୍ଟ। ପୂର୍ବରୁ ପିଲାଙ୍କୁ ନିର୍ଯାତନା ମଧ୍ୟ ଦେଇ ଆସୁଥିବା ଅଭିଯୋଗ ରହିଛି । ଗାଁ ଲୋକେ କହିଛନ୍ତି ପିଲା ଦୁଇଟି ବହୁତ ଭଲ । ଏଭଳି ବାପ କାହାକୁ ନମିଳୁ । ସେ ବାପ ଓ ମା ଏ ଗାଁ ମୁହଁ ନ ଚାହିଁବା ଦରକାର । ତାଙ୍କୁ ଏ ଗାଁକୁ ଆଣନି …. ସତରେ ଏଭଳି କାଣ୍ଡ କରିଥିବା ବାପ ଓ ଜେଜେ ମାଆ ପାଇଁ ମନରେ ସେମାନଙ୍କର କେତେ ଘୃଣା । ଏମାନଙ୍କୁ ମଣିଷ କହିବା ଭୁଲ ହେବ ।
Also read:ପୋଲିସକୁ ମାଡ଼ ମାରିବା ମହଙ୍ଗା ପଡ଼ିଲା, ଜଣକୁ ବାନ୍ଧିବା ପରେ ପୁରୁଷ ଶୂନ୍ୟ ହୋଇଯାଇଛି ପୂରା ଗାଁ