ସଡ଼କ ଦୁର୍ଘଟଣାରେ ହରାଇଥିଲେ ୧୬ ବର୍ଷର ପୁଅକୁ, କିନ୍ତୁ ହଠାତ୍ ଟେଡିବିୟର ଭିତରୁ ପୁଅର ହାର୍ଟବିଟ୍ ଶୁଣି ହୋଇଗଲେ ଆଶ୍ଚର୍ଯ୍ଯ

ପିଲା ପାଇଁ ବାପା ମା’ ସବୁବେଳେ ଛାଇ ଭଳି ରହିଥାନ୍ତି। ନିଜ ପିଲାଙ୍କୁ କେବେ ବି ହରାଇବାକୁ ଚାହାନ୍ତି ନାହିଁ। କିନ୍ତୁ ଆମେରିକାରେ ଡେକୋଟାରେ ରହୁଥିବା ଜନ ରେଡ ଗତ ବର୍ଷ କାର ଦୁର୍ଘଟଣାରେ ୧୬ ବର୍ଷୀୟ ପୁଅକୁ ହରାଇଥିଲେ। ନିଜ ସନ୍ତାନକୁ ହରାଇବାର ଦୁଃଖ ବାପା ମା’ଙ୍କୁ ବହୁତ କଷ୍ଟ ଦେଇଥାଏ। ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଦେଖି ଆପଣ ମଧ୍ୟ ନିଜ କୋହକୁ ସମ୍ଭାଳିପାରିବେନି ନାହିଁ।

ଏହି ଭିଡିଓକୁ ଟ୍ବିଟର ସେୟାର କରି @RexChapman ଲେଖିଛନ୍ତି, ଏହି ବ୍ଯକ୍ତି ଜଣକ ଗତବର୍ଷ ଏକ କାର ଦୁର୍ଘଟଣାରେ ୧୬ ବର୍ଷୀୟ ପୁଅକୁ ହରାଇଥିଲେ। ଏହା ପରେ ନିଜ ପିଲାର ସମସ୍ତ ଅଙ୍ଗ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ ପିଲାର ହୃଦୟ ମଧ୍ୟ ସାମିଲ ଥିଲା। ସେହି ହୃଦୟ ଯେଉଁ ବ୍ଯକ୍ତିଙ୍କୁ ନେଇଥିଲେ, ଜନଙ୍କୁ ଏକ ଟେଡି ବିୟର ଗିଫ୍ଟ ଦେଇଥିଲେ। ସେହି ଟେଡି ବିୟରରେ ତାଙ୍କ ପୁଅର ହାର୍ଟ ରେକର୍ଡିଂ ଶୁଣିବାକୁ ମିଳିଥିଲା।

 


ଏହି ଭିଡିଓକୁ ଶୁଣିଲା ପରେ ଯେକୌଣସି ବାପାର ହୃଦୟ ନିଶ୍ଚିତ ଭାବେ କାନ୍ଦି ଉଠିବ। ଜନଙ୍କ କହିବାନୁଯାୟୀ, ଟେଡି ବିଅର ମିଳିବା ପରେ ଜନ ବହୁତ ଖୁସି ହୋଇଯାଇଥିଲେ। ଟେଡିକୁ ଗିଫ୍ଟରୁ ଖୋଲି ସେଥିରୁ ଏକ ଚିଠି ପାଇଥିଲେ। ଯାହାକୁ ପଢି ଇମୋସନାଲ ହୋଇଯାଇଥିଲେ। ଯେତେବେଳେ ସେହି ଟେଡିକୁ କାନ ପାଖକୁ ନେଇଥିଲେ, ହଠାତ୍ ତାଙ୍କ ପୁଅର ହାର୍ଟବିଟ୍ ଶୁଣିବାକୁ ପାଇଥିଲେ। କିନ୍ତୁ କେବେ ଭାବିନଥିଲେ କି, ଏଥିରେ ତାଙ୍କ ପୁଅର ହାର୍ଟବିଟ୍ ଶୁଣିବାକୁ ମିଳିବ। ପ୍ରତିଦିନ ରାତିରେ ଜନ ଏହି ଟେଡିକୁ ଛାତିରେ ରଖି ତା’ର ହାର୍ଟବିଟ୍ ଶୁଣି ଶୁଅନ୍ତି। ନିଜ ପୁଅର ହାର୍ଟବିଟ୍କୁ ଶୁଣିବା ପାଇଁ ଜନ ଏପରି କରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.