ବାପା ହୋଇ ବିଧବା ବୋହୂର କନ୍ୟାଦାନ କଲେ ଶଶୁର, ମା’ ହୋଇ ସମ୍ପୂର୍ଣ୍ଣ ରୀତିନୀତି କଲେ ଶାଶୁ : ସମାଜର ଋଢିବାଦକୁ ଭାଙ୍ଗିଥିବା ଏହି ପରିବାରକୁ ସଲାମ୍

ଆପଣ ମାନେ ବାଲିକା ବଧୂ ଧାରାବାହିକ ନିଶ୍ଚୟ ଦେଖିଥିବେ । ସେଥିରେ ବାପା ମାଙ୍କ ପରି ବୋହୂ ଆନ୍ଦନ୍ଦୀଙ୍କର ବିବାହ କରିଥିଲେ ଶାଶୁ ଶଶୁର । ଏବେ ରିୟଲରେ ଦେଖିବାକୁ ମିଳିଛି ରିଲର ଏହି କାହାଣୀ ।

marriageବିଧବା ବୋହୂ ପାଇଁ ପୁଅ ଖୋଜିଲେ ଶାଶୁ ଶଶୁର । ଝିଅ ପରି ଧୂମଧାମରେ କଲେ ବିବାହ । ବାପା ହୋଇ ନିଜ ହାତରେ କନ୍ୟା ଦାନ କଲେ ଶଶୁର । ମା’ ହୋଇ ଅନ୍ୟ ରୀତିନୀତି କଲେ ଶାଶୁ । ଝିଅକୁ ପରି ବୋହୂକୁ ନୂଆ ଶାଶୁ ଘରକୁ ବିଦା କରି ଉଦାହରଣ ସୃଷ୍ଟି କରିଛନ୍ତି ଶାଶୁ ଶଶୁର ।

ଘଟଣାଟି ଡେରାଡୁନର । ସ୍ଥାନୀୟ ବାସିନ୍ଦା ବିଜୟ ଚନ୍ଦ ୨୦୧୪ରେ ପୁଅ ସନ୍ଦୀପଙ୍କ ବିବାହ କବିତାଙ୍କ ସହ କରାଇଥିଲେ । ହସ ଖୁସିରେ ଚାଲିଥିଲା ସବୁକିଛି । କିନ୍ତୁ ୨୦୧୫ରେ ଏହି ହସ ଖୁସିର ସଂସାରରେ ଯେମିତି ଲାଗିଗଲା କାହା ନଜର । ହରିଦ୍ବାରରେ ଏକ ଦୁର୍ଘଟଣାରେ ଜୀବନ ହରାଇଥିଲେ ସନ୍ଦୀପ । ଏହା ପରେ କବିତାଙ୍କ ସାହସ ଦେଇଥିଲେ ତାଙ୍କ ଶାଶୁ ଶଶୁର । ଦିନେ ବାପ ଘରକୁ ଚାଲିଯିବା ପାଇଁ ଚାହିଁଥିବା କବିତା ଶାଶୁ ଶଶୁରଙ୍କ ପ୍ରତି ଅନ୍ୟାୟ ହେବ ଭାବି ନିଜକୁ ଅଟକାଇ ଦେଇଥିଲେ ।

daughter in lawଏହା ପରେ ବୋହୂକୁ ନିଜ ଝିଅ ଭାବୁଥିବା ବିଜୟ ଏବଂ ପତ୍ନୀ କମଳା ଦ୍ବିତୀୟ ବିବାହ ପାଇଁ କବିତାଙ୍କ ପାଇଁ ପୁଅ ଦେଖିବା ଆରମ୍ଭ କରିଥିଲେ । ଏହା ପରେ ଋଷିକେଶର ତେଜପାଲଙ୍କ ନିକଟରେ ଶେଷ ହୋଇଥିଲା ବୋହୂ ପାଇଁ ପୁଅ ଦେଖା । ବିଜୟ ଏବଂ କମଳା ନିଜ ଝିଅ ପରି ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରି ଲୁହ ଭିଜା ଆଖିରେ ବିଦା କରିଥିଲେ କବିତାଙ୍କୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.