ସମ୍ପର୍କରେ ଲାଗିଲା ରକ୍ତର ଛିଟା, ସାମନ୍ୟ କଥାରୁ ବାପାକୁ ଜୀବନରୁ ଶେଷ କରିଦେଲା ପୁଅ

ବାପା ମାଆଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । କିନ୍ତୁ ଆଜିକାଲିର କିଛି ଯୁବପିଢି ନିଜ ବାପା ମାଆଙ୍କୁ ଭଗବାନ ରୂପରେ ପୂଜା କରିବା ତ ଦୁରର କଥା ବରଂ ତାଙ୍କୁ ଜୀବନରୁ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ନିଜର ଆବଶ୍ୟକତା ଓ ଧନ ଲୋଭ ଏବଂ କ୍ରୋଧ ସେମାନଙ୍କୁ ଅନ୍ଧ କରି ସାରିଲାଣି । ଯାହାଫଳରେ ନିଜ ଲୋକଙ୍କ ଭଲ ପାଇବା ସ୍ନେହ ମମତାକୁ ଭୁଲି ତାଙ୍କ ସହ ଏମିତି କାଣ୍ଡ କରିବସୁଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁଶପୁର ଗାଁରେ ।

ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଜନ୍ମ କରିବା ବାପା (ଗୋପାଳ କୁଷ୍ଣ ସାହୁ)ର ଗଲା ମୁଣ୍ଡ । ସାମାନ୍ୟ ବଚସା ପାରିବାରିକ କଳହର ପରିଣତିରେ ବାପାର ଯାଇଛି ଜୀବନ । ପରିବାର କହିଲେ ଗୋପାଳଙ୍କ ଦୁଇ ଝିଅ ଓ ଦୁଇ ପୁଅ। ଦୁଇ ପୁଅ ପରିବା ବ୍ୟବସାୟୀ ଥିବା ବେଳେ ବାପା ସୁରତରେ ଦାଦନ ପାଇଁ ଯାଇଥାନ୍ତି । ସାନ ଝିଅର କିଛି ଦିନ ତଳେ ବିବାହ ହୋଇଥିବାରୁ ବାପା ଗୋପାଳ କୃଷ୍ଣ ଆସିଥିଲେ ଗାଁ କୁ। ହେଲେ ଗାଁ କୁ ଆସି ପୁଅ ହାତରେ ଜୀବନ ଗଲା ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଦିନ ହେବ ଦୁଇ ପୁଅ ଓ ବାପାଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ସୋମବାର ଦିନ ଦୁଇ ପ୍ରହରରେ କଳହ ସମୟରେ ଏକ ରଡ଼ ପାଇପ ଯୋଗେ ବାପା ଙ୍କୁ ଆକ୍ରମଣ କରିଥିଲା ପୁଅ । ଯାହାଫଳରେ ସେଠାରେ ହିଁ ଜନ୍ମ କଲା ବାପାର ମୃତ୍ୟୁ ଘଟି ଥିଲା। ଏହି ଘଟଣା ପରେ ପୁରା ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘରୁ ପୁଅକୁ ଉଠାଇ ନେଇଥିଲେ । ସେପଟେ ପୁଅ ବାପା ନାଁରେ ଅଭିଯୋଗ ଆଣିଛନ୍ତି ମାକୁ ବାପା ଲୁହ ରଡରେ ପିଟୁ ଥିଲା ତାକୁ ବଞ୍ଚାଇବାକୁ ଯାଇ ମୁଁ ବାପାଙ୍କୁ ବାଡ଼େଇ ଥିଲି । ତେବେ ବାପାଙ୍କର ଜୀବନ ଚାଲିଯିବ ଏକଥା ଜାଣିନଥିଲି ବୋଲି କହିଛନ୍ତି।

ସତରେ ଆଜିକାଲି ସମ୍ପର୍କର ମାନେ ହିଁ କିଛି ନୁହେଁ । ନିଜ ସ୍ବାର୍ଥ ଏବଂ ରାଗ ପାଇଁ ଏତେ ତଳକୁ ଖସି ଯାଉଛନ୍ତି ନିଜ ଲୋକ । ଅନେକ ଅପରାଧ ନିଜ ଘର ଭିତରେ ହିଁ ଘଟୁଛି । କେଉଁଠି ବାପା ମାଆକୁ ମାରିଲାଣି ତ , ପୁଅ ବାପାକୁ ମାରିଲାଣି । ବାହାର ଲୋକ ତ ଦୁରର କଥା ଏଠି ନିଜର ଲୋକଙ୍କୁ ବି ବିଶ୍ୱାସ କରିବା ଭାରି କଷ୍ଟ ହେଲାଣି ।… ତଥାପି ଘଟଣା ପଛର ବାସ୍ତବତା କଅଣ ତାହା ପୋଲିସ୍ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Also Read:ସ୍ୱାମୀଙ୍କୁ ଖୋଜୁଛନ୍ତି ଗର୍ଭବତୀ ପତ୍ନୀ, BSF ଯବାନଙ୍କୁ କେବେ ଛାଡ଼ିବ ପାକିସ୍ତାନ?