୧୦୦୦ କେଜି ମାଛ, ୨୫୦ କେଜି ଚିଙ୍ଗୁଡ଼ି, ୨୫୦ କେଜି ମିଠା, ୫୦ କେଜି ଚିକେନ୍‌, ୧୦ ଛେଳି… ମହିଳାଙ୍କୁ ମିଳିଲା ଏତେ ଉପହାର

ଆଷାଢ଼ ମାସକୁ ତେଲୁଗୁ ପରମ୍ପରାରେ ଏକ ପବିତ୍ର ମାସ ବୋଲି କୁହାଯାଏ। ତେଲୁଗୁ ପରମ୍ପରା ମୁତାବକ, ନବବିବାହିତା ଝିଅକୁ ଏ ଅବସରରେ ବାପ ଘର ତରଫରୁ ଉପହାର ମିଳେ। ବାପ ଘର ଲୋକେ ନିଜ ସାମର୍ଥ୍ୟ ଅନୁସାରେ ଝିଅକୁ ଲୁଗାପଟା, ମିଠା ଓ ଅନ୍ୟ ଜିନିଷ ଦେଇଥାନ୍ତି। ଆନ୍ଧ୍ର ପ୍ରଦେଶରେ ନବବିବାହିତ ଝିଅକୁ ତା’ ବାପା ଯେଉଁ ଉପହାର ଦେଇଛନ୍ତି ଏବେ ତାହା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜମୁନ୍ଦରୀର ଜଣେ ବଡ଼ ବ୍ୟବସାୟୀ ନିଜ ଝିଅ ଘରକୁ ୧୦୦୦ କେଜି ମାଛ, ୧୦୦୦ କେଜି ପରିବା, ୨୫୦ କେଜି ଚିଙ୍ଗୁଡ଼ି, ୨୫୦ କେଜି ସଉଦା, ୨୫୦ ଜାର ଆଚାର, ୨୫୦ କେଜି ମିଠା, ୫୦ କେଜି ଚିକେନ୍‌, ୧୦ ଛେଳି ପଠାଇଛନ୍ତି। ତାଙ୍କ ଝିଅର ବିବାହ ପୁଡ଼ୁଚେରୀର ୟମନ୍‌ରେ ହୋଇଛି। ସେଠାକାର ପ୍ରମୁଖ ବ୍ୟବସାୟୀଙ୍କ ପୁଅ ପବନ୍‌ କୁମାର ନିକଟରେ ରାଜମୁନ୍ଦରୀର ବତୁଲା ବଳରାମ କୃଷ୍ଣଙ୍କ ଝିଅ ପ୍ରତ୍ୟୁଷାକୁ ବିବାହ କରିଛନ୍ତି। ଭାରରେ ସେ ଝିଅକୁ ଏସବୁ ଦ୍ରବ୍ୟ ଦେଇଛନ୍ତି।

gift2
Image Credit: aaj tak

ପ୍ରତ୍ୟୁଷାଙ୍କ ଶାଶୁ ଘରେ ଏସବୁ ଜିନିଷ ପହଞ୍ଚିବା ପରେ ସେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସହରରେ ଏହା ସବୁଠୁ ଚର୍ଚ୍ଚର ବିଷୟ ସାଜିଥିଲା ଯେ ବଳରାମ କୃଷ୍ଣ ନିଜ ଝିଅକୁ ୧୦୦୦ କେଜି ମାଛ, ୧୦୦୦ କେଜି ପରିବା, ୨୫୦ କେଜି ଚିଙ୍ଗୁଡ଼ି, ୨୫୦ କେଜି ସଉଦା, ୨୫୦ ଜାର ଆଚାର, ୨୫୦ କେଜି ମିଠା, ୫୦ କେଜି ଚିକେନ୍‌, ୧୦ ଛେଳି ଦେଇଛନ୍ତି। ତେବେ ଏତେ ପରିମାଣର ଖାଦ୍ୟ ଜିନିଷ ଆସିବା ପରେ ଏବେ ପ୍ରତ୍ୟୁଷାଙ୍କ ଶାଶୁ ଘରେ ଭୋଜି ପାଇଁ ପ୍ଲାନିଂ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.